ବାଲୁକା କଳାରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ
କର୍ଲାମୁଣ୍ଡା: ଆନ୍ତର୍ଜାତୀୟ ଶ୍ରମିକ ଦିବସ ଉପଲକ୍ଷେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଜବାହାଲ ପଂଚାୟତ ଅନ୍ତର୍ଗତ ଡଙ୍ଗରମୁଣ୍ଡା ଗ୍ରାମର ଅନ୍ତର୍ଜାତିକ ବାଲୁକା ଶିଳ୍ପୀ ଓମ୍ ପ୍ରକାଶ ସାହୁ ବାଲୁକାରେ ଜଣେ ମହିଳା ତାଙ୍କ ଶିଶୁଙ୍କୁ ପଛ ପଟେ ଭିଡ଼ି ରଖି ଇଟା କାମରେ ବ୍ୟସ୍ତ ଥିବାର ଚିତ୍ର ପ୍ରସ୍ତୁତ କରି ସମଗ୍ର ଶ୍ରମିକ ସମାଜ କୁ ଅଭିନନ୍ଦନ ଜଣାଇଛନ୍ତି l ଶ୍ରୀ ସାହୁ ବିଭିନ୍ନ ସମୟରେ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ବାଲୁକା କଳା ପ୍ରଦର୍ଶନ କରି ବେଶ ଖ୍ୟାତି ଲାଭ କରିଛନ୍ତି l