ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରୋପକାରୀ ଅରୁଣ ରଣାଙ୍କ ପରଲୋକ

ପରୋପକାରୀ ଅରୁଣ ରଣାଙ୍କ ପରଲୋକ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ଅରୁଣ ରଣା (୪୮)ଙ୍କର ପରଲୋକ ହୋଇ ଯାଇଛି I ଗତ ତିନି ଦିନ ତଳେ ସେ ହଠାତ ଅସୁସ୍ଥ ହେବାରୁ ତାଙ୍କୁ ଭବାନୀପାଟଣା ଓ ପରେ ଭୁବନେଶ୍ୱର ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା I ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା I ସ୍ବର୍ଗତ ରଣା ଅନେକ ଥର ରକ୍ତଦାନ କରିଥିବା ସହ ଜଣେ ପରୋପକାରୀ ବ୍ୟକ୍ତି ଥିଲେ I ରବିବାର ସକାଳେ ତାଙ୍କ ମର ଶରୀର ଘରେ ପହଞ୍ଚିବା ପରେ ତେଲ ନଦୀ କୂଳରେ ଅନ୍ତିମ ସଂସ୍କାର କରାଯାଇ ଥିଲା I ତାଙ୍କ ବଡ଼ ଭାଇ ଶଙ୍କର ରଣା ଓ ଏକ ମାତ୍ର ପୁତ୍ର ସୌରଭ ରଣା ମୁଖାଗ୍ନୀ ଦେଇଥିଲେ I ତାଙ୍କ ବିୟୋଗରେ ଅଂଚଳରେ ଶୋକରଛାୟା ଖେଳି ଯାଇଛି I

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବଡ଼ବିଲ ସଙ୍କୁଳରେ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା : ନୂତନ ଶିକ୍ଷାନୀତି ଉପରେ ୧୪୪ ଶିକ୍ଷକଙ୍କୁ ପ୍ରଶିକ୍ଷଣ

Sunil Chandra Nayak

ଜଳେଶ୍ୱରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଇନଜୀବୀଙ୍କୁ ଭୁଜାଲିରେ ଆକ୍ରମଣ: ଗୁରୁତର ଅବସ୍ଥାରେ ବାଲେଶ୍ୱର ସ୍ଥାନାନ୍ତର

Sunil Chandra Nayak

ବିଶ୍ଵ ଏଡ଼ସ୍ ଦିବସ” ପାଳିତ

masiha

Leave a Comment

error: Content is protected !!