ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଠକରଗୋଳା ମହାବିଦ୍ୟାଳୟ  ଓଡ଼ିଆ ବିଭାଗର ନବୀନ ବରଣ ଉତ୍ସବ 

ମଠକରଗୋଳା ମହାବିଦ୍ୟାଳୟ 

ଓଡ଼ିଆ ବିଭାଗର ନବୀନ ବରଣ ଉତ୍ସବ 

କାମାକ୍ଷାନଗର (ମନିସ)22/8/25 — ମଠକରଗୋଳା ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ପ୍ରଥମ ବର୍ଷର ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ନବୀନ ବରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ଚିତ୍ତ ରଂଜନ ଦାଶ ସଭାପତିତ୍ବ କରିଥିଲେ। ପ୍ରାରମ୍ଭରେ ବିଭାଗୀୟ ମୂଖ୍ୟ ଅଧ୍ୟାପିକା ଅମିତାଞ୍ଜଳୀ ମିଶ୍ର ନବାଗତ ମାନଙ୍କୁ ସ୍ଵାଗତ ଜଣାଇବା ସହ ମହାବିଦ୍ୟାଳୟ ର ନୀତି ଓ ଆଦର୍ଶ ସମ୍ପର୍କରେ ସୂଚନା ଦେଇଥିଲେ। ବାଣିଜ୍ୟ ବିଭାଗର ଅଧ୍ୟାପକ ସୁଧାଂଶୁ ଶେଖର ପାତ୍ର ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନେ ଓଡ଼ିଆ ଭାଷା ଓ ସାହିତ୍ୟ ରେ ପାରଦର୍ଶିତା ହାସଲ କରିବା ନିମନ୍ତେ ଆହ୍ଵାନ ଦେଇଥିଲେ। ଏଥି ନିମନ୍ତେ ଓଡ଼ିଶା ସରକାରଙ୍କ ବିଭିନ୍ନ ପ୍ରୋତ୍ସାହନ ସମ୍ପର୍କିତ ତଥ୍ୟ ପ୍ରଦାନ କରିଥିଲେ। ସମ୍ମାନିତା ଅତିଥି ଭାବେ ଯୋଗଦେଇ ଆଭ୍ୟନ୍ତରୀଣ ଗୁଣବତ୍ତା ପ୍ରକୋଷ୍ଠ ର ସଂଯୋଜିକା ଅଧ୍ୟାପିକା ସ୍ଵପ୍ନିତା ରାଉତ ଛାତ୍ରଛାତ୍ରୀ ମାନେ ପ୍ରତିଦ୍ବନ୍ଦିତା ମୂଳକ ପରୀକ୍ଷାରେ ସଫଳତା ହାସଲ ନିମନ୍ତେ ଓଡ଼ିଆ ଭାଷା କିପରି ସହାୟକ ହେବ ବର୍ଣ୍ଣନା କରିଥିଲେ। ଓଡ଼ିଆ ବିଭାଗର ଅଧ୍ୟାପକ ମନୋରଂଜନ ବେହେରା ଓ ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ସାହୁ ନୂତନ ଜାତୀୟ ଶିକ୍ଷା ନୀତିରେ ଓଡ଼ିଆ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ। ପ୍ରଥମ ଶ୍ରେଣୀ ସମ୍ମାନ ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ମାନେ ସ୍ଵପରିଚୟ ପ୍ରଦାନ କରିବା ସହ ଜୀବନ ର ଲକ୍ଷ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଅଧ୍ୟକ୍ଷ ଶ୍ରୀ ଦାଶ ଓଡ଼ିଆ ସାହିତ୍ୟର ଇତିହାସ ଓ କ୍ରମବିକାଶ ସମ୍ପର୍କରେ ଆଲୋଚନା କରିବା ସହ ଏହା କିପରି ବିଶ୍ଵ ର ଅନ୍ୟ ସାହିତ୍ୟ ଠାରୁ ସ୍ଵତନ୍ତ୍ର ତାହା ବର୍ଣ୍ଣନା କରିଥିଲେ। ଏଥି ସହ ଭବିଷ୍ୟତପିଢି ମାତୃଭାଷା ଓ ମାତୃଭୂମି ପ୍ରତି ମମତା ରଖିବାକୁ ଆହ୍ୱାନ ଦେଇଥିଲେ। ବରିଷ୍ଠ ଛାତ୍ରଛାତ୍ରୀ ମାନଙ୍କ ନୃତ୍ୟ ସଙ୍ଗୀତ ପରିବେଷଣ ତଥା ନବାଗତ ଙ୍କ ଉଦ୍ଦେଶ୍ୟରେ କୌତୁକ ପ୍ରଶ୍ନ ପରିବେଶ କୁ ଋଦ୍ଧିମନ୍ତ କରିଥିଲା । ସୁମନ୍ତ ପ୍ରଧାନ ଶ୍ରେଷ୍ଠ ନବାଗତ ଏବଂ ସାଇଶ୍ରୀ ମହାରଣା ଶ୍ରେଷ୍ଠ ନବାଗତା ଘୋଷିତ ହୋଇ ରୌପ୍ୟ ମୁକୁଟ ରେ ଭୂଷିତ ହୋଇଥିଲେ। ବିଭାଗର ସମସ୍ତ ଛାତ୍ରଛାତ୍ରୀ ଙ୍କ ସହ ମହାବିଦ୍ୟାଳୟ ର ଅଧିକାଂଶ ଅଧ୍ୟାପକ ଅଧ୍ୟାପିକା ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଲଘୁଚାପ ପ୍ରଭାବରେ ସାମାନ୍ୟ ବର୍ଷା, ଲୋକେ ଆଶ୍ବସ୍ତି 

masiha

ଆଜି ବିଶ୍ବ ପରିବେଶ ଦିବସ, ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଆମ ପରିବେଶକୁ ସ୍ବଚ୍ଛ ଏବଂ ନିର୍ମଳ ରଖିବାକୁ ପଡ଼ିବ

masiha

ବିଂଝାଲ ସମାଜ ପକ୍ଷରୁ ସହିଦ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!