ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେରେଣ୍ଡା ପଞ୍ଚାୟତରେ ସ୍ୱଚ୍ଛତା ଅଭିଯାନ: ବାବା ଜଟେଶ୍ୱର ମନ୍ଦିର ପ୍ରାଗଣରେ ଆୟୋଜିତ ହେଲା ବୈଶିଷ୍ଟ୍ୟପୂର୍ଣ୍ଣ ପରିଚ୍ଛନ୍ନତା କାର୍ଯ୍ୟକ୍ରମ

ସେରେଣ୍ଡା ପଞ୍ଚାୟତରେ ସ୍ୱଚ୍ଛତା ଅଭିଯାନ: ବାବା ଜଟେଶ୍ୱର ମନ୍ଦିର ପ୍ରାଗଣରେ ଆୟୋଜିତ ହେଲା ବୈଶିଷ୍ଟ୍ୟପୂର୍ଣ୍ଣ ପରିଚ୍ଛନ୍ନତା କାର୍ଯ୍ୟକ୍ରମ

ବଡ଼ବିଲ, ଯୋଡ଼ା: ଯୋଡ଼ା ବ୍ଲକ ଅଧୀନସ୍ଥ ସେରେଣ୍ଡା ପଞ୍ଚାୟତର ବିଖ୍ୟାତ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳୀ ବାବା ଜଟେଶ୍ୱର ମନ୍ଦିର ପ୍ରାଗଣରେ ଏକ ବୈଶିଷ୍ଟ୍ୟପୂର୍ଣ୍ଣ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଉଦ୍ୟମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପର୍ଯ୍ୟଟନ ସ୍ଥଳୀର ପରିଚ୍ଛନ୍ନତା ବୃଦ୍ଧି କରିବା ସହ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ସଚେତନତା ବୃଦ୍ଧି କରିବା।

ଏହି ଅଭିଯାନରେ ଯୋଡ଼ା ବ୍ଲକ ବିଡିଓ ଦିନେଶ ବେହେରା, ସେରେଣ୍ଡା ପଞ୍ଚାୟତର ସରପଞ୍ଚ ସସ୍ମିତା ସିଦୁ, ଓ ସମିତିସଭ୍ୟ ଶଙ୍କର ଚାତମ୍ବା, ଏ.ବି.ଡ଼ି.ଓ ସମିତା ଦେହୁରୀ, ପି.ଇ.ଓ ଫେଲୋ ଓରାମ ଓ ଅନେକ ସ୍ଥାନୀୟ ପ୍ରତିନିଧି ଓ ନାଗରିକ ଉପସ୍ଥିତ ଥିଲେ। ଉଲ୍ଲେଖନୀୟ ଭାବେ, ଜୟଶ୍ରୀ ସିଦୁ, ସବିତା ମୁଣ୍ଡା, ଉର୍ମିଳା ମୁଣ୍ଡା, ଅଞ୍ଜଲେନା ଓରାମ, ଆଶା ରାଣୀ ବାନରା, ସାନ୍ଧୁ ମୁଣ୍ଡା, ଶିବାନୀ ମୁଣ୍ଡା, ଗୁନି ମୁଣ୍ଡା, ସୁଜାତା ମୁଣ୍ଡା, ରବୀନ୍ଦ୍ର ଚାତମ୍ବା, ସତ୍ୟବାନ ବନାରା, ବାବୁଲା ପିଙ୍ଗୁଆ, କୌରବ ଚାତମ୍ବା, ସଜୟ ସିଦୁ, ହରିହର ସିଦୁ, ଶିବ ପରିଡା, ଅଜିତ ମୁଣ୍ଡା, ଓ ସୁଚିତ୍ରା ଦାସ ପରି ଅନେକ ସଚେତନ ନାଗରିକ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାଗ ନେଇଥିଲେ।

ସମସ୍ତେ ଏକତ୍ରିତ ହୋଇ ମନ୍ଦିର ପ୍ରାଗଣ, ପଥପ୍ରାନ୍ତ, ଝରଣା ଛାରିଦିଗ ଓ ପ୍ରାକୃତିକ ପରିବେଶକୁ ସୁନ୍ଦର ଓ ପରିଚ୍ଛନ୍ନ କରିବା ପାଇଁ ସ୍ୱଇଚ୍ଛା ଶ୍ରମ ଦେଇ ଦୃଢ଼ ଆଦର୍ଶ ସ୍ଥାପନ କରିଛନ୍ତି। ଏହି ଅବସରରେ ବିଡିଓ ମହୋଦୟ କହିଛନ୍ତି: “ସ୍ୱଚ୍ଛ ଓ ପରିଚ୍ଛନ୍ନ ପରିବେଶ ଗୋଟିଏ ମାନବୀୟ ଅଧିକାର ହେବା ସହ ଆମ ପର୍ଯ୍ୟଟନ ବିକାଶ ପାଇଁ ମଧ୍ୟ ଅତ୍ୟନ୍ତ ଜରୁରୀ। ଏହିପରି ଉଦ୍ୟମ ଦ୍ୱାରା ଆମ ଅଞ୍ଚଳକୁ ଏକ ଆଦର୍ଶ ଗ୍ରାମ ରୂପେ ଗଢ଼ି ତୋଳା ଯାଇପାରିବ।”

ସରପଞ୍ଚ ସସ୍ମିତା ସିଦୁ ମଧ୍ୟ ଏହି ଅଭିଯାନକୁ ଗ୍ରାମବାସୀଙ୍କ ସହଯୋଗରେ ପ୍ରତିମାସ ପ୍ରଚାଳିତ କରିବା ଆଶ୍ୱାସନ ଦେଇଛନ୍ତି। ସେ କହିଛନ୍ତି ଯେ ଏହା ନ କେବଳ ପରିଚ୍ଛନ୍ନତା ପାଇଁ, ବରଂ ସାମୂହିକ ଜବାବଦେହିତା ଓ ଜନସଚେତନତା ର ଉଦାହରଣ ମଧ୍ୟ ହେବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେରେଣ୍ଡା ପଞ୍ଚାୟତ ସ୍ୱଚ୍ଛତାରେ ଏକ ଉଦାହରଣ ସୃଷ୍ଟି କରିଛି ବୋଲି ଅନେକ ସ୍ଥାନୀୟ ବାସିନ୍ଦାମାନେ ମତ ବ୍ୟକ୍ତ କରିଛନ୍ତି। 

ଯୋଡ଼ା ରୁ ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ଆସ୍ଥା ତରଫରୁ ଉତ୍କଳ ଦିବସ ପାଳିତ

Sunil Chandra Nayak

ଲାଞ୍ଜିଗଡରୋଡ଼ରେ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ 

masiha

ରାଉରକେଲା ଆପୋଲୋ ହସ୍ପିଟାଲରେ କାର୍ଡିଓଲୋଜି ବିଭାଗର ସଫଳତା

masiha

Leave a Comment

error: Content is protected !!