ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଶିକ୍ଷକ ଶିକ୍ଷା ବିଭାଗଦ୍ୱାରା ଲଳିତ କଳା ପ୍ରଦର୍ଶନୀ 

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଶିକ୍ଷକ ଶିକ୍ଷା ବିଭାଗଦ୍ୱାରା ଲଳିତ କଳା ପ୍ରଦର୍ଶନୀ 

             ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଶିକ୍ଷକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ଓ ଜିଲ୍ଲାପାଳ ସଚିନ ପାୱାର ପ୍ରକାଶଙ୍କ ହସ୍ତରେ ଲଳିତ କଳା ପ୍ରଦର୍ଶନୀ କାର୍ଯ୍ୟକ୍ରମଟି ଉଦଘାଟନ ହୋଇଅଛି । ଏହି ପ୍ରଦର୍ଶନୀ ଅପ୍ରେଲ ୦୮ ଓ ୦୯ ତାରିଖ ଦୁଇ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । କଳା ହିଁ ଜୀବନ, ଜୀବନ ହିଁ କଳା । କଳାକୁ ନେଇ ମଣିଷ ଆତ୍ମତୃପ୍ତି ଲାଭ କରିଥାଏ । କଳା ମଣିଷର ଅନ୍ତର୍ନିହିତ ଗୁଣାବଳୀର ଜୀବନ୍ତ ପରିପ୍ରକାଶ। ଭାବାଭିବ୍ୟକ୍ତି କଳା ରୂପରେ ପ୍ରକାଶିତ ହୋଇଥାଏ । ତାହାହିଁ ମଣିଷକୁ ପରିଚୟ ଦେଇଥାଏ। କଳା ଶିକ୍ଷକ ଶ୍ରୀ କ୍ଷୀରସିନ୍ଧୁ ଭୋଇଙ୍କ ତତ୍ତ୍ବାବଧାନରେ ଶିକ୍ଷକ ଶିକ୍ଷା ବିଭାଗର ଛାତ୍ରଛାତ୍ରୀମାନେ ତୂଳୀରେ ଆଦିବାସୀ ଚିତ୍ର, ଟେରାକୋଟା ପ୍ରଭୃତି ବିଭିନ୍ନ ପ୍ରକାରର ଚିତ୍ର ଅଙ୍କନ କରିଥିଲେ । ଛାତ୍ରଛାତ୍ରୀଙ୍କ ହସ୍ତରେ ଜୀବନ୍ତ ଚିତ୍ର ପ୍ରତିଫଳିତ ହୋଇଥିଲା । ଏହି ପ୍ରଦର୍ଶନୀରେ ଉପ-କୁଳସଚିବ ମେଜର ଡକ୍ଟର ଜୟଦେବ ସାହୁ, ଏଡିଏମ୍ ଶ୍ରୀ ତନ୍ମୟ କୁମାର ଦରୱାନ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଅଧିକାରୀ ଶ୍ରୀ ହଳଧର ନିଆଲ, ଏଡିଏମଓ ଡାକ୍ତର ନିହାରେନ୍ଦ୍ର ପଣ୍ଡା, ବିଜେପି ଜିଲ୍ଲା ସଭାପତି ଶ୍ରୀ ଯୁଗଳ ପୋଢ, ସମାଜସେବୀ ଶ୍ରୀ ଆର୍ତ୍ତତ୍ରାଣ ମହାପାତ୍ର ପ୍ରଭୃତି ଉପସ୍ଥିତ ଥିଲେ । ଶିକ୍ଷକ ଶିକ୍ଷା ବିଭାଗର ଡକ୍ଟର ତ୍ରିଲୋଚନ ବେଉରା, ଡକ୍ଟର ଉମେଶଚନ୍ଦ୍ର ଶତପଥୀ, ଶ୍ରୀ ଅଖିଳ ଜେନା, ଶ୍ରୀ ସନ୍ତୋଷକୁମାର ପଧାନ, ଶ୍ରୀ ମଧୁସୂଦନ ନାଗ, ଶ୍ରୀ ଅପୂର୍ଣ୍ଣା ମହାରଣା, ହେମବତୀ ବେଉରା, ଗାୟତ୍ରୀ ଜେନା, ମନୋରମା ସାହୁ ତଥା ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ଉକ୍ତ କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ ହୋଇଥିଲା । 

     ( ମ ନି ସ) 

 

Related posts

ଗଳ୍ପ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ ରଶ୍ମିରେଖା ସାହୁ 

masiha

ଉତ୍କେଲା ତେରାପନ୍ତ ଯୁବକ ପରିଷଦ ତରଫରୁ ରକ୍ତଦାନ ଶିବିର, ୬୫ ୟୁନିଟ୍ ରକ୍ତ ସଂଗ୍ରହ

masiha

ନବବର୍ଷ ଉପଲକ୍ଷେ ରାଜ୍ୟସ୍ତରୀୟ ଆଭାସୀ ଆଲୋଚନା ଚକ୍ର ଓ କବିତା ଆସର

Sunil Chandra Nayak

Leave a Comment

error: Content is protected !!