ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକଙ୍କ ମଦ ବିକ୍ରି ଲଢେଇ ବିଫଳ, କର୍ମୀ ହତାଶ , ଭାଟି ଖୋଲିଲା ପ୍ରଶାସନ 

ବିଧାୟକଙ୍କ ମଦ ବିକ୍ରି ଲଢେଇ ବିଫଳ, କର୍ମୀ ହତାଶ , ଭାଟି ଖୋଲିଲା ପ୍ରଶାସନ 

ବନ୍ଧୁଗାଁ ତା ୨୮/୫/୨୫ —  ମଦ ବିକ୍ରିକୁ ବିରୋଧ କରି ବିଧାୟକ ପବିତ୍ର ସାଉନ୍ତା ଓ କିଛି ଆଗ ଧାଡ଼ିର କର୍ମୀଙ୍କୁ ନେଇ ବନ୍ଧୁଗାଁ ବ୍ଲକରେ କରିଥିବା ଅଭିଯାନ ଫସର ଫାଟି ଯାଇଛି। ବ୍ଲକରେ ଥିବା ଦେଶି ଓ ବିଦେଶୀ ମଦ ବିକ୍ରି ଦୋକାନରେ ସୋମବାର ଦିନ ବିଧାୟକ ତାଲା ପକାଇ ଦେଇଥିଲେ, ସେହି ଦିନ ଅତି ସରଗରମ ଥିବା ବେଳେ ବିଧାୟକ ଅତି ଚମତ୍କାର ଢଙ୍ଗରେ  ତାଙ୍କ ନିର୍ବାଚନ ମଣ୍ଡଳୀର ଲୋକେ ଭୋଗୁଥିବା ଦୁଃଖ ଯନ୍ତ୍ରଣାକୁ ଆମ ଗଣମାଧ୍ୟମ ଆଗରେ ବୋଖାଣୁ ଥିଲେ। ଏପଟେ ମଙ୍ଗଳବାର ଦିନ ମାଜିଷ୍ଟ୍ରେଟ ସୋନାଲି ପାତ୍ର ଙ୍କ ଉପସ୍ଥିତିରେ ଅବକାରୀ ବିଭାଗ ଅଧିକାରୀ ଓ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ଦ୍ବାରା ତାଲା ଖୋଲି ଥିଲେ। ଆଜି ମଦ ଦୋକାନ ଖୋଲିବା ପରେ ସ୍ୱାଭାବିକ ଭାବେ ମଦ ବିକ୍ରି ଆରମ୍ଭ ହୋଇଛି।ଦିନ ଥିଲା ମଦ ବନ୍ଦକୁ ନେଇ ଚାଷୀମୂଲିଆ ଆଦିବାସୀ ସଂଘ ତୀବ୍ର ବିରୋଧ କରି ଆସୁଥିଲା, ପୁଣି ନକ୍ସଲ ମାନଙ୍କ ଭୟ ଆମ ନିର୍ବାଚନ ମଣ୍ଡଳୀକୁ ଥରହର ହୋଉଥିଲା, ଏହି ପ୍ରକାର ପରିସ୍ଥିତିରେ ମଧ୍ୟ ମଦ ବନ୍ଦ ଡାକରା ସଫଳ ହୋଇ ନ ଥିଲା। ବିଧାୟକ ଙ୍କ ଏହି ମଦ ବିକ୍ରି ବନ୍ଦକୁ କଂଗ୍ରେସ ଦଳର କର୍ମୀ ମାନେ ନାପସନ୍ଦ କରୁଥିବା ଦେଖିବାକୁ ମିଳିଛି। ମଦ ଦୋକାନ ରେ ତାଲା ଖୋଲିବା ସମୟରେ ପୋଲିସ ଥାନା ଆଇଆଇସି ପ୍ରସନ୍ନ କୁମାର ମିଶ୍ର ଓ ଅବକାରୀ ବିଭାଗ ଅଧିକାରୀ ଗୌରୀ ପଟ୍ଟନାୟକ ଉପସ୍ଥିତ ରହି ଥିଲେ।

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟରI

Related posts

ମେଦନାରେ ଆମ ବ୍ୟାଙ୍କ ସେବା ଲୋକାର୍ପିତ 

masiha

ନର୍ଲା ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ 

Sunil Chandra Nayak

ରାଉରକେଲାର ଜନଜାତି ସଂଗ୍ରହାଳୟ ପରିଦର୍ଶନ କଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ

Sunil Chandra Nayak

Leave a Comment

error: Content is protected !!