ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ଏନ.ଜି.ଓ ସମନ୍ନୟ ବୈଠକ ଅନୁଷ୍ଠିତ

ଭବାନୀପାଟଣା ତା 26/07/2023 :- ଗତ 25/07/2023 ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତା ରେ ଏକ ଜିଲ୍ଲାସ୍ତରୀୟ ଏନ.ଜି.ଓ ସମନ୍ନୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଡି.ଡି ପ୍ଲାନିଂ ( ଡି.ପି.ଏମ.ୟୁ ) ଶ୍ରୀକାନ୍ତ ଦଳେଇ ପ୍ରଶାସନ ସହ ଏନ ଜି ଓ ଙ୍କ ସହଯୋଗ ଓ ବିଭିନ୍ନ କ୍ଷେତ୍ର ରେ କାର୍ଯ୍ୟ କରୁଥିବା ସ୍ଵେଚ୍ଛାସେବୀଙ୍କ ଭୂମିକାକୁ ଉଲ୍ଲେଖ କରି ସଭାକୁ ପରିଚାଳନା କରିଥିଲେ । ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଏନ.ଜି.ଓ ପ୍ରତିନିଧୀ ଓ ବିଭାଗୀୟ ଅଧିକାରୀଙ୍କୁ ସ୍ଵାଗତ କରି ସରକାରଙ୍କ ବିଭିନ୍ନ ସ୍କିମ ର ସଫଳ ରୂପାୟନ ଦିଗରେ ଏନ.ଜି.ଓ ମାନେ ବଳିଷ୍ଠ ସହଯୋଗ କରିଥାନ୍ତି ଏବଂ ତଳସ୍ତରରୁ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶାସନ କାର୍ଯ୍ୟକୁ ସଫଳ କରିଥାନ୍ତି ବୋଲି କହିଥିଲେ । ବୈଠକରେ ଏନ.ଜି.ଓ ପ୍ରତିନିଧୀ ଜିଲ୍ଲାରେ ଶିକ୍ଷାରୁ ବଞ୍ଚିତ ଏବଂ ଅଧାରୁ ପାଠ ଛାଡିଥିବା ପିଲାଙ୍କୁ ଶିକ୍ଷାଦାନ , ଦୂରଦୂରାନ୍ତରୁ ପାଠ ପଢିବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ସୁବିଧା , ଦୁର୍ଗମ ଅଞ୍ଚଳରେ ସ୍କୁଲ ମାନଙ୍କ ମରାମତି , ଗମନାଗମନ ଉନ୍ନତି , ଅଧିକ ଛାତ୍ରାବାସ ନିର୍ମାଣ ଊପରେ ଗୁରୁତ୍ଵ ଦେଲେ ଶିକ୍ଷାର ଉନ୍ନତି ହୋଇପାରିବ ବୋଲି କହିଥିଲେ । ସେଭଳି ସ୍ଵାସ୍ଥ୍ୟକ୍ଷେତ୍ରରେ ଜିଲ୍ଲାରେ ଦୁର୍ଗମ ଅଞ୍ଚଳରେ ଏ.ଏନ.ଏମ ମାନଙ୍କ ପାଇଁ ଭଲ କ୍ଵାର୍ଟର ବ୍ୟବସ୍ଥା , ମୋ ଗୃହ , ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ମେଡିକାଲ ଷ୍ଟାଫଙ୍କ ଉପସ୍ଥିତି ସହ ବାଇକ ଆମ୍ବୁଲାନ୍ସ ଉପରେ କହିଥିଲେ । ଜ୍ଜିଲ୍ଲାରେ ଆଇ ଟି ଆଇ ଏବଂ ପଲିଟେକନିକ ଅନୁଷ୍ଠାନରେ ଜେଭଳି ଅଧିକରୁ ଅଧିକ ଝିଅ ଅନ୍ତର୍ଭୁକ୍ତ ହୋଇପାରିବେ ତା ଉପରେ ବିଶେଷ ଦ୍ରୁଷ୍ଟି ଦେବାକୁ ଜିଲ୍ଲାପାଳ କହିଥିଲେ । ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ୱାରା ଜିଲ୍ଲାରେ ମହିଳା ସଶକ୍ତିକରଣର ଉନ୍ନତି , ଏହାର ଗୁରୁତ୍ଵ , ଉତ୍ପାଦନ ଓ ବ୍ରାଣ୍ଡର ସୁଦୂର ପ୍ରଚାର ଉପରେ କାମ କରିବାକୁ ଜିଲ୍ଲାପାଳ ଏନ ଜି ଓ ମାନଙ୍କୁ କହିଥିଲେ । ସେଭଳି ରକ୍ତହୀନତା ଦୂର ପାଇଁ ଆଦିବାସୀ ଅଧିଷ୍ଠିତ ଅଞ୍ଚଳରେ ଏବଂ ଜିଲ୍ଲାରେ ଅନ୍ୟ ପ୍ରାନ୍ତରେ କିଶୋରୀମାନଙ୍କୁ ରାଶି ଲଡୁ ଓ ଅମଲା କ୍ୟାଣ୍ଡି ର ବ୍ୟବସ୍ଥା କରାଯାଇଛି ; ଏହା ଯେଭଳି ସମସ୍ତଙ୍କୁ ମିଳିପାରିବ , ତା ଉପରେ ପୁଷ୍ଟି ଦେବାକୁ ଜିଲ୍ଲାପାଳ କହିଥିଲେ । ବାଲ୍ୟବିବାହକୁ ରୋକିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବାକୁ ଜିଲାପାଳ କହିଥିଲେ । ଏନ ଜି ଓ ପ୍ରତିନିଧୀ ମାନେ ନିଜ ନିଜ ଅଞ୍ଚଳରେ ଶିକ୍ଷା , ସ୍ୱାସ୍ଥ୍ୟ , ଶିଶୁ ସୁରକ୍ଷା , ବାଲ୍ୟବିବାହର ପ୍ରତିକାର , ମହିଳା ସଶକ୍ତିକରଣ , ଟୀକା କାରଣ , କୃଷି , ଦିବ୍ୟାଙ୍ଗ ଚିହ୍ନଟ ଓ ଜୀବିକା ନିର୍ବାହ ଉପରେ ଯେଉଁ କାର୍ଯ୍ୟ କରୁଛନ୍ତି ତାହାକୁ ବ୍ୟାପକ କରିବାକୁ ଓ ସଚେତନତା ଆଣିବାକୁ କହିଥିଲେ । ବୈଠକରେ କର୍ତ୍ତବ୍ୟ , ସେବାଜଗତ , ଅନ୍ତୋଦୟ , ସଂକଳ୍ପ , ଦାପ୍ତା , ମହାଶକ୍ତି , ଚାଇଲ୍ଡ ଫର ଇଣ୍ଡିଆ , ସହଯୋଗ , ସାଇଟ ସେଭରସ , ସଂଗ୍ରାମ , ଲୁଥରନ ୱାର୍ଲ୍ଡ ସର୍ଭିସର ପ୍ରତିନିଧୀମାନଙ୍କ ସହ ଡି.ଇ.ଓ , ସି.ଡି.ଏମ.ଓ , ଡି.ଏସ.ଡବ୍ଲୁ.ଓ , ଡି.ସି.ପି.ଓ , ଡି.ପି.ଏସ ( ଓ.ଏଲ.ଏମ ) , ସି.ଡି.ଏ.ଓ , ଡି.ଡି.ଏଚ , ଡି.ଏସ.ଏସ.ଓ , ଡି.ଆଇ. ପି.ଆର.ଓ ପ୍ରମୁଖ ଉପସ୍ଥିତ ଥିଲେ ।

ମସିହା ନିୟୁଜ ସର୍ଭିସ୍ 

Related posts

ରାୟଗଡ଼ ଗସ୍ତରେ ଭୋଟର ତାଲିକା ପର୍ଯ୍ୟବେକ୍ଷକ, ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର କଲେ ସମୀକ୍ଷା

Sunil Chandra Nayak

ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ

masiha

ଦୁବୁଲାବେଡା ଠାରେ ୫୨ତମ କୃଷି ଭିତ୍ତିକ ଟୁସୁ ମେଳା ଧୁମଧାମ ରେ ପାଳିତ

masiha

Leave a Comment

error: Content is protected !!