ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ଆଲୋଚନାଚକ୍ରରେ ଡକ୍ଟର ବିବେକାନନ୍ଦ ସିଂହ ଙ୍କ ସନ୍ଦର୍ଭ ଉଚ୍ଚ ପ୍ରଶଂସିତ !

ତିର୍ତୋଲ : – କିଏ କୁହେ ଗ୍ରାମାଞ୍ଚଳରେ କୌଣସି ପ୍ରତିଭା ବିକଶିତ ହୁଏନି ବୋଲି ! ବଣର ମଲ୍ଲୀ ଅନାଦର ହୋଇଥାଏ ? ନିଜର ଇଛାଶକ୍ତି ଓ ଅଦମ୍ୟ ପ୍ରଚେଷ୍ଟା ବ୍ୟକ୍ତିକୁ ଉଚ୍ଚଭିଳାଷୀ ଓ ବାଗ୍ମୀ କରାଇଥାଏ ! ଆଊ ଯୁଗେ ଯୁଗେ ଜ୍ଞାନୀ ହୁଏ ସମ୍ମାନିତ ! ଖବର ଅନୁସାରେ,ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅଧିନ କନିମୁଳ ସ୍ଥିତ ବାୟା ଅବଧୂତ ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ଼ଃ ବିବେକାନନ୍ଦ ସିଂହ , ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ରେ ଆୟୋଜିତ ସ୍ୱାଧୀନତାର ଅମୃତ ମହାମହୋତ୍ସବ ତଥା ମହାତ୍ମାଗାନ୍ଧୀଙ୍କ 150ତମ ଜୟନ୍ତୀ ପାଳନ ଉପଲକ୍ଷେ ଅନୁଷ୍ଠିତ ” ବର୍ତ୍ତମାନ ସମସ୍ୟା ର ସମାଧାନ ରେ ଗାନ୍ଧୀବାଦ ର ଭୂମିକା ” ଉପରେ ଜାତୀୟ ଆଲୋଚନା ଚକ୍ରରେ ଏକ ଅବିସ୍ମରଣୀୟ ସନ୍ଦର୍ଭ ପାଠ କରିବାର ସୁଯୋଗ ଲାଭ କରିଥିଲେ ! ସୌଭାଗ୍ୟବଶତଃ ଡ଼ଃ ସିଂହଙ୍କର ନିର୍ଭୁଲ ଓ ମାର୍ଜିତ ସନ୍ଦର୍ଭଟି ଉପସ୍ଥିତ ବିଦ୍ୱାନ ମଣ୍ଡଳୀ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିବାର ଦେଖିବାକୁ ମିଳିଥିଲା ! ତେବେ ଏହି ଉତ୍ସବ କୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଉଦଘାଟନ କରିଥିବା ବେଳେ, ପ୍ରଫେସର ମାନସ ବେହେରା , ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ପ୍ରକାଶଚନ୍ଦ୍ର ଷଡ଼ଙ୍ଗୀ , କଲିକତା ଭାରତୀୟ ବିଦ୍ୟାଭବନର ନିର୍ଦ୍ଦେଶକ ଜି. ଭି. ଶୁଭ୍ରମଣ୍ୟମ୍ , ପ୍ରଖ୍ୟାତ ଗାନ୍ଧୀବାଦୀ ନେତା ଆଇନଜିବୀ ଗୌରାଙ୍ଗ ଚରଣ ପରିଡା ପ୍ରଫେସର ସୁମନ ଦାସ , ପ୍ରଫେସର ମୌସୁମୀ ପଟ୍ଟନାୟକ, ପ୍ରଫେସର ଚଣ୍ଡୀ ଚରଣ ରଥ , ପ୍ରଫେସର ବିଷ୍ଣୁଚରଣ ଚୌଧୁରୀ , ପ୍ରଫେସର ପ୍ରତୀକ ମିଶ୍ର , ପ୍ରଫେସର ନୃସିଂହ ପ୍ରସାଦ ମିଶ୍ର , ପ୍ରଫେସର ମିହିର ରଞ୍ଜନ ସେନାପତି ଓ ପ୍ରଫେସର ସୁଧୀର କୁମାର ଜେନା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ !,ଧୋୟା ଅଞ୍ଚଳରେ କାର୍ଯ୍ୟରତ ଡକ୍ଟର ବିବେକାନନ୍ଦ ସିଂହ ଙ୍କ ଏପରି କୃତିତ୍ବ ପାଇଁ, ବାୟା ଅବଧୂତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଅଫିସ କାର୍ଯ୍ୟକର୍ତ୍ତା ମାନେ ସୁଭେତ୍ସା ଜଣାଇଛନ୍ତି !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା ଓ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତି ରଥର ୮ମ ବାର୍ଷିକ ଜିଲ୍ଲା ପରିକ୍ରମା

masiha

ଉତ୍କଳ ଗୌରବ ମଧୁସୂଦନ ଜୟନ୍ତୀ ପାଳନ କଲା ଆପ୍

Sunil Chandra Nayak

ପକ୍ଷୀ ମାନଙ୍କର ଜଳ ସେବା ପାଇଁ ବେଲପଡା ଧୂମାଭଟା ସରପଞ୍ଚ ବନମାଳୀ ନାୟକ ଙ୍କ ମହାନତା

masiha

Leave a Comment

error: Content is protected !!