ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋରୁମହିଷାଣି ଥାନା ! ଦଲକି ନାଳ ରୁ ଯୁବକ ଙ୍କ ମୃତଦେହ ଉଦ୍ଧାର

ଗୋରୁମହିଷାଣି ଥାନା ! ଦଲକି ନାଳ ରୁ ଯୁବକ ଙ୍କ ମୃତଦେହ ଉଦ୍ଧାର

  ମୟୂରଭଂଜ – ୨୧/୦୬ —  ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣି ଥାନା ଅନ୍ତର୍ଗତ ବିଜାତଳା ବ୍ଳକର ମଢେଇକଚା ପଞ୍ଚାୟତର ଖେଜୁରୀ ବାଲିଆ ପଡିଆ ରେ ରଜ ଉପଲକ୍ଷେ ଅବସରରେ ପ୍ରସିଦ୍ଧ ଫୁଟବଲ ଖେଳ ହୁଏ । ଏହି ଗ୍ରାମାଞ୍ଚଳ ଫୁଟବଲ ଖେଳ ଉପଭୋଗ କରିବାକୁ ଦୂର ଦୂରାନ୍ତରୁ ଲୋକେ ଛୁଟି ଆସନ୍ତି ।କିନ୍ତୁ ଏହି ସମୟରେ ୩ ଦିନ ଧରି ଲଗାଣ ବର୍ଷା ହେଉଥିଲା । ବୁଧୁବାର ଦିନ ଫୁଟବଲ ଖେଳ ଦେଖିବାକୁ ଆସି ମାଣିକପୁର ପଞ୍ଚାୟତର ଜନୈକ ଯୁବକ ଘରକୁ ଫେରି ନ ଥିବା ଅଭିଯୋଗ ହୋଇଥିଲା  ।ଘରକୁ ଫେରି ନ ଥିବାରୁ  ପରିବାର ଲୋକେ ଯୁବକ ଙ୍କୁ ଖୋଜାଖୋଜି କରି ପାଇ ନ ଥିଲେ ।ଆଜି ଶନିବାର ସକାଳେ ଲୋକେ ଦଲକି ନାଳ ରେ ଯୁବକ ଭାସୁଥିବା ଦେଖି ଗୋରୁମାହିଷlଣି ଥାନା ଏବଂ ଅଗ୍ନିଶମ ବିଭାଗକୁ ଜଣାଇଥିଲେ l ମୃତକ ହେଲେ  ବିଜାତଳା ବ୍ଲକ ର ମାଣିକପୁର ପଂଚାୟତ ର ମାଣିକପୁର ଗାଁ ରାମସିଂ ସୋରେନ ପୁଅ ସୁଶାନ୍ତ ସୋରେନ ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି  ମୃତଦେହ ଉଦ୍ଧାର କରିବା ସହିତ ମୃତକଙ୍କର ଶବ ବ୍ୟବଚ୍ଛଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁପଠାଇବା ସହ ଅପମୃତ ମାମଲା କେଶ ନମ୍ବର ୧୩/୨୫ ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।ସୁଶାନ୍ତ ଜଣେ ଯୁବ ସମାଜସେବୀ ,ସେନାପତି,କ୍ରୀଡା ପ୍ରିୟ ଯୁବକ ଥିଲେ ।ତାଙ୍କର ଏଭଳି ଦୁଃଖଦ ମୃତ୍ୟୁ ନେଇ ଗ୍ରାମରେ ଶୋକରେ ଛାୟା ଖେଳିଯାଇଛି ।ରାମଦୋଳଳି ଯୁବକ ସଂଘ ତରଫରୁ ସୁଶାନ୍ତ ମୃତ୍ୟୁ ନେଇ ଶୋକ ପ୍ରକାଶ କରାଯାଇଛି ।

ମୟୂରଭଂଜରୁ ରୁ ଅକ୍ଷୟ କୁମାର ବିଶ୍ବାଳ ମସିହା ନିଉଜ

Related posts

ବାଲିଗୁଡାରେ ଡିସିବି ବ୍ୟାଙ୍କର ନୂତନ ଶାଖା ଉଦ୍‌ଘାଟିତ

ବିଦ୍ୟାଳୟରେ ଅନୁଷ୍ଠିତ ହେଲା ବିଜ୍ଞାନ ମେଳା 

Sunil Chandra Nayak

ଆଇନଶୃଙ୍ଖଳା ଓ ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି

Sunil Chandra Nayak

Leave a Comment

error: Content is protected !!