ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଙ୍ଗା ଦଦରା ଘରେ ପୁରୁଷ ଶୂନ୍ୟ ପରିବାର

ଭଙ୍ଗା ଦଦରା ଘରେ ପୁରୁଷ ଶୂନ୍ୟ ପରିବାର

କଲମପୁର -୧୦/୨(ସମିସ) ବୃଦ୍ଧା ସରାବନୀ ବାଗ,ବୟସ ୭୩, ଏହି ବୃଦ୍ଧା ଙ୍କ ଉପରେ ପଡ଼ିଛି ପରିବାରର ବୋଝ, କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ହାରାମାଲ ପଞ୍ଚାୟତ ଅଧିନସ୍ତ ବ୍ରାହ୍ମଣ ପଡ଼ାରେ ରହୁଛନ୍ତି ସରାବନୀ ବାଗଙ୍କ ପରିବାର,ସରାବନୀ ପୁଅ ସତ୍ୟବାନ ବାଗଙ୍କୁ ବିବାହ କରିଦେଲେ , ପୁଅ ସତ୍ୟବାନ ଓ ପୁତ୍ରବଧୂ ନଳିନୀ ବାଗଙ୍କ ଔରସରୁ ତିନି ସନ୍ତାନ ଜାତ ହେଲେ, ଏହାପରେ ସରାବନୀର ମୁଣ୍ଡରେ ଚଡକ ପଡିଲା, ଭେଣ୍ଡିଆ ପୁଅ ସତ୍ୟବାନ ରୋଗାକ୍ରାନ୍ତ ହେଲେ, ସତ୍ୟବାନଙ୍କୁ ବିଭିନ୍ନ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଲେ,ଧାର କରଜ କରି ପୁଅର ଆସୁ ଆରୋଗ୍ୟ କାମନା କଲେ, ଡାକ୍ତର ସତ୍ୟବାନଙ୍କୁ ଲିଭର ଜନିତ ରୋଗ ହୋଇଥିବାରୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର ନିମନ୍ତେ ପରାମର୍ଶ ଦେଲେ, ଅର୍ଥ ଅଭାବରୁ ସରାବନୀ ପୁଅକୁ ଘରକୁ ନେଇ ଆସିଲେ, କିଛି ଦିନର ପଛପଟ ପରେ ସତ୍ୟବାନର ପ୍ରାଣବାୟୁ ଛାଡି ଚାଲିଗଲା,ସରାବନୀ ବିଧବା ପୁତ୍ରବଧୂ ଦୁଇ ନାତୁଣୀ ଓ ଗୋଟିଏ ନାତିକୁ ନେଇ କୌଣସି ପ୍ରକାରେ ସଳଖି ଚାଲିବାକୁ ଚେଷ୍ଟା କଲା ବେଳକୁ ପୁଣି ଏକ ଦୁଃଖର କଳା ବାଦଲ ତାଙ୍କ ମୁଣ୍ଡ ଉପରେ ଘୁରିଲା, ଏକମାତ୍ର ନାତି ଡମ୍ବରୁଧର ବାଗ (୧୧) ମଧ୍ୟ ରୋଗାକ୍ରାନ୍ତ ହେଲେ, ତାଙ୍କୁ ମଧ୍ୟ ବିଭିନ୍ନ ଚିକିତ୍ସାଳୟରେ ଭର୍ତ୍ତି କଲେ, ଡାକ୍ତର ଡମ୍ବରୁଧରକୁ ମଧ୍ୟ ଲିଭର ଜନିତ ରୋଗ ଗ୍ରାସ କରିଛି ବୋଲି ରିପୋର୍ଟ ଦେଲେ, ଅଧିକ ଚିକିତ୍ସା ନିମନ୍ତେ ବହୁ କଷ୍ଟରେ ଅର୍ଥ ଯୋଗାଡ କରି ଡମ୍ବରୁଧରକୁ ବିଶାଖାପାଟଣା ଚିକିତ୍ସାଳୟରେ ଭର୍ତ୍ତି କଲେ, କିଛି ଦିନର ଭର୍ତ୍ତି ପରେ ଚିକିତ୍ସାଧିନ ଅବସ୍ଥାରେ ଡମ୍ବରୁଧରଙ୍କ ପ୍ରାଣବାୟୁ ଉଡି ଚାଲିଗଲା,ବାପ ପୁଅର ନିଧନ ପରେ ପରିବାର ପୁରୁଷ ଶୂନ୍ୟ ହୋଇଗଲା, ଅସହାୟ ଅବସ୍ଥାରେ ଘରେ ପଡି ରହିଲେ ବୃଦ୍ଧା ସରାବନୀ, ପୁତ୍ରବଧୂ ନଳିନୀ ନାତୁଣୀ ଦିପିକା ଓ ଦିପାସା, କାମଧନ୍ଦା କହିଲେ ସେମାନଙ୍କ ପାଖରେ କିଛି ନାହିଁ, ବୃଦ୍ଧା ସରାବନୀ ଓ ପୁତ୍ରବଧୂ ନଳିନୀର ବାର୍ଦ୍ଧକ୍ୟ ଓ ବିଧବା ଭତ୍ତାରେ ପରିବାର ଦୁଃଖ କଷ୍ଟରେ ଚଳି ଆସୁଛନ୍ତି, ସରକାରଙ୍କ ରାସନ କାର୍ଡରେ ଯାହା ଗଣ୍ଡିଏ ଚାଉଳ ମିଳୁଛି ତାହା ମଧ୍ୟ ସେମାନଙ୍କୁ ଯଥେଷ୍ଟ ହେଉନାହିଁ, ସାମାଜିକ ସୁରକ୍ଷା ଯୋଜନାରୁ ସହାୟତା ପାଇବା ନିମନ୍ତେ ଆଜକୁ ଆଠବର୍ଷ ହେଲା ନଳିନୀ ବ୍ଲକ ପ୍ରଶାସନ ନିକଟକୁ ଦୌଡ଼ୁଛନ୍ତି ହେଲେ ଆଜିଯାଏଁ ସୁଫଳ ପାଇ ପାରିନାହାନ୍ତି, ସେହି ଚାରି ପ୍ରାଣୀ ମୁଣ୍ଡ ଗୁଞ୍ଜିଥିବା ଘର ମଧ୍ୟ ବିପଦ ସଂକୁଳ ଅବସ୍ଥାରେ ରହିଛି, କେତେବେଳେ ମଧ୍ୟ ଘର ଭୁଶୁଡ଼ି ପଡ଼ିବାର ସମ୍ଭାବନା ରହିଛି, ତଥାପି ଜୀବନକୁ ବାଜି ଲଗାଇ ସେହି ଭଙ୍ଗା ଦଦରା ଘରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇଛନ୍ତି, ନାତୁଣୀ ଦିପିକା ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ଦିପାସା ଷଷ୍ଠ ଶ୍ରେଣୀରେ ପଡୁଛି,ସମ୍ବଳ ଅଭାବରୁ ମା ନଳିନୀ ଉଭୟ ଦୁଇ ଝିଅକୁ ଆଉ ପାଠ ପଢାଇବା ମୋ ପକ୍ଷରେ ସମ୍ଭବ ନୁହେଁ ବୋଲି କହିଛନ୍ତି, ଦୁଇ ଝିଅ ମଧ୍ୟରେ ଜଣେ ଦୋଲକିବନ୍ଦ କନ୍ୟା ଆଶ୍ରମରେ ପାଠ ପଢୁଥିବା ବେଳେ ଅନ୍ୟଜଣେ କଲମପୁର ଆଦର୍ଶ ବିଦ୍ୟାଳୟରେ ପାଠ ପଢୁଛି, ଏମାନଙ୍କ ପାଠରେ ଡୋରି ବନ୍ଧା ହେଲେ ଏମାନଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ, ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ସହଯୋଗ ଯୋଗାଇ ଦେବାକୁ ଜନ ସାଧାରଣରେ ଦାବି ହୋଇଛି। 

Related posts

ଭାଇବ୍ରାଣ୍ଟ ର ସାମାଜିକ କାର୍ଯ୍ୟକ୍ରମ

masiha

ରାଇରଙ୍ଗପୁର କଲେଜର ଛାତ୍ର ଆଦିତ୍ୟ କୁମାର ରାମ ଏମ.ଏସ.ସି.ବି ବିଶ୍ୱବିଦ୍ୟାଳୟରେ ବାଣିଜ୍ୟ ଟପ୍ପର

କଳମପୁରରେ ଏଆଇଏସଏଫର ୯୦ତମ ପ୍ରତିଷ୍ଠା ଦିବସ

Sunil Chandra Nayak

Leave a Comment

error: Content is protected !!