ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଳକ ସ୍ତରୀୟ ପଞ୍ଚାୟତ ବିକାଶ ସୂଚକାଙ୍କ ତାଲିମ ଅନୁଷ୍ଠିତ 

ବ୍ଳକ ସ୍ତରୀୟ ପଞ୍ଚାୟତ ବିକାଶ ସୂଚକାଙ୍କ ତାଲିମ ଅନୁଷ୍ଠିତ 

ରାୟଗଡା ତା- ୧-୩-୨୦୨୫ //     ରାୟଗଡ ପଞ୍ଚାୟତ ସମିତି ସଦଭାବନା ସଭା ଗୃହରେ ପଞ୍ଚାୟତ ବିକାଶ ସୂଚକାଙ୍କ ସମ୍ପର୍କିତ ଏକ ଦିବସୀୟ ତାଲିମ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଜିତ ମିଶ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଦିର୍ଘସ୍ଥାୟୀ ବିକାଶ ଲକ୍ଷ୍ଯର ସ୍ଥାନୀୟକରଣ ନିମନ୍ତେ ଗ୍ରାମାଞ୍ଚଳର ବିକାଶ ଧାରା ର ନଅ ଗୋଟି ବିଷୟଭିତ୍ତିକ ମୂଲ୍ୟାୟନ ସହ ଆଗାମୀବର୍ଷରେ ସେଗୁଡିକ କ୍ଷେତ୍ରରେ ପର୍ଯ୍ୟବେସିତ ଆବଶ୍ୟକତା ଭିତ୍ତିକ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତିର ରୂପରେଖ ଏବଂ ଏଥି ନିମନ୍ତେ ବିଭିନ୍ନ ବିଭାଗର ଭୂମିକା ବିଷୟରେ ଆଲୋଚନା ହୋଇଥିଲା । ଜିଲ୍ଲାପରିଷଦ ଦ୍ବାରା ପ୍ରାୟୋଜିତ ଏହି ତାଲିମରେ ବିଡିଓ ଶ୍ରୀ ସୁଜିତ ମିଶ୍ର ପଲ୍ଲୀ ସଭା ଓ ଗ୍ରାମ ସଭାର ଭୂମିକା ସହ ବିଭାଗୀୟ ଅଧିକାରୀଙ୍କ ଅଂଶଗ୍ରହଣ ବିଷୟରେ ଆଲୋକପାତ କରିଥିଲେ । ଏବିଡିଓ କାଳୁ ଚରଣ ନାୟକ, ଜିପିଇଓ ଗୋପାଳ ପଣ୍ଡା, ବୈଷୟିକ ସଂଯୋଜକ ଯୋଗେନ୍ଦ୍ର ନାୟକ ଏବଂ ସଂବଳ ଶିକ୍ଷକ ନୀଳାଞ୍ଚଳ ମିଶ୍ର ତାଲିମ ପ୍ରଦାନ କରିଥିଲେ । ଏଥିରେ ସରପଞ୍ଚ, ନିର୍ବାହୀ ଅଧିକାରୀ, ଏଡିଇଓ, ଜିଆରଏସ, ଅଙ୍ଗନୱାଡି କର୍ମୀ, ଶିକ୍ଷକ ମୋଟ ପଚାଶ ଜଣ ତାଲିମ ଗ୍ରହଣ କରିଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଜ୍ୟପାଳଙ୍କ ଦ୍ୱାରା “ଶ୍ରୀଜଗନ୍ନାଥ ବାଟିକା ତଥ୍ୟାବଳୀ’ ଉନ୍ମୋଚିତ

Sunil Chandra Nayak

ଜିଲ୍ଲାରେ ହୋଇପାରୁନି ଶିକ୍ଷକ ପଦୋନ୍ନତି , ଶିକ୍ଷକ ସଂଘ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ଉତ୍କଳ ଗୋଶାଳା ସମିତି ପକ୍ଷରୁ ନୂତନ ଗୋଶାଳା ଉଦଘାଟନ

Leave a Comment

error: Content is protected !!