ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳ ବିଭାଜିକା ପ୍ରକଳ୍ପ ଦ୍ୱାରା ୩ ହେକ୍ଟର ଜମିରେ କାଜୁ ଚାରା ରୋପଣ 

କୋଲନରା ବ୍ଲକ ଅନ୍ତର୍ଗତ ରେଖାପଦର ଗ୍ରାମ ପଞ୍ଚାୟତ ନିକଟରେ ଥିବା ପଡିଆ ଠାରେ ଜଳ ବିଭାଜିକା ପ୍ରକଳ୍ପ ଆନୁକୂଲ୍ୟରେ ଆଜି କାଜୁ ଚାରା ରୋପଣ କରାଯାଇଛି | ଏହି ଅବସରରେ ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଡକ୍ଟର ଦୟାନିଧି ବାଗ ମୁଖ୍ୟ ଅତିଥି ଏବଂ କୋଲନରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିଥିବା ବେଳେ ସ୍ଥାନୀୟ ସରପଞ୍ଚ ଗୋପାଳ ପିର୍ବାକା, ସମିତି ସଭ୍ୟ ସରୋଜ ପଣ୍ଡୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ଜଳ ବିଭାଜିକା ସମିତିର ମନରେଗା ଯୋଜନା ଦ୍ୱାରା ୫ ଲକ୍ଷ ୫ ହଜାର ୫ ଶହ ଟଙ୍କା ବିନିଯୋଗରେ ୩ ହେକ୍ଟର ଜମିରେ କାଜୁ ଚାରା ରୋପଣ କରାଯାଇଥିଲା | ଜଳ ବିଭାଜିକା ସମିତି ଦ୍ୱାରା ପୂର୍ବରୁ ଯେଉଁ କମିଟି ଗଠନ କରାଯାଇଥିଲା ସେହି କମିଟି ମାଧ୍ୟମରେ ହିତାଧିକାରୀ କିପରି ସ୍ୱାବଲମ୍ବୀ ହୋଇପାରିବେ ତାକୁ ନେଇ କାମ କରାଯାଉଥିବା ବେଳେ ଏହିଭଳି କାର୍ଯ୍ୟକ୍ରମ ଦ୍ୱାରା ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କରିବା ସହ ହିତାଧିକାରୀ ମାନେ ମଧ୍ୟ ରୋଜଗାରକ୍ଷମ ହୋଇପାରିବେ ବୋଲି ମୁଖ୍ୟ ଅତିଥି ଶ୍ରୀ ବାଗ କହିଥିଲେ | ଉକ୍ତ କାର୍ଯ୍ୟକ୍ରମକୁ କୋଲନରା ବ୍ଲକ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଗଣେଶ୍ୱର ସାମାନ୍ତରାୟ ପରିଚାଳନା କରିଥିବା ବେଳେ ବ୍ଲକ ମୃତ୍ତିକା ସଂରକ୍ଷଣ ନିରୀକ୍ଷକ ଏମ ବେଣୁଗୋପାଳ, ବ୍ଲକ ମୃତ୍ତିକା ସଂରକ୍ଷଣ ସଂପ୍ରସାରଣ କର୍ମଚାରୀ ଚିନ୍ମୟ ନାୟକ, ବ୍ଲକ ଜଳ ବିଭାଜିକା କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର ଗାଣ୍ଟା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ | ଏଥିରେ ଓଡିଶା ମିଲେଟ ମିଶନର ସଭ୍ୟ ଇଦି ଅନନ୍ତ ରାଓ, ଏଙ୍କେଟି କଣ୍ଡାଗରି ଓ ରେଖାପଦର ପିଇଓଙ୍କ ସମେତ ଜଳ ବିଭାଜିକା ସମିତିର ହିତାଧିକାରୀ ମାନେ ଉପସ୍ଥିତ ରହିଥିଲେ |

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଲିଙ୍ଗଗତ ସାମ୍ୟତା ସମ୍ପର୍କିତ ବ୍ଲକ ସ୍ତରୀୟ କର୍ମଶାଳା ଅନୁଷ୍ଠିତ 

masiha

ଲଙ୍ଗଳେଶ୍ବର ପ୍ରେସକ୍ଲବ ଆନୂକୁଲ୍ଯ ରେ 75 ତମ ସାଧାରଣତନ୍ତ୍ର ଦିବସ ପାଳିତ

masiha

ତେନ୍ତୁଳିଖୁଣ୍ଟି ବ୍ଲକ୍ ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ପରିଷଦ ର ଏକ ବର୍ଷିଆ ନୂତନ କମିଟି ଗଠିତ

Sunil Chandra Nayak

Leave a Comment

error: Content is protected !!