ଚିନ୍ମୟ ବିଦ୍ୟାଳୟର ୪୧ ତମ ବାର୍ଷିକ କ୍ରୀଡା ଉତ୍ସବ
ରାଉରକେଲା:ସେକ୍ଟର ୭ ସ୍ଥିତ ଚିନ୍ମୟ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ୪୧ ତମ ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ଉଦଘାଟିତ ହୋଇଯାଇଛି। ବିଦ୍ୟାଳୟର ସମ୍ପାଦକ ରମାକାନ୍ତ ପଣ୍ଡା ଏହି କ୍ରୀଡା ଉତ୍ସବ କୁ ଉଦଘାଟନ କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଶର୍ମିଳା କବି ଶତପଥୀ, ବରିଷ୍ଠ ଶିକ୍ଷୟିତ୍ରୀ ଲୀନା ମଲ୍ଲିକ, ସଂଯୁକ୍ତା ଦାଶ,ଜୀବନାନନ୍ଦ ନାୟକ ଛାତ୍ର ଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ରହି ସମସ୍ତଙ୍କୁ ଖେଳରେ ଭାଗନେବା ପାଇଁ ଉତ୍ସାହିତ କରିଥିଲେ। କ୍ରୀଡ଼ା ଶିକ୍ଷକ ସୁଶାନ୍ତ କୁମାର ବିଶ୍ବାଳ, ଶିକ୍ଷୟିତ୍ରୀ ସ୍ମିତା ଦାସ ଖେଳ କୁ ପରିଚାଳନା କରିଥିବା ବେଳେ ବକୁଳ ଚରଣ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଏହି କ୍ରୀଡା ଉତ୍ସବ କୁ ପରିଚାଳନା କରିଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

