ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗ୍ନୀ ଗଙ୍ଗା ମାଙ୍କ ହୁଣ୍ଡିରୁ ବାହାରିଲା ୨୪ ଲକ୍ଷ ୨୧ ହଜାର ୮୮୯ ଟଙ୍କା

ଅଗ୍ନୀ ଗଙ୍ଗା ମାଙ୍କ ହୁଣ୍ଡିରୁ ବାହାରିଲା ୨୪ ଲକ୍ଷ ୨୧ ହଜାର ୮୮୯ ଟଙ୍କା

ବନ୍ଧୁଗାଁ ତା,୨୨/୦୩/୨୫,ଅଧିଷ୍ଟାତ୍ରୀ ଦେବି ମା ଅଗ୍ନିଗଙ୍ଗାମା କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ର ନିଲାବାଡି ଠାରେ ଚାଲିଥିବା ଦକ୍ଷିଣ ଓଡିଶା ପ୍ରସିଦ୍ଧ ମା ଅଗ୍ନୀ ଗଙ୍ଗା ମାଙ୍କ ଯାତ୍ରା ସରିବା ପରେ ଆଜି ଦାନ ଅର୍ଥ ସର୍ବ ସମୁଖରେ ଗଣତି କରାଯାଇଥିବା ବେଳେ ସମୁଦାୟ ୨୪ ଲକ୍ଷ ୨୧ ହଜାର ୮୮୯ ଟଙ୍କା ବାହାରିଥିବା ଜଣା ପଡିଛି।ଭୋଗ ବିକ୍ରି ବାବଦକୁ ୧ ଲକ୍ଷ ୬୦ ହଜାର,ଠକୁରଙ୍କ ଫଟ ବିକ୍ରି ବାବଦକୁ ୩୬ ହଜାର,ମୁଣ୍ଡନ ବାବଦକୁ ୧ ଲକ୍ଷ ୮୬ ହଜାର ଦୁଇ ସହ,ବାଇକ ଷ୍ଟାଣ୍ଡରୁ ୧୧ ହଜାର ୫ ସହ,ଚପଲ ଷ୍ଟାଣ୍ଡରୁ ୩୫୦୦,ଟିକେଟ ବାବଦକୁ ୭ ଲକ୍ଷ ୫୭ ହଜାର ୫୬୬,ମଣ୍ଡପ ହୁଣ୍ଡିରୁ ୫ ଲକ୍ଷ ୨୩ ହଜାର ୪୪୮,ମନ୍ଦିର ହୁଣ୍ଡିରୁ ୨ ଲକ୍ଷ ୪୫ ହଜାର ୫୫୩,ଦାନ ବାବଦକୁ ୨୦ ହଜାର ୫୩୬ ଓ ଜାଗା ଭଡା ବାବଦ କୁ ୪ ଲକ୍ଷ ୮୦ ହଜାର ୫୮୬ ଟଙ୍କା ମିଳିଥିବା ଜଣା ପଡିଛି । ଏଥିରେ ପୂଜା କମିଟି ର ଯୁବକ ସଙ୍ଘ ଓ ବ୍ଲକର ପ୍ରସାସନ ଙ୍କ ଉପସ୍ଥିତରେ ମୋଟ ୨୪ ଲକ୍ଷ ୨୧ହଜାର ୮୮୯ ଟଙ୍କା ଓ ସୁନା ୩. ୫ ଗ୍ରାମ ଓ ରୂପା ୧କେଜି ୬୬ ଗ୍ରାମ ଆଦାୟ ହୋଇଥିବାରୁ ସୂଚନା ମିଳିଥିଲା I 

ଗଣତି ବେଳେ ପୂଜା କମିଟିର ସଭାପତି ବାଡ଼ି ସାତ୍ୟମ, ସଦସ୍ୟ ଦୁର୍ଯ୍ୟ ନାଗ,ବନମାଳି ନାଗ,ଜିଆନା ମେଲେକା, ଯଗଦିଶ ବାଡ଼ି ମହେଶ୍ଵରଙ୍କ ସମେତ ବନ୍ଧୁଗାଁ ବ୍ଲକର ତହସିଲ କର୍ମଚାରୀ,ଉତ୍କଲ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ଅଗ୍ନି ଗଙ୍ଗାମା ପୂଜା କମିଟିର ଯୁବକ ସଙ୍ଘ ସଦସ୍ୟ ମନେ ଉପସ୍ଥିତ ଥିଲେ ।

  =====================

ଜାଙ୍ଗଡ଼ି ବାଲଶା ଗ୍ରାମରେ ସାପ କାମୁଡ଼ାରେ ନାବାଳକର ମୃତ୍ୟୁ 

ବନ୍ଧୁଗାଁ ତା ୨୩/୩/୨୫କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ଅନ୍ତର୍ଗତ କାବେରୀ ବାଡି ଗ୍ରାମପଞ୍ଚାୟତର ଜାଙ୍ଗଡି ବାଲଶା ଗ୍ରାମରେ ସୌଚ ହେବା ପାଇଁ ଘର ବାହାରକୁ ଯାଇଥିବା ସମୟରେ ସାପ କାମୁଡ଼ାରୁ ମୃତ୍ୟୁ ହୋଇଥିବା ସୂଚନା। ସୂଚନା ଯେ ଜାଙ୍ଗଡ଼ି ବାଲଶା ଗ୍ରାମର ମିଥୁନ ମେଲେକା ଯାହାର ବୟସ ୧୬। ସେ ଶୁକ୍ରବାର ବିଳମ୍ବିତ ରାତିରେ ସୌଚ କରିବା ପାଇଁ ଘରୁ ବାହାରକୁ ଯାଇଥିବା ସମୟରେ ଏକ ସାପ କାମୁଡି ଦେଇଥିଲା। ସାପ କାମୁଡା ପରେ ଘରକୁ ଆସି ଘର ଲୋକଙ୍କୁ ମଧ୍ୟ ଜଣାଇଥିଲେ,ରାତି ଅଧିକ ହୋଇଥିବାରୁ ଉପାୟ ଶୂନ୍ୟ ହୋଇଯାଇଥିଲେ ଫଳରେ କାବେରିବାଡ଼ି ନିକଟର ଚାଷ ଜମିରେ ନିଜ କୁଡିଆରେ ରହିଥିଲେ,ରାତିରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଉକ୍ତ ଘଟଣାକୁ ନେଇ ମୃତ ବ୍ୟକ୍ତିଙ୍କ ସାନ ଭାଇ ନର୍ସିଙ୍ଗ ମେଲେକା ଆଜି ପୂର୍ବାହ୍ନରେ ବନ୍ଧୁଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏସ ଆଇ ସୁରେନ୍ଦ୍ର ହୁଇକା ଉକ୍ତ ଘଟଣାକୁ ନେଇ ଏକ ଅପମୃତ ମାମଲା ଦଫା ୭/୨୫ ରୁଜୁ କରି ଘଟଣା ସ୍ତଳରେ ପହଁଞ୍ଚି ଶବକୁ ବ୍ୟବଛେଦ କରିବା ପାଇଁ ବନ୍ଧୁଗାଁ ଡାକ୍ତର ଖାନା କୁ ଆଣି ଶବ ବ୍ୟବଛେଦ ପରେ ପରିବାର ଵର୍ଗଙ୍କୁ ହସ୍ଥାନ୍ତ୍ରର କରିଥିବା ସଂଧ୍ଯା ୫ଟା ସମୟରେ ସୂଚନା ମିଳିଛି ।

ସଞ୍ଜିବ କୁମାର ବାଙ୍ଗାରୀ ରପୋର୍ଟର

Related posts

ଧର୍ମଗଡ଼ ଠାରେ ୩୧ତମ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ କ୍ୟାମ୍ପୋରି ଉଦଯାପିତ

Sunil Chandra Nayak

ଚାଉଳ ଓ ଟଙ୍କା ଆତ୍ମସାତ କଲେ ପ୍ରଧାନ ଶିକ୍ଷକ, ଗ୍ରାମବାସୀ କଲେ ଅଭିଯୋଗ 

masiha

ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!