ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଡ୍ରୀ ଓ ଜଜଗୋଡା ଗ୍ରାମରେ ପଞ୍ଚମ ବାର୍ଷିକ ପେସା ଗ୍ରାମସଭା ପ୍ରତିଷ୍ଠା ଦିବସ

ଚାଡ୍ରୀ ପାହାଡରେ ସର୍ବେକ୍ଷଣକାରୀ ଭୂବିଜ୍ଞାନୀଙ୍କୁ ବାରଣ କଲେ ଗ୍ରାମବାସୀ

 ମୟୂରଭଞ୍ଜ:- ୧୦/୦୧/୨୦୨୩;(ମସିହା) ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ଚାଡ୍ରୀ ଓ ଜଜଗୋଡା ଗ୍ରାମରେ ପଞ୍ଚମ ବାର୍ଷିକ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି।

        ଚାଡ୍ରୀ ଓ ଜଜଗୋଡା ଗ୍ରାମମୁଣ୍ଡ ସୀମାନ୍ତରେ ପେସା ଆଇନ୍ ଓ ଗ୍ରାମଗଣତନ୍ତ୍ର ର କ୍ଷମତାବଳୀ ଉଲ୍ଲେଖିତ ପଥରଶିଳା କୁ ଆଦିବାସୀ’ଙ୍କ ପରମ୍ପରା ଅନୁସାରେ ଗ୍ରାମ ନାଏକେ (ପୂଜକ)’ଙ୍କ ଦ୍ବାରା ମାଝୀବାବା (ଗ୍ରାମମୁଖ୍ୟ) ତଥା ଗ୍ରାମବାସୀ’ଙ୍କ ଉପସ୍ଥିତିରେ ପୂଜାପାଠ କରାଯାଇ ପୁନଃ ପ୍ରତିଷ୍ଠା କରା ଯାଇଥିଲା। ପୂଜା ଶେଷରେ ସମସ୍ତେ ଏକତ୍ରୀତ ହୋଇ ଗ୍ରାମ ତଥା ସାମାଜିକ ସମସ୍ୟା ଉପରେ ଆଲୋଚନା କରାଯିବା ସହିତ ତାହାର ସମାଧାନ ଦିଗରେ ଆଲୋଚନା କରିଥିଲେ।

    ଏହା ମଧ୍ୟରେ ଖଣି ଏବଂ ଭୂବିଜ୍ଞାନ ନିର୍ଦ୍ଧେଶାଳୟ ତଥା ଇସ୍ପାତ ଏବଂ ଖଣି ବିଭାଗ ଓଡିଶା ସରକାର’ଙ୍କ ନିର୍ଦ୍ଧେଶକ୍ରମେ ଭୂବିଜ୍ଞାନୀ ଓ ସର୍ବେକ୍ଷଣକାରୀ’ଙ୍କ ଏକ ଦଳ ଚାଡୀ ପାହାଡ ଉପରେ ପାଇରକ୍ସେନାଇଟ୍ ଉପାଦାନର ସର୍ବେକ୍ଷଣ ଚଲାଇଥିଲେ। ଏହା ଗ୍ରାମବାସୀ ଜାଣି ପାରିବା ପରେ ଉକ୍ତ ସର୍ବେକ୍ଷଣ ଦଳକୁ ଡକାଇ ଏକ ବୈଠକରେ ତୁରନ୍ତ ସର୍ବେକ୍ଷଣ ବନ୍ଦ କରିବାକୁ ନିର୍ଦ୍ଧେଶ ଦେବା ସହିତ ଆଗାମୀ ଦିନରେ ମଧ୍ୟ କୌଣସି ସର୍ବେକ୍ଷଣ କିମ୍ବା ଖଣି ପାଇଁ ଅନୁମତି ଦିଆଯିବ ନାହିଁ ସ୍ପଷ୍ଟ କରିଥିଲେ। ସୂଚନା ଯୋଗ୍ୟ ଏହା ପୂର୍ବରୁ ୯୦’ ମସିହାରେ ମଧ୍ୟ ଆଜବେଷ୍ଟସ ଖଣି ପାଇଁ ଏଠାରେ ବିଭିନ୍ନ କମ୍ପାନୀ ପ୍ରୟାସ ଚଲାଇଥିଲେ ହେଲେ ଚାଡ୍ରୀ ଗ୍ରାମବାସୀ ଏହାକୁ ପ୍ରବଳ ବିରୋଧ କରିଥିଲେ ଏବଂ ହାଇକୋର୍ଟ ମଧ୍ୟ ଗ୍ରାମବାସୀ’ଙ୍କ ସପକ୍ଷରେ ଫଇସଲା ଶୁଣାଇଥିଲେ। ପରେ ବନବିଭାଗ ସହଯୋଗରେ ଚାଡ୍ରୀ ପାହାଡରେ ବୃକ୍ଷରୋପଣ କରାଯାଇ ଜଙ୍ଗଲ ସୃଷ୍ଟି କରାଯାଇ ବର୍ତ୍ତମାନ ଉକ୍ତ ଜଙ୍ଗଲ ଗ୍ରାମବାସୀ’ଙ୍କ ସଂରକ୍ଷଣରେ ରହିଛି। ଏହି ପାହାଡରେ ବିଭିନ୍ନ ବିଧିବିଧାନ ଓ ପର୍ବପର୍ବାଣୀ ସମୟରେ ପୂଜାପାଠ କରାଯାଇଥାଏ। ଉକ୍ତ ପାହାଡ ସହିତ ଗ୍ରାମବାସୀ’ଙ୍କ ଆସ୍ଥା ଜଡିତ ରହିଛି। ତେଣୁ କୌଣସିମତେ ଏଠାରେ ସର୍ବେକ୍ଷଣ କିମ୍ବା ଖଣି ପାଇଁ ଅନୁମତି ଦିଆଯିବନାହିଁ ବୋଲି ଗ୍ରାମବାସୀ ସ୍ପଷ୍ଟ କରିଛନ୍ତି। ପେସା ଆଇନ୍ ର ଧାରା ୨୪୪(୧) ଅନୁସାରେ ଗ୍ରାମଗଣତନ୍ତ୍ର ଗଠନ କରାଯାଥିବାବେଳେ ଗ୍ରାମମୁଖ୍ୟଙ୍କ ବିନା ଅନୁମତିରେ ଅନୁପ୍ରବେଶକାରୀ’ଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଭୂବିଜ୍ଞାନୀ ଓ ଗ୍ରାମବାସୀ’ଙ୍କ ମଧ୍ୟରେ ହୋଇଯାଇଥିବା ବୈଠକରେ ମାଝୀବାବା (ଗ୍ରାମମୁଖ୍ୟ) ଶ୍ୟାମସୁନ୍ଦର ହାଁସଦାଃ, ପେସା ଗ୍ରାମସଭା ବହଳଦା ବ୍ଲକ ସଂଯୋଜକ ବସନ୍ତ ସାଣ୍ଡିଲ, ଚାଡ୍ରୀ ପେସା ଗ୍ରାମସଭା ସଂପାଦକ ସିତଲ ହାଁସଦାଃ, ରାମଜୀତ ହାଁସଦାଃ, ପିତାମ୍ବର ଟୁଡୁ, ଜିଆରଏସ୍ ଜିତେନ୍ ହାଁସଦାଃ ପ୍ରମୁଖ ଉପସ୍ଥିତ ରହିଥିଲେ। ମୟୁରଭଞ୍ଜ ଜିଲ୍ଲା ପେସା ଗ୍ରାମସଭା ସମନ୍ବୟ ସମିତି ସଭାପତି ତଥା ରାଜ୍ୟ ସଂପାଦକ ପାଣ୍ଡୁରାମ ହେମ୍ବ୍ରମ’ଙ୍କ ମଧ୍ୟ ଘଟଣା ଉପରେ ତୀକ୍ଷଣ ନଜର ରହିଥିବାବେଳେ ଜିଲ୍ଲା ପେସା ଗ୍ରାମସଭା ସମନ୍ବୟ ସମିତି ଚାଡ୍ରୀ ଗ୍ରାମବାସୀ’ଙ୍କ ସହିତ ସବୁବେଳେ ଛିଡା ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନୂଆପଡ଼ା ଜିଲ୍ଲା ରେ ମୋ ଘର ଯୋଜନାର ଶୁଭାରମ୍ଭ, ତିନି ଲକ୍ଷ ଟଙ୍କା ଆବାସ ଗୃହ ହିତାଧିକାରୀ ଙ୍କୁ ଆର୍ଥିକ ସହାୟତା ପ୍ରଦାନ

Sunil Chandra Nayak

ଦୁର୍ନୀତି ର ଏନ୍ତୁଡିଶାଳ ଜୟପାଟଣା ପଞ୍ଚାୟତ ସମିତି, ବିନା ସୂଚନା ଫଳକରେ ଚାଲିଛି ନିର୍ମାଣ କାର୍ଯ୍ୟ

ଖଇରା-ସାରକୋଣା-ଫତେପୁର ରାସ୍ତାର ଅବସ୍ଥା ସୁଧୁରିବ କେବେ ?

Sunil Chandra Nayak

Leave a Comment

error: Content is protected !!