ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪୨ ମୌଜାରେ ସମାଜସେବୀ ନିର୍ମଳ ଚନ୍ଦ୍ର ଦାସଙ୍କ ସ୍ମୃତି ଚାରଣ ସଭା 

୪୨ ମୌଜାରେ ସମାଜସେବୀ ନିର୍ମଳ ଚନ୍ଦ୍ର ଦାସଙ୍କ ସ୍ମୃତି ଚାରଣ ସଭା 

କଟକ : କଟକ ସଦର ୪୨ ମୌଜା ପଟଣା ଗ୍ରାମର ଗର୍ବ ଗୌରବ,ସମାଜ ସେବୀ,ପାଟଣା ଗ୍ରାମର ମୂରବୀ, ଶାନ୍ତି କମିଟି ଓ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ପ୍ରତିଷ୍ଠାତା,ଦକ୍ଷ ଦିଗ ପଂଚାୟତବିତ୍ ସ୍ଵର୍ଗତ ନିର୍ମଳ ଚନ୍ଦ୍ର ଦାସଙ୍କ ତୃତୀୟ ବାର୍ଷିକୀ ଶ୍ରାଦ୍ଧ ଉତ୍ସବ ପୂଜ୍ୟପୂଜା ଭବନରେ ଉପଦେଷ୍ଟା ଡକ୍ଟର ଚିତ୍ତରଞ୍ଜନ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଶ୍ରଦ୍ଧାଂଜଳି ସଭାରେ ମଞ୍ଚ ପରିଚାଳନା କରିଥିଲେ ଅନୁଷ୍ଠାନର ମହାସଚିବ ରୁଦ୍ର ନାରାୟଣ ଦାସ । ସଭାପତି ସରୋଜ ନଳିନୀ ପରିଜା, କାର୍ଯ୍ୟକାରୀ ସଭାପତି ଅଭୟ କୁମାର ଦାସ,ସମିତି ସଭ୍ୟ ବିନୋଦ ବିହାରୀ ବେହେରା,ସମାଜ ସେବୀ ଉପେନ୍ଦ୍ର ବାରିକ୍,ପ୍ରଭାତ କୁମାର ଖଟୁଆ,ସନ୍ତୋଷ କୁମାର ଭୋଇ ପ୍ରମୁଖ ସ୍ମୃତି ଚାରଣ କରି ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ । ଶେଷରେ ସାଧାରଣ ସମ୍ପାଦକ ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଭାରତୀୟ ଭାଷା ଉତ୍ସବ ପାଳନ

masiha

ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ଆମ୍ବୁଲାନ୍ସରେ ଲାଗିଲା ନିଆଁ

masiha

Leave a Comment

error: Content is protected !!