ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷୀୟାନ ସାମ୍ୱାଦିକ ହେମରାଜ ଶର୍ମାଙ୍କ ପରଲୋକ

ବର୍ଷୀୟାନ ସାମ୍ୱାଦିକ ହେମରାଜ ଶର୍ମାଙ୍କ ପରଲୋକ

ଧର୍ମଗଡ ର ବର୍ଷୀୟାନ ସାମ୍ୱାଦିକ ହେମରାଜ ଶର୍ମାଙ୍କ ଗତକାଲି ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥଲା। ସେ କିଛି ବର୍ଷ ହେଲା ମୁଖ କର୍କଟ ରୋଗରେ ପୀଡିତ ଥାଇ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ସମୟରେ ତାଙ୍କ ନିକଟରେ ତାଙ୍କ ଏକମାତ୍ର ପୁଅ ଆଇନଜୀବୀ ଦିନେଶ କୁମାର ଶର୍ମା (ପପୁ), ଭାଇ କେବଲ୍ ଶର୍ମା, ଚୈତ୍ ରାମ ଶର୍ମା, ଶିବ ଚରଣ ଶର୍ମା, ସାନ ଶର୍ମା, ପୁତ୍ର ବଧୂ, ପୁତୁରା ଝିଆରୀ, ଝିଅ ଜ୍ୱାଇଁ ନାତିନାତୁଣୀ ଓ ଆତ୍ମୀୟ ସ୍ଵଜନ ଉପସ୍ଥିତ ଥିଲେ।

 ୧୯୭୦ ଦଶକରେ ସମ୍ବାଦ ପ୍ରେରଣ ପାଈଁ ଯେତେବେଳେ କୌଣସି ସାଧନ ନ ଥିଲା ସେତେବେଳେ ସେ ପୋଷ୍ଟ କାର୍ଡ ଜରିଆରେ ପୋଷ୍ଟ ଅଫିସ ରୁ ସମାଜ, ପ୍ରଜାତନ୍ତ୍ର,ମାତୃଭୂମି ଆଦି ଦୈନିକ ଖବର କାଗଜ କୁ ଅଞ୍ଚଳର ଖବର ପଠାଉଥିଲେ। ସେ ଜଣେ ମେଲାପି ଓ ପରୋପକାରୀ ବ୍ୟକ୍ତି ଥିଲେ। ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି। ତାଙ୍କର ବିୟୋଗରେ ବରିଷ୍ଠ ଶିକ୍ଷାବିତ୍ ପ୍ରତାପ କିଶୋର ମୁଣ୍ଡ,ଜନ୍ମେଜୟ ପାତ୍ର, ହିମାଂଶୁ ଶେଖର ମୁଣ୍ଡ, କେମିଷ୍ଟ୍ ଏଣ୍ଡ ଡ୍ରଗିଷ୍ଠ ସମ୍ପାଦକ ହୃଷିକେଶ ମିଶ୍ର,ବ୍ୟବସାୟୀ ସଂଘ ସଭାପତି ବିଦ୍ୟାଧର ସାହୁ, ଜଗନ୍ନାଥ ସେବା ସମିତି ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ସାମ୍ୱାଦିକ ହରି ପ୍ରସାଦ ଭାରତୀ,ବିରଞ୍ଚି ନାରାୟଣ ଜାଲ, ବୈଦ୍ୟନାଥ ବେହେରା, ଇଙ୍ଗିତ ପଣ୍ଡା, ଅଂଶୁମାନ ପାତ୍ର ତଥା ମାରୱାଡ଼ି ସମାଜ ର ବରିଷ୍ଠ କର୍ମକର୍ତ୍ତା ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି।ସ୍ଥାନୀୟ ଶ୍ମଶାନରେ ଆଜି ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ତରବୋଡ଼ ଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

Sunil Chandra Nayak

୨୦୬ ତମ ଅନନ୍ୟା ଅଡିଓ ଆସରରେ କବିତା ମେଳା

Sunil Chandra Nayak

କାର ଦୁର୍ଘଟଣାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

Sunil Chandra Nayak

Leave a Comment

error: Content is protected !!