ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ
କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାୟତ୍ତ ଶାସନର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଉପାଦେୟତା ସଂପର୍କରେ ଆଲୋକପାତ କରିଥିଲେ ଓ ଧର୍ମଗଡ ଏନ୍ଏସିରେ ହୋଇଥିବା ବିକାଶ ଓ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା ଦ୍ବାରା ଧର୍ମଗଡ ଏନଏସି ଆହୁରି ବିକଶିତ ହେବ ଓ ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ଉପାଧ୍ୟକ୍ଷା ମନୀଷା ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପୌରାଞ୍ଚଳକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ବମ୍ବର ମିଶ୍ର ବିକାଶକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସୁଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ସହଭାଗିତା ଏକାନ୍ତ ଜରୁରୀ। ଲୋକଙ୍କ ହାତରେ କ୍ଷମତା ପ୍ରଦାନ କରି ତୃଣମୂଳସ୍ତର ରୁ ଉତ୍ତମ ଶାସନ ଓ ଉନ୍ନତି ସୁନିଶ୍ଚିତ କରିବା ସ୍ୱାୟତ୍ତ ଶାସନ ଦିବସରେ ସଭିଙ୍କ ସଂକଳ୍ପ ହେଉ ବୋଲି ପ୍ରକାଶ କରିଥିଲେ।
କାର୍ଯକ୍ରମ ଅବ୍ୟବହିତ ପୂର୍ବରୁ ମାନ୍ୟବର ବିଧାୟକ ଏନ ଏସି ର ମାର୍କେଟ କମ୍ପ୍ଲେକ୍ସ ଓ କାର୍ଯ୍ୟଳୟ ଠାରେ ଓସଶ୍ୱାନ କନଫରେନ୍ସ ହଲ ର ଉଦଘାଟନ କରିଥିଲେ। ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ପ୍ରାତଃ ରୁ ସମୟରେ ରାମଧୂନ, ସକାଳ ୭ଟା ସମୟରେ ଅଧ୍ୟକ୍ଷ,କାର୍ଯ୍ୟନିର୍ବାହୀ ଅଧିକାରୀ,କର୍ମଚାରୀ ବୃନ୍ଦ ଏବଂ ସମସ୍ତ କାଉନ୍ସିଲ୍ର ଙ୍କ ଦ୍ୱାରା ସହରର ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ, ସକାଳ ୮ଟା ସମୟରେ କାର୍ଯ୍ୟଳୟ ଠାରେ ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି ଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରି ପବିତ୍ର ସ୍ୱାୟତ୍ତ ଶାସନ ଦିବସରେ ଧର୍ମଗଡ ବିଜ୍ଞାପିତ ଅଂଚଳ ପରିଷଦର ସମସ୍ତ କାଉନ୍ସିଲ୍ ଓ ନଗରବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ପରିଷଦର ସମସ୍ତ କର୍ମଚାରୀ, ସଫେଇ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସକାଳ ୯ଟା ସମୟରେ ସରକାରୀ ଡାକ୍ତରଖାନା ର ରୋଗୀ ମାନଙ୍କୁ ତଥା ଉପ କାରାଗାର ଓ ଯଶୋଦା ଅନାଥାଶ୍ରମ ଓ ବାଲ ସୁଧାର ଗୃହ ର ଅନ୍ତେଃବାସି ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା।
ଏହି ଅବସରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ମାନଙ୍କର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଅଧ୍ୟାପକ ବଙ୍କିମ ମୁଣ୍ଡ ମଞ୍ଚ ପରିଚାଳନା କରିଥିବାବେଳେ କାର୍ଯ୍ୟାଳୟର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….

