ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଆଲୁମିନା ଓ ରାୟଗଡ଼ା ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ‘ସିକଲ୍ ସେଲ୍ ସଚେତନତା କାର୍ଯ୍ୟକ୍ରମ’ର ଶୁଭାରମ୍ଭ

ଉତ୍କଳ ଆଲୁମିନା ଓ ରାୟଗଡ଼ା ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ‘ସିକଲ୍ ସେଲ୍ ସଚେତନତା କାର୍ଯ୍ୟକ୍ରମ’ର ଶୁଭାରମ୍ଭ

ରାୟଗଡ଼ା:- ରାୟଗଡ଼ା ଜିଲ୍ଲାରେ ସିକଲ୍ ସେଲ୍ ରୋଗ ଜନିତ ଆହ୍ବାନର ମୁକାବିଲା ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ସ୍ଵରୂପ ଜିଲ୍ଲା ପ୍ରଶାସନ ଓ ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ସହାୟକ ସଂସ୍ଥା ଉତ୍କଳ ଆଲୁମିନା ଇଂଟରନ୍ୟାସନାଲ୍ ଲିମିଟେଡ ମିଳିତ ଭାବେ ନଭେମ୍ବର ୩ ତାରିଖରେ ଏକ ବ୍ୟାପକ ସିକଲ୍ ସେଲ୍ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି |

ଉତ୍କଳ ଆଲୁମିନା ୟୁନିଟ୍ ମୁଖ୍ୟ ତଥା ସଭାପତି ମଜହର ବୈଗ ଓ ରାୟଗଡ଼ା ସିଡିଏମ୍ଓ ଡ. ଲାଲମୋହନ ରାଉତରାୟଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ୍ ଶ୍ରୀମତୀ ସୁଧା ଦେବ ସିଂହ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଡିଏସ୍ଏଚ୍ ରାୟଗଡ଼ା ପ୍ରଶାସନିକ ଅଧିକାରୀ ଡାକ୍ତର ଗୁରୁଚରଣ ପଟ୍ଟନାୟକ, ରାୟଗଡ଼ା ଜାତୀୟ ସ୍ଵାସ୍ଥ୍ୟ ମିଶନର ଡିପିଏମ ରାଜେଶ ପଟ୍ଟନାୟକ, ସିଏସ୍‌ଆର୍ ଓ ସିଆର୍ ଉତ୍କଳ ଆଲୁମିନାର ମୁଖ୍ୟ ଲୋପାମୁଦ୍ରା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ପ୍ରକଳ୍ପ ପ୍ରାଥମିକତା ଗୋଷ୍ଠୀ ଯଥା ଆସନ୍ନ ପ୍ରସବା ମହିଳା ଏବଂ ଜୀବନସାଥୀ, ଶିଶୁ ଏବଂ କିଶୋରମାନଙ୍କ ମଧ୍ୟରେ ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବ ଏବଂ ସ୍କ୍ରିନିଂ ପାଇଁ ସେମାନଙ୍କୁ ଉତ୍ସାହିତ କରିବ । ପ୍ରଥମ ପର୍ଯ୍ୟାୟରେ ସମଗ୍ର କାଶୀପୁର ବ୍ଲକକୁ ଏହି କାର୍ଯ୍ୟକ୍ରମ ଅଧୀନରେ ଅନ୍ତର୍ଭୁକ୍ତ କରାଯିବ ଯେଉଁଠାରେ ଗ୍ରାମବାସୀଙ୍କୁ ଏହି ରୋଗ ବିଷୟରେ ସଚେତନ କରାଯିବ, ପଥପ୍ରାନ୍ତ ନାଟକ, ସାର୍ବଜନୀନ ଘୋଷଣା ପ୍ରଣାଳୀ, କାନ୍ଥରେ ଚିତ୍ରାଙ୍କନ ଏବଂ ସ୍କ୍ରିନିଂ ଶିବିର ମାଧ୍ୟମରେ ଏହାର ପ୍ରତିଷେଧକ ଏବଂ ନିରାକରଣ ବ୍ୟବସ୍ଥା ବିଷୟରେ ସଚେତନ କରାଯିବ । ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ହାଇସ୍କୁଲର ବାଳକ ଓ ବାଳିକାଙ୍କ ସ୍କ୍ରିନିଂ କରାଯିବ ।

ରାୟଗଡ଼ା ଡିପିଏମ ଏନଏଟିଏମ ରାଜେଶ ପଟ୍ଟନାୟକ କାଶୀପୁର ବ୍ଲକ ଓ ରାୟଗଡ଼ା ଜିଲ୍ଲାର ସିକଲ୍ ସେଲରେ ଚିହ୍ନଟ ହୋଇଥିବା ରୋଗୀଙ୍କ ସମ୍ପର୍କରେ ସୂଚନା ଦେଇଥିଲେ ଯାହା କି ପ୍ରାୟ ୧୦ରୁ ୧୫ ପ୍ରତିଶତ । ସେ ଜାତୀୟ ସିକଲ୍ ସେଲ୍ ମିସନ ଏବଂ ଜିଲ୍ଲା ପାଇଁ ଏହାର କାର୍ଯ୍ୟସୂଚୀ ଉପରେ ଆଲୋକପାତ କରିଥିଲେ ।

ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ସ୍ଵଧା ଦେବ ସିଂହ ଉତ୍କଳ ଆଲୁମିନାଙ୍କୁ ମିଳିତ ଉଦ୍ୟମ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ସମ୍ପ୍ରଦାୟର ଉତମ ସ୍ଵାସ୍ଥ୍ୟ ଏବଂ କଲ୍ୟାଣ ଏକ ସାମୂହିକ ସାମାଜିକ ଦାୟିତ୍ଵ ବୋଲି ସେ ଗୁରୁତ୍ବାରୋପ କରିଥିଲେ । ଆଗାମୀ ୬ ମାସ ମଧ୍ୟରେ ସିକିଲ ସେଲ ରୋଗର ଶତ ପ୍ରତିଶତ ସ୍କ୍ରିନିଂ ସୁନିଶ୍ଚିତ କରିବା ପାଇଁ ପୂରା ଟିମ ଯଥାସମ୍ଭବ ପ୍ରୟାସ କରିବାକୁ ସେ ନିବେଦନ କରିଛନ୍ତି ।

 ଏହି ଅବସରରେ ୟୁନିଟ୍ ମୁଖ୍ୟ ତଥା ଉତ୍କଳ ଆଲୁମିନାର ସଭାପତି ଶ୍ରୀ ମଜହର ବୈଶ୍ ସ୍ଵାସ୍ଥ୍ୟ ମହାମାରୀ ଓ ସଙ୍କଟର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଓ ଉତ୍କଳ ଆଲୁମିନାର ମିଳିତ ପ୍ରୟାସ ଉପରେ ଗୁରୁତ୍ବାରୋପ କରିଥିଲେ । ଆମେ ସିକଲ୍ ସେଲ ରୋଗ ଦ୍ଵାରା ପ୍ରଭାବିତ ଲୋକଙ୍କ ଜୀବନ ଉପରେ ଏକ ଅର୍ଥପୂର୍ଣ୍ଣ ପ୍ରଭାବ ପକାଇବାକୁ ଉତ୍ସର୍ଗୀକୃତ ଏବଂଜିଲ୍ଲା ପ୍ରଶାସନ ସହ ଭାଗିଦାରୀ କରି ଆମେ ଏକ ସୁସ୍ଥ ଓ ଅଧିକ ସଚେତନ ସମୁଦାୟ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖୁଛୁ ବୋଲି ଶ୍ରୀ ବୈଗ କହିଥିଲେ ଖୁବଶୀଘ୍ର ଉତ୍କଳ ହସ୍ପିଟାଲରେ ସିକଲ ସେଲ ସ୍କ୍ରିନିଂ ସୁବିଧା ଆରମ୍ଭ କରିବାକୁ ସେ ଉଲ୍ଲେଖ କରିଛନ୍ତି 

ଏହି ଜାତୀୟ କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ହାତ ମିଳାଇଥିବାରୁ ରାୟଗଡ଼ା ସିଡିଏମ ଆଣ୍ଡ ପିଏଚଓ ଡାକ୍ତର ଲାଲମୋହନ ରାଉତରାୟ ଉତ୍କଳ ଆଲୁମିନାଙ୍କୁ ପ୍ରଶଂସା କରିଥିଲେ । ଏହି ମିଳିତ ପ୍ରୟାସରେ ଆମେ ଦୁହେଁ ନିଶ୍ଚିତ ଭାବରେ ଏହି ରୋଗର ମୂଳୋତ୍ପାଟନ ପାଇଁ ଜିଲ୍ଲାରେ ଯୋଗଦାନ କରିବୁ ବୋଲି ସେ ଉଲ୍ଲେଖ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ବିଭାଗୀୟ ମୁଖ୍ୟ ସିଏସ୍‌ଆର ଉତ୍କଳ ଆଲୁମିନା ନିହାରିକା ସାହୁଙ୍କ ସମେତ ଉତ୍କଳ ଆଲୁମିନାର ସମଗ୍ର ସିଏସଆର ଟିମ ସଂଯୋଜନା କରିଥିଲେ ।

ଜଣେ ଦାୟିତ୍ଵବାନ କର୍ପୋରେଟ୍ ନାଗରିକ ହିସାବରେ ୟୁଏଆଇଏଲ୍ ୧୨ଟି ଗ୍ରାମ ପଂୟତର ୨୩୨ଟି ଗାଁକୁ ଅନ୍ତର୍ଭୁକ୍ତ କରି ରାୟଗଡ଼ା ଓ କଳାହାଣ୍ଡି ଭଳି ୨ଟି ଜିଲ୍ଲାରେ ଏହାର ସିଏସ୍‌ଆର୍ ଓ ସିଆର୍ ଏବଂ ଦୀର୍ଘସ୍ଥାୟିତ୍ଵ କାର୍ଯ୍ୟକ୍ରମ ଅଧୀନରେ ଏହାର ପରିପାର୍ଶ୍ବକ ଉନ୍ନୟନ କାର୍ଯ୍ୟ ସମ୍ପାଦନ କରିବାରେ ଗଭୀର ଭାବେ ନିୟୋଜିତ ରହିଛି। ଏବିଜିର ୫ଟି ହସ୍ତକ୍ଷେପ ସ୍ତମ୍ଭ ଯଥା ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା ଏବଂ ଗ୍ରାମୀଣ ଭିତିଭୂମି ଏବଂ ସାମାଜିକ ସମସ୍ୟାର ସମାଧାନ ଅଧୀନରେ ସାମଗ୍ରିକ ଭାବେ ୟୁଏଆଇଏଲ ୨,୦୦,୦୦୦ରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି । ୟୁଏଆଇଏଲର ଅନନ୍ୟ ବହୁ ଅଂଶୀଦାର ଭିତିକ ପଦକ୍ଷେପ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଜୀବନକୁ ସମୃଦ୍ଧ କରୁଛି ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଦୁଇ ବାଇକ ମୁହାଁମୁହିଁ ଧକ୍କା, ଦୁଇମୃତ ଦୁଇ ଗୁରୁତର

Sunil Chandra Nayak

ମର୍ମନ୍ଦୁନ୍ତ ଦୁର୍ଘଟଣା,  ଜଣେ ମୃତ ପାଞ୍ଚଜଣ ଗୁରୁତର

masiha

ବିଶ୍ବକପ୍ ହକି ଟ୍ରଫିକୁ କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ ଅଫ୍ ଫାର୍ମାସିଉଟିକାଲ ସାଇନସ୍ ରେ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!