ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ପକ୍ଷ ପାଳନ ଅବସରରେ ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟର ଯୁବ ରେଡକ୍ରସ ତରଫରୁ ରକ୍ତଦାନ ଶିବିର ଆୟୋଜିତ ମୋଟ ୭୮ ୟୁନିଟ୍ ରକ୍ତ ସଂଗୃହୀତ

ଓଡ଼ିଆ ପକ୍ଷ ପାଳନ ଅବସରରେ ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟର ଯୁବ ରେଡକ୍ରସ ତରଫରୁ ରକ୍ତଦାନ ଶିବିର ଆୟୋଜିତ

ମୋଟ ୭୮ ୟୁନିଟ୍ ରକ୍ତ ସଂଗୃହୀତ

 ଭବାନୀପାଟଣା, ତା ୮.୪.୨୦୨୫: ଓଡ଼ିଆ ପକ୍ଷ ପାଳନ ଅବସରରେ ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟର ଯୁବ ରେଡକ୍ରସ ଓ ରେଡ୍ ରିବନ କ୍ଲବ୍ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇ ଯାଇଛି। ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥଙ୍କ ପୃଷ୍ଠପୋଷକତାରେ ଆୟୋଜିତ ଉକ୍ତ ଶିବିରକୁ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ବିଜେପି ଜିଲ୍ଳା ସଭାପତି ଯୁଗଳ ପୋଢ଼, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମିନତୀ ଲତା ରାଉତ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନିହାର ରଞ୍ଜନ ପଣ୍ଡା, ଉପ କୁଳସଚିବ ଡ. ଜୟଦେବ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ୍ , ଭବାନୀପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦନ କୁମାର ଭୋଇ, ଭବାନୀପାଟଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ , ସାମାଜିକ କର୍ମୀ ଆର୍ତ୍ତତ୍ରାଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଡ. ରଜନୀ କାନ୍ତ ଜେନା , କ୍ୟାପଟେନ ଭବାନୀ ଶଙ୍କର ପଣ୍ଡା, ସୁଧୀର କୁମାର ପଣ୍ଡା, ବିଶ୍ଵ ରଞ୍ଜନ ବେହେରା, ଚନ୍ଦ୍ରଚୁଡ ବେହେରା, ରାଇ ମୋହନ ମାଝୀ, ଅଭିଜିତ ପାଟଯୋଷି, କୁମାର ମନ୍ଥନ ସାହୁ, ଜେ. ଏସ୍ . ଅମର୍ତ୍ତ୍ୟ ବଣିଆ ପ୍ରମୁଖ ବିଭିନ୍ନ ମହାବିଦ୍ୟାଳୟର ଯୁବ ରେଡକ୍ରସ ପରାମର୍ଶଦାତା ମାନେ ସକ୍ରିୟ ସହଯୋଗ କରିଥିଲେ। ଏହି ରକ୍ତଦାନ ଶିବିରକୁ ବିଶ୍ଵ ବିଦ୍ୟାଳୟର ଯୁବ ରେଡକ୍ରସ ପରାମର୍ଶଦାତା ତଥା ଜିଲ୍ଲା ଆବାହକ ସମ୍ପାଦକ ସଞ୍ଜୀବ କୁମାର ସାହୁ ସଂଯୋଜନା କରିଥିଲେ ଓ ବିଶ୍ଵ ବିଦ୍ୟାଳୟର ଯୁବ ରେଡକ୍ରସ ଓ ରେଡ୍ ରିବନ୍ କ୍ଲବ୍ ସ୍ଵେଚ୍ଛାସେବୀ ଛାତ୍ର ଛାତ୍ରୀମାନେ ପରିଚାଳନା କରିଥିଲେ। ଭବାନୀପାଟଣାସ୍ଥିତ ଓଡ଼ିଶା ରକ୍ତ କେନ୍ଦ୍ର ଅଧିକାରୀ ଡା . ବିଭେନ୍ଦୁ କୁମାର ବଳ ତଥା ରକ୍ତ କେନ୍ଦ୍ରର ସହକାରୀ କୃଷ୍ଣଚନ୍ଦ୍ର ସାହୁ, ଗିରିଶ ନାଏକ, ସଞ୍ଜୀବ ମହାକୁଡ଼, ଅଜିତ ନାଏକ ପ୍ରମୁଖଙ୍କ ସହାୟତାରେ ମୋଟ ୭୮ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । 

( ମ ନି ସ )

Related posts

ଲାଞ୍ଜିଗଡ଼ ବ୍ଲକର ଘାଟି ଅଞ୍ଚଳରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପନ ଦାବି : ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ଲାଞ୍ଜିଗଡ଼ ବିଧାୟକ 

Sunil Chandra Nayak

ରାୟଗଡାରେ ଦିତୀୟ ଜିଲ୍ଳାସ୍ତରୀୟ ଲୋକଅଦାଲତ ଅନୁଷ୍ଠିତ

ମାନବ ସେବା ହିଁ ମାଧବ ସେବା…  ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ ଡୁମେରଗୁଡା ଗ୍ରାମ ପଞ୍ଚାୟତରେ କମ୍ବଳ ବଣ୍ଟନ

masiha

Leave a Comment

error: Content is protected !!