ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟରସାଇକେଲ – କାର ଦୁର୍ଘଟଣା ୨ ଗୁରୁତ୍ତର,୧ ଆହତ

ମୋଟରସାଇକେଲ – କାର ଦୁର୍ଘଟଣା ୨ ଗୁରୁତ୍ତର,୧ ଆହତ

ଡାବୁଗାଁ, ୨୯/୧୦ (ମ.ନି.ସ.)- ମଙ୍ଗଳବାର ଅପରାହ୍ନ ରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଡାବୁଗାଁ – କେଲିଆ ମୁଖ୍ୟ ରାସ୍ତାରେ ଜଗନ୍ନାଥଗୁଡା ଛକ ନିକଟରେ ମୋଟର ସାଇକେଲ – କାର ମୁହାଁମୁହିଁ ଧକ୍କା ହୋଇ ୨ ଗୁରୁତ୍ତର, ୧ ଆହତ ହୋଇଛନ୍ତି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ଝାଲିଆଗୁଡା ଗ୍ରାମର ଦେବଗଣ୍ଡ ମଙ୍ଗରୀ (୧୩), ସୁକାଲୁ ମଙ୍ଗରୀ (୧୮) ନିଜ ମୋଟରସାଇକେଲ ନଂ ଓଡି ୨୪ ଡି ୨୧୦୭ ଯୋଗେ ବ୍ୟବସାୟ ସାରି ଡାବୁଗାଁ ଅଭିମୁଖେ ଆସୁଥିବା ସମୟରେ ବିପରୀତ ଦିଗରୁ ଏକ କାର ନଂ ସିଜି ୦୭ – ୧୭୩୯ ସହ ମୁହାଁମୁହିଁ ଧକ୍କା ହୋଇଥିଲା | ଫଳରେ ମୋଟର ସାଇକେଲ ରେ ଆସୁଥିବା ୨ ଜଣ ରାସ୍ତା କଡକୁ ଛିଟିକି ପଡି ଆହତ ହୋଇଥିଲେ | ଏହା ସହ କାରରେ ବସିଥିବ ଥିବା ଶିବରାତ୍ରି ଜାନୀ (୨୦) ଆହତ ହୋଇଥିବା ବେଳେ ସ୍ଵାମୀ ଦିବାନସିଂ ସାନ୍ତା ଓ ୩ ବର୍ଷର ଝିଅ ସିଦ୍ଧି ସାନ୍ତା ଅଳ୍ପକେ ବର୍ତ୍ତୀ ଯାଇଥିଲେ | ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା | ସେଠାରେ ଦେବଗଣ୍ଡ ମଙ୍ଗରୀ ଓ ସୁକାଲୁ ମଙ୍ଗରୀ ଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି | ଖବର ପାଇ ଥାନା ଏଏସଆଇ ଚନ୍ଦ୍ରଶେଖର ହଜାରୀ ଘଟଣାସ୍ଥଳରେ ପହଞ୍ଛି ତଦନ୍ତ କରି ଦୁର୍ଘଟଣା ଗ୍ରସ୍ତ ୨ ଟି ଗାଡିକୁ ଜବତ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ଗଙ୍ଗାଧର ମେହେରଙ୍କ ରଚିତ କବିତା ଆବୃତ୍ତି ପ୍ରତିଯୋଗିତା

Sunil Chandra Nayak

ଧାନ କିଣାରେ ଅବ୍ୟବସ୍ଥା ନେଇ ଜ୍ୟୋତିଜଙ୍ଗମ ସେବା ସମବାୟ ସମିତି ପକ୍ଷରୁ ଗଣ ଧାରଣା ଓ ଆମରଣ ଅନଶନ: ପ୍ରଶାସନ ହସ୍ତକ୍ଷେପ ପରେ ଅନଶନ ପ୍ରତ୍ୟାହୃତ

Sunil Chandra Nayak

ରାଉରକେଲା ମହାନଗର ନିଗମ ଅଞ୍ଚଳର ସମସ୍ତ ସ୍ଵାସ୍ଥ୍ୟକେନ୍ଦ୍ର ଗୁଡ଼ିକୁ ମିଳିଲା କାୟାକଳ୍ପ ପୁରସ୍କାର

masiha

Leave a Comment

error: Content is protected !!