ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ହୋମ ଭୋଟିଂ କାର୍ଯ୍ୟକ୍ରମ 

ଡାବୁଗାଁରେ ହୋମ ଭୋଟିଂ କାର୍ଯ୍ୟକ୍ରମ 

ଡାବୁଗାଁ, ୫/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ କମଳଲୋଚନ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ହୋମ ଭୋଟିଂ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବ୍ଲକ ର ବିଭିନ୍ନ ଗ୍ରାମରେ ଥିବା ୮୫ ବୟସର ବରିଷ୍ଠ ନାଗରିକ ଭୋଟର ଓ ଭିନ୍ନକ୍ଷମ ଭୋଟର ମାନେ ନିଜ ଘରେ ରହି ଚଳିତ ସାଧାରଣ ନିର୍ବାଚନରେ ପୋଷ୍ଟାଲ ବ୍ୟାଲଟ ମାଧ୍ୟମରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି | ଡାବୁଗାଁ ବ୍ଲକ ରେ ୮୫ ବୟସର ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ଭୋଟର ମୋଟ ୬୪ ଜଣ ଭୋଟର ରହିଛନ୍ତି | ଏଥିରେ ୬୧ ଜଣ ଭୋଟର ମତଦାନ କରିଥିବା ବେଳେ ୨ ଜଣ ଙ୍କ ମୃତ୍ୟୁ ଘଟିଛି ଓ ୧ ଜଣ ଅନୁପସ୍ଥିତ ରହିଛନ୍ତି | ଏହି ହୋମ ଭୋଟିଂ ପାଇଁ ୬ ଟି ଟିମ ବ୍ଲକର ବିଭିନ୍ନ ଗ୍ରାମର ପ୍ରତ୍ୟେକ ଘରକୁ ଯାଇ ଭୋଟିଂ କରିଥିଲେ | ଏଥିରେ ବିଡିଓ ଶରତ ମାଝି ପୋଲିଂ ଅଧିକାରୀ ମାନଙ୍କ ସହ ଯାଇ ହୋମ ଭୋଟିଂ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ | ଏଥିରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା ସହଯୋଗ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଷ୍ଟର୍ମ ୱାଟର ଡ୍ରେନେଜ୍ ସିଷ୍ଟମ୍ ପ୍ରକଳ୍ପର ମାଷ୍ଟର୍ ପ୍ଲାନ୍ ପାଇଁ ବୁଝାମଣା ପତ୍ର ସ୍ଵାକ୍ଷରିତ

Sunil Chandra Nayak

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବରୁଣଗଡ଼ିଆ ଗ୍ରାମରେ ବିଦ୍ୟୁତ ବିଭ୍ରାଟ ଖବର

Sunil Chandra Nayak

୧୫ ତମ ଜାତୀୟ ମତଦାତା ଦିବସ ପାଳିତ

masiha

Leave a Comment

error: Content is protected !!