ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲ୍ୟ ବିବାହ ନିରାକରଣ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ବାଲ୍ୟ ବିବାହ ନିରାକରଣ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ରାୟଗଡା/ଗୁଡ଼ାରୀ -ଆଦ୍ୟ ୨୮/୦୫/୨୫ ତାରିଖରେ ଗୁଡ଼ାରୀ ବ୍ଲକ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ନେଇ ଗୁଡ଼ାରୀ ICDS ତରଫରୁ ବ୍ଲକ ସଦଭାବନା ଗୃହରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଚିସ୍ମିତା ବେହେରାଙ୍କ ଅଧ୍ୟକ୍ଷତାରେ ବାଲ୍ୟ ବିବାହ ନିଷେଧ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଉକ୍ତ କର୍ମଶାଳା ରେ ନୋଡାଲ ଅଧିକାରୀ ଭାବେ ଗୁଣୁପୁର ଉପଖଣ୍ଡ ସ୍ତରୀୟ ପ୍ରୋଗ୍ରାମ ଅଧିକାରୀ କଳ୍ପନା ମାହାଙ୍କୁଡ ଯୋଗ ଦେଇ ବାଲ୍ୟ ବିବାହ କୁ କିଭଳି ସମ୍ପୂର୍ଣ ରୂପେ ନିଷେଧ କରାଯାଇପାରିବ, ଏହି ଦିଗରେ ଥିବା ସମସ୍ୟା ଓ ଏହାର ସମାଧାନ ବିଷୟରେ ଆଲୋକପାତ କରିଥିଲେ। ସେହିପରି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ରାୟଗଡା ରୁ ପ୍ରମୋଦ କୁମାର ନାୟକ ଯୋଗଦେଇ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା କଣ କଣ ପଦକ୍ଷେପ ନିଆଯାଉଛି ସେହି ବିଷୟରେ ଉପସ୍ଥିତ ସଦସ୍ୟା ଙ୍କୁ ବୁଝାଇଥିଲେ। ସମ୍ମାନିତ ଅତିଥି ଭାବେ ଗୁଡ଼ାରୀ ବିଜ୍ଞାପିତ ଅଞ୍ଚଳ ର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାଢ଼ୀ, IIC ସମର୍ପିତା ସ୍ୱାଇଁ ଉକ୍ତ କର୍ମଶାଳା ରେ ଯୋଗଦେଇ ବାଲ୍ୟବିବାହ କୁ ସମାଜରୁ ମୂଳ ଉତ୍ପାଟନ କରିବା ପାଇଁ ଆବଶ୍ୟକ ସଚେତନତା କରାଯିବା ସହ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇ ଅପରାଧୀଙ୍କୁ ଉଚିତ ଦଣ୍ଡ ବିଧାନ କରିବା ନିମନ୍ତେ ନିଜ ବକ୍ତବ୍ୟ ରେ କହିଥିଲେ। ଶିଶୁ ବିକାଶ ଅଧିକାରୀ ତଥା CMPO ଅନୀତା ପାଣିଗ୍ରାହୀ କାର୍ଯ୍ୟକ୍ରମ ର ଆବାହକ ଭାବେ ଉକ୍ତ କର୍ମଶାଳା ର ଉଧେଶ୍ୟ ଏବଂ ଏହାର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ। ଉକ୍ତ କର୍ମଶାଳା ଗୁଡ଼ାରୀ ର ବିଭିନ୍ନ ଶିକ୍ଷାନୁଷ୍ଠାନ ର ମେଟ୍ରୋନ, ୱାର୍ଡେନ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଆଶା କର୍ମୀ ଅଙ୍ଗନବାଡି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଟୀ ର ସଦସ୍ୟା, ଟେଣ୍ଟ ହାଉସ ମାଲିକ, ସାମ୍ବାଦିକ ବନ୍ଧୁ, ଜାତି ସମାଜ ମୁଖ୍ୟ ଉପସ୍ଥିତ ଥିଲେ। କର୍ମଶାଳା ଟିକୁ ମିଶନ ଶକ୍ତି ବ୍ଲକ ପ୍ରକଳ୍ପ ସଂଯୋଜକ ସୁନୀଲ ମିଶ୍ର ପରିଚାଳନା କରିଥିବା ବେଳେ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟର ମଣ୍ଡଳ ପରିଦର୍ଶିକା, ସମସ୍ତ କର୍ମଚାରୀ, ଅଙ୍ଗନବାଡି କର୍ମୀ ସହଯୋଗ କରିଥିଲେ। ଶେଷରେ CDPO ଅନୀତା ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଚେତନତା କର୍ମଶାଳା ଟିକୁ ସମାପ୍ତ କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜଙ୍ଗଲ, ପରିବେଶ ମନ୍ତ୍ରୀଙ୍କ ରାଉରକେଲା ଗସ୍ତ……. ଉଦଘାଟନ କଲେ ନୂତନ ଡିଏଫଓ କାର୍ଯ୍ୟାଳୟ

masiha

ଟାଙ୍କି ଅଛି , ପାଣି ନାହିଁ ବସୁଧା ଯୋଜନା କାହାପାଇଁ?

masiha

ମହାତ୍ମାଗାନ୍ଧୀ ଓ ଶାନ୍ତି ଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ସମାରୋହ

masiha

Leave a Comment

error: Content is protected !!