ଡାବୁଗାଁରେ ହୋମ ଭୋଟିଂ କାର୍ଯ୍ୟକ୍ରମ
ଡାବୁଗାଁ, ୫/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ କମଳଲୋଚନ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ହୋମ ଭୋଟିଂ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବ୍ଲକ ର ବିଭିନ୍ନ ଗ୍ରାମରେ ଥିବା ୮୫ ବୟସର ବରିଷ୍ଠ ନାଗରିକ ଭୋଟର ଓ ଭିନ୍ନକ୍ଷମ ଭୋଟର ମାନେ ନିଜ ଘରେ ରହି ଚଳିତ ସାଧାରଣ ନିର୍ବାଚନରେ ପୋଷ୍ଟାଲ ବ୍ୟାଲଟ ମାଧ୍ୟମରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି | ଡାବୁଗାଁ ବ୍ଲକ ରେ ୮୫ ବୟସର ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ଭୋଟର ମୋଟ ୬୪ ଜଣ ଭୋଟର ରହିଛନ୍ତି | ଏଥିରେ ୬୧ ଜଣ ଭୋଟର ମତଦାନ କରିଥିବା ବେଳେ ୨ ଜଣ ଙ୍କ ମୃତ୍ୟୁ ଘଟିଛି ଓ ୧ ଜଣ ଅନୁପସ୍ଥିତ ରହିଛନ୍ତି | ଏହି ହୋମ ଭୋଟିଂ ପାଇଁ ୬ ଟି ଟିମ ବ୍ଲକର ବିଭିନ୍ନ ଗ୍ରାମର ପ୍ରତ୍ୟେକ ଘରକୁ ଯାଇ ଭୋଟିଂ କରିଥିଲେ | ଏଥିରେ ବିଡିଓ ଶରତ ମାଝି ପୋଲିଂ ଅଧିକାରୀ ମାନଙ୍କ ସହ ଯାଇ ହୋମ ଭୋଟିଂ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ | ଏଥିରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା ସହଯୋଗ କରିଥିଲେ |