ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତୀକ ପ୍ରୋସ୍ଥେଟିକ୍ସ ଏବଂ ଅର୍ଥୋଟିକ୍ସ ଦିବସ ପାଳନ ଅବସରରେ ସଚେତନତା ଶୋଭାଯାତ୍ରା

ଆନ୍ତର୍ଜାତୀକ ପ୍ରୋସ୍ଥେଟିକ୍ସ ଏବଂ ଅର୍ଥୋଟିକ୍ସ ଦିବସ ପାଳନ ଅବସରରେ ସଚେତନତା ଶୋଭାଯାତ୍ରା

ରାଉରକେଲା: ଆନ୍ତର୍ଜାତୀକ ପ୍ରୋସ୍ଥେଟିକ୍ସ ଓ ଅର୍ଥୋଟିକ୍ସ ଦିବସ ପାଳନ ଅବସରରେ ରାଉରକେଲା ଆଞ୍ଚଳିକ ପୁନର୍ବାସ ଓ ଗବେଷଣା କେନ୍ଦ୍ର (ଆର୍.ଆର୍.ଆର୍.ସି.) ପକ୍ଷରୁ ଏକ ଜନସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଛେଣ୍ଡ ସ୍ଥିତ ଭିଏସ୍ଏସ୍ ମାର୍କେଟ ନିକଟରୁ ଆରମ୍ଭ ହୋଇଥିବା ଏହି ସଚେତନତା ଶୋଭାଯାତ୍ରାକୁ ପାନପୋଷ ଅତିରିକ୍ତ ଉପଜିଲ୍ଲାପାଳ ଚାନ୍ଦନୀ ଉଦ୍ଘାଟନ କରିଥିଲେ। ଆର୍.ଆର୍.ଆର୍.ସି. ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା ଏଥିରେ ଉଦବୋଧନ ଦେଇ କହିଥିଲେ ଯେ, ଦୁର୍ଘଟଣା, କ୍ୟାନସର, ଡାଇବେଟିସ୍ ଏବଂ ପକ୍ଷାଘାତ ରୋଗ ଯୋଗୁଁ ଅଙ୍ଗପ୍ରତ୍ୟଙ୍ଗ ହରାଉଥିବା ସହ ଦୁର୍ବଳ ହୋଇଯାଉଥିବା ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଓ ସହାୟକ ଉପକରଣ ମାଧ୍ୟମରେ ସକ୍ଷମ କରାଯାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଇପାରୁଛି। ଏ ଦିଗରେ ଆର.ଆର.ଆର.ସି. ବିଗତ ୩୦ ବର୍ଷ ଧରି ଅଗ୍ରଣୀ ଭୂମିକା ନେଇ ଆସୁଛି।

        ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂସ୍ଥାର ନିର୍ଦ୍ଦେଶକ ତ୍ରିଲୋଚନ ପାଢୀ ସ୍ବାଗତ ଭାଷଣ ଦେଇଥିଲେ। ଶିକ୍ଷୟିତ୍ରୀ ସବିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଆର.ଆର.ଆର.ସି. ସଦସ୍ୟ, କର୍ମଚାରୀ, ଛାତ୍ରଛାତ୍ରୀ, କୃତ୍ରିମ ଅଙ୍ଗ ବ୍ୟବହାର କରୁଥିବା ଭିନ୍ନକ୍ଷମ ଏବଂ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ନେଇ ଏହି ଶୋଭାଯାତ୍ରା ଭଗବତୀ ମନ୍ଦିର ନିକଟସ୍ଥ ଆର.ଆର.ଆର.ସି କାର୍ଯ୍ୟାଳୟ ନିକଟରେ ଶେଷ ହୋଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମଠକରଗୋଳା ମହାବିଦ୍ୟାଳୟ  ଓଡ଼ିଆ ବିଭାଗର ନବୀନ ବରଣ ଉତ୍ସବ 

Sunil Chandra Nayak

ସାନ୍ତାଳି ଭାଷା ଅଲଚିକି ପରୀକ୍ଷା ସମାପିତ

masiha

ବଜ୍ରପାତ ଜଣେ ମୃତ୍ୟୁ  

masiha

Leave a Comment

error: Content is protected !!