ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କେଲା ଆଞ୍ଚଳିକ ଯାଦବ ସମିତି କର୍ମକର୍ତ୍ତା ଗଠନ

ଉତ୍କେଲା,୧୦/୦୧,ନିପ୍ର:କେସିଙ୍ଗା ବ୍ଲକ ଉତ୍କେଲା ଆଞ୍ଚଳିକ ଯାଦବ ସମାଜ ପକ୍ଷରୁ ବଙ୍ଗଳାପଡା ସ୍ଥିତ ଶିବ ମନ୍ଧିର ପ୍ରାଙ୍ଗଣରେ କେସିଙ୍ଗା ବ୍ଲକ ସଭାପତି ପାନ୍ନାଲାଲ ବେମାଲ ଙ୍କ ଅଧ୍ୟକ୍ଷତାରେ କୋକୋଡମାଲ, ଉତ୍କେଲା ଠେମେରା,କଣ୍ଟାମାଲ,କାଦୋପଡା ଗ୍ରାମର ଯାଦବ ବନ୍ଧୁ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦିର୍ଘଦିନ ଧରି ଖାଲି ପଡିଥିବା ଉତ୍କେଲା ଆଞ୍ଚଳିକ ସଭାପତି ପଦବୀ ପୁରଣ ପାଇଁ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ସର୍ବସମ୍ମତି କ୍ରମେ ଉତ୍କେଲା ଆଞ୍ଚଳିକ ଯାଦବ ସମାଜ ର ସଭାପତି ଭାବରେ ଅର୍ଜୁନ ପୋଢ, ଉପସଭାପତି ପିତାମ୍ବର ଜାଲ ସାଧାରଣ ସମ୍ପାଦକ ଟଙ୍କଧର ନାଏକ,ସହ ସମ୍ପାଦକ ସୁଦର୍ଶନ ଭୋଇ,କୋଷାଧ୍ୟକ୍ଷ ଭାବରେ ଦେବରାଜ କରୁଆଁ ଙ୍କୁ ଚୟନ କରାଯାଇଥିଲା। ଆଞ୍ଚଳିକ ଯାଦବ ସମିତି ଉତ୍କେଲା ର ପାଞ୍ଚ ଜଣ ଯାଦବ କାର୍ଯ୍ୟକର୍ତା ଙ୍କୁ ନେଇ କାର୍ଯ୍ୟକାରିଣି ଦାୟିତ୍ବ ଦେଇ ସଂଗଠନ କୁ ଆଗାମୀ ଦିନରେ ସକ୍ରିୟ କରାଯିବାକୁ ସ୍ଥିର କରାଯାଇଥିଲା। ଉକ୍ତ ସଭାରେ ବ୍ଲକ ସମ୍ପାଦକ ଘନଶ୍ୟାମ ଗହିର ଚାଞ୍ଚେର ଆଞ୍ଚଳିକ ସଭାପତି ସୁଚନ୍ଦ୍ର ଗଉଡ,କଶୃପଡା ଆଞ୍ଚଳିକ ସଭାପତି କ୍ଷିରସିନ୍ଧୁ ବିଶି,ଗୋକୁଲେଶ୍ବର ଆଞ୍ଚଳିକ ସଭାପତି ଯୁଗଳକିଶୋର ଭାଟି,ବ୍ଲକ କାର୍ଯ୍ୟକାରି ସଭାପତି ଦୟାସାଗର ନାଏକ, ଅଜିତ ନାଏକ,ସନ୍ତୋଷ ବାଗ,ଲଲିତ ନାଏକ,ଦେବରାଜ କରୁଆଁ,ମନେଷ କୁମାର ନାଏକ,ତ୍ରିଲକ୍ଷ ନାଏକ,ପ୍ରଶାନ୍ତ ପୋଢ,ବଲଦେବ ପାୟାସିଂ ଭାଗରଥି ନାଏକ,ନିଷିତ ରଞ୍ଜନ ନାଏକ, କାଣ୍ଡେଲ ର ପଙ୍କଜ ଗଉଡ,ପ୍ରମୁଖ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ଝରଡି ଉପସ୍ୱାସ୍ଥ୍ୟ କେନ୍ଦ୍ରର କରୁଣ ଚିତ୍ର , କେନ୍ଦ୍ରକୁ ଯିବାକୁ ବାଟ ନାହିଁ, ସ୍ୱସ୍ଥ୍ୟ ସେବା ଲୋକଙ୍କୁ ମିଳୁଥିବ କିଭଳି ? ତାହାକୁ ନେଇ ଉଠୁଛି ପ୍ରଶ୍ନ

masiha

ପୁଣି ରାଜରାସ୍ତାରେ ଚାଷୀ । କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର କୁଟ୍ରୁ ଛକରେ ଚାଷୀଙ୍କ ରାସ୍ତାରୋକ

ନନ୍ଦଘର ଠାରେ ନେତାଜୀ ଜୟନ୍ତୀ ପାଳନ 

Sunil Chandra Nayak

Leave a Comment

error: Content is protected !!