ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଳକ ସ୍ତରୀୟ ପଞ୍ଚାୟତ ବିକାଶ ସୂଚକାଙ୍କ ତାଲିମ ଅନୁଷ୍ଠିତ 

ବ୍ଳକ ସ୍ତରୀୟ ପଞ୍ଚାୟତ ବିକାଶ ସୂଚକାଙ୍କ ତାଲିମ ଅନୁଷ୍ଠିତ 

ରାୟଗଡା ତା- ୧-୩-୨୦୨୫ //     ରାୟଗଡ ପଞ୍ଚାୟତ ସମିତି ସଦଭାବନା ସଭା ଗୃହରେ ପଞ୍ଚାୟତ ବିକାଶ ସୂଚକାଙ୍କ ସମ୍ପର୍କିତ ଏକ ଦିବସୀୟ ତାଲିମ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଜିତ ମିଶ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଦିର୍ଘସ୍ଥାୟୀ ବିକାଶ ଲକ୍ଷ୍ଯର ସ୍ଥାନୀୟକରଣ ନିମନ୍ତେ ଗ୍ରାମାଞ୍ଚଳର ବିକାଶ ଧାରା ର ନଅ ଗୋଟି ବିଷୟଭିତ୍ତିକ ମୂଲ୍ୟାୟନ ସହ ଆଗାମୀବର୍ଷରେ ସେଗୁଡିକ କ୍ଷେତ୍ରରେ ପର୍ଯ୍ୟବେସିତ ଆବଶ୍ୟକତା ଭିତ୍ତିକ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତିର ରୂପରେଖ ଏବଂ ଏଥି ନିମନ୍ତେ ବିଭିନ୍ନ ବିଭାଗର ଭୂମିକା ବିଷୟରେ ଆଲୋଚନା ହୋଇଥିଲା । ଜିଲ୍ଲାପରିଷଦ ଦ୍ବାରା ପ୍ରାୟୋଜିତ ଏହି ତାଲିମରେ ବିଡିଓ ଶ୍ରୀ ସୁଜିତ ମିଶ୍ର ପଲ୍ଲୀ ସଭା ଓ ଗ୍ରାମ ସଭାର ଭୂମିକା ସହ ବିଭାଗୀୟ ଅଧିକାରୀଙ୍କ ଅଂଶଗ୍ରହଣ ବିଷୟରେ ଆଲୋକପାତ କରିଥିଲେ । ଏବିଡିଓ କାଳୁ ଚରଣ ନାୟକ, ଜିପିଇଓ ଗୋପାଳ ପଣ୍ଡା, ବୈଷୟିକ ସଂଯୋଜକ ଯୋଗେନ୍ଦ୍ର ନାୟକ ଏବଂ ସଂବଳ ଶିକ୍ଷକ ନୀଳାଞ୍ଚଳ ମିଶ୍ର ତାଲିମ ପ୍ରଦାନ କରିଥିଲେ । ଏଥିରେ ସରପଞ୍ଚ, ନିର୍ବାହୀ ଅଧିକାରୀ, ଏଡିଇଓ, ଜିଆରଏସ, ଅଙ୍ଗନୱାଡି କର୍ମୀ, ଶିକ୍ଷକ ମୋଟ ପଚାଶ ଜଣ ତାଲିମ ଗ୍ରହଣ କରିଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସାହାଜଖୋଲ ସଂରକ୍ଷିତ ଜଙ୍ଗଲରୁ ମକା ମାଫିଆଙ୍କୁ ଉଚ୍ଛେଦ ଦାବିରେ ନବରଙ୍ଗପୁର ପୋଲିସ ପ୍ରଶାସନ ଦ୍ୱାରସ୍ଥ ବନ ସୁରକ୍ଷା ମହାସଂଘ

Sunil Chandra Nayak

ଉତ୍କେଲା ଆଞ୍ଚଳିକ ଯାଦବ ସମିତି କର୍ମକର୍ତ୍ତା ଗଠନ

Sunil Chandra Nayak

ଶିକ୍ଷକ ଙ୍କୁ ପଦୋନ୍ନତି ପ୍ରମାଣ ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!