ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲା ନିପା ସଂଘର ୨୧ତମ ବାର୍ଷିକ ଉତ୍ସବ ପାଳନ 

ନବରଙ୍ଗପୁର ଜିଲ୍ଲା ନିପା ସଂଘର ୨୧ତମ ବାର୍ଷିକ ଉତ୍ସବ ପାଳନ 

ନବରଙ୍ଗପୁର:(୧୧|୮)(ରବିନାରାୟଣମହାନ୍ତି)ନବରଙ୍ଗପୁର ଇଣ୍ଟରଡେନମିନେସନ ପାଷ୍ଟରସ ଏସୋସେସନ ( ନିପା )ର ୨୧ତମ ବାର୍ଷିକ ଉତ୍ସବ ନବରଙ୍ଗପୁରସ୍ଥିତ ରୋକିସାନ୍ ହୋଟେଲର ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି l ମୂଖ୍ୟ ଅତିଥି ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ଯୋଗଦେବାର କାର୍ଯ୍ୟକ୍ରମ ଥିଲା କିନ୍ତୁ ତାଙ୍କର ସରକାରୀ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବାରୁ ଯୋଗଦାନ ନ କରିପାରି ଥିବାରୁ ସେ ଦୁଃଖ ପ୍ରକାଶ କରି ବାର୍ତ୍ତା ପଠେଇ ସମସ୍ତଙ୍କର ମଙ୍ଗଳ କାମନା କରିଥିଲେ l ମୂଖ୍ୟବକ୍ତା ଭାବରେ ବିଶାଖାପାଟଣାରୁ କୋଭାନାଣ୍ଟ ମିନିଷ୍ଟ୍ରିର ସଭାପତି ରେଭ ଡ଼ଃ ଡେଭିଡ ରୟ ଯୋଗଦେଇ ପ୍ରଭୁ ଯୀଶୁଙ୍କର ଅମୃତ ବାଣୀ ପ୍ରଚାର କରିଥିଲେ l ସମ୍ମାନୀୟ ଅତିଥି ଭାବରେ ବିଶପ ଦେବେନ୍ଦ୍ର ସିଂ ଜୟପୁରରୁ ଯୋଗଦେଇ ଥିଲେ l ରେଭ ଡ଼ଃ ପ୍ରମୋଦ କୁମାର ନାଗ ନିପାର ପ୍ରତିଷ୍ଠାତା ପ୍ରଦୀପ ପ୍ରଜ୍ଜଳନ କରିଥିଲେ l ରେଭ ଯେପସେନ ସୁନା ପବିତ୍ର ଧର୍ମଶାସ୍ତ୍ର ବାଇବେଲରୁ କିଛି ଅଂଶ ପଠନ କରିଥିଲେ l ରେଭ ପ୍ରଦୀପ କୁମାର ନନ୍ଦ ସଭାପତି ନିପାର ମହତ ଉଦେଶ୍ୟ ଓ କାର୍ଯ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ l ରେଭ ମାହେର କୁମାର ହିଆଲ ମୂଖ୍ୟ ବକ୍ତାଙ୍କର ଭାଷାନ୍ତର କରିଥିଲେ l ରେଭ ଖ୍ରୀଷ୍ଟଦାନ ନାଗ ସାଧାରଣ ସମ୍ପାଦକ ସ୍ୱାଗତ ଭାଷଣ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ । ମଞ୍ଚ ପରିଚାଳନା ରେଭ ଡ଼ଃ ତେଜବିନ୍ ନାୟକ ସୁଚାରୁ ଭାବେ ପରିଚାଳନା କରିଥିଲେ l ଏହି ଉତ୍ସବରେ ରେଭ ପ୍ରଦୀପ କୁମାର ନନ୍ଦ ସଭାପତି, ରେଭ ମାହେର କୁମାର ହିଆଲ ଉପସଭାପତି, ବିଶପ ଡ଼ଃ ଖ୍ରୀଷ୍ଟଦାନ ନାଗ ସାଧାରଣ ସମ୍ପାଦକ, ରେଭ ଡ଼ଃ ତେଜବିନ୍ ନାୟକ ଯୁଗ୍ମ ସମ୍ପାଦକ, ରେଭ ସୁଜିତ କୁମାର ବାଘ କୋଷାଧକ୍ଷ, ରେଭ ସରୋଜ କର୍କରା ସଂଗଠକ, ରେଭ ଡ଼ଃ ଶାମୁଏଲ ଲିମା ସଂଯୋଜକ , ରେଭ ବିରାଜ ମୋହନ କନ୍ଦପାନ ତାଲିମ୍ ସମ୍ପାଦକ, ରେଭ ଯେପସେନ୍ ମିଶନ ଓ ଏଭାନଞ୍ଜଲିକାଲ ସମ୍ପାଦକ, ରେଭ ପି. ଡି. ହିଆଲ ଲିଟ୍ରେଚର ସମ୍ପାଦକ, ରେଭ ଡ଼ଃ ବାବୁଲା ନାଗ ପବ୍ଲିକ ଓ ରିଲେସନ ସମ୍ପାଦକ, ରେଭ ସୁବାଷ ଚନ୍ଦ୍ର ରନ୍ଧାରୀ ରିଲିଫ ସମ୍ପାଦକ, ରେଭ ଜାବେଶ ଜୁନାଥନ ଖୁରା ଯୁବ ସମ୍ପାଦକ, ରେଭ ଜୀବନ କୁମାର ସାମାଜିକ ସମ୍ପର୍କ ସମ୍ପାଦକ,ରେଭ ବିପିନ କୁମାର ଡଙ୍ଗରି ଷ୍ଟାଷ୍ଟି ଷ୍ଟିକ୍ ସମ୍ପାଦକ,ଏବଂ ରେଭ ଜୟ କୁଟୀ ଉପଦେଷ୍ଟା, ରେଭ ଏନ୍. କେ. ଖୋସଲା ଉପଦେଷ୍ଟା, ରେଭ ଯୁନସ କୁଲଦୀପ ଉପଦେଷ୍ଟା, ସାଲେମ୍ ରାଜୁ ଖୁରାଙ୍କ ସହ ପ୍ରାୟ ୨୦୦ ଜଣ ପାଳକ ଉପସ୍ଥିତ ଥିଲେ l

ମସିହା ନିୟୁଜ୍ ସର୍ଭିସ୍ 

Related posts

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ପାଇଁ ଜିଲ୍ଲାର ପ୍ରମୁଖ ସ୍ଥାନରୁ ଭବାନିପାଟଣା ଅଭିମୁଖେ ମଶାଲ ଯାତ୍ରା

masiha

୮ମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ସମ୍ପନ୍ନ.

Sunil Chandra Nayak

PDG ଲାୟନ ଦିଲ୍ଲୀପ କୁମାର ଦାଶଙ୍କ ଜନ୍ମଦିନରେ ଲାୟନ୍ସ କ୍ଲବ ଏଲିଟ୍‌ର ସେବା କାର୍ଯ୍ୟ 

Sunil Chandra Nayak

Leave a Comment

error: Content is protected !!