ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷା ପବନରେ ଘର ଉପରେ ପଡିଲା ଗଛ,ଅଳ୍ପକେ ବର୍ତ୍ତିଲେ ତିନିଜଣ 

ବନ୍ଧୁଗାଁ,୨୦।୦୫।୨୩, // ବର୍ଷା ପବନରେ ଗଛ ଉପୁଡି ପଡି ଏକ ଘର ଉପରେ ପଡିବାରୁ କୁଡ଼ିଆ ଘରଟି ସମ୍ପୁର୍ଣ ନଷ୍ଟ ହୋଇ ଯାଇଥିବା ବେଳେ ଘର ଭିତରେ ଥିବା ଗୋଟିଏ ପରିବାରର ତିନିଜଣଙ୍କ ଜୀବନ ଅଳ୍ପକେ ବର୍ତ୍ତି ଜାଇଛି । ଏଇ ଭଳି ଘଟଣା କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର କାବ୍ରୀବାଡି ପଞ୍ଚାୟତ ଅନ୍ତର୍ଗତ ସୁଲଫଲମୁଣ୍ଡା ଗ୍ରାମ ଠାରେ ଘଟିଛି । ଶୁକ୍ରବାର ସନ୍ଧ୍ୟା ଛଅଟା ବେଳେ ପ୍ରବଳ ବର୍ଷା ପବନ ହୋଇଥିଲା । ଫଳରେ ଆନନ୍ଦ କାଡ୍ରାକାଙ୍କ କୁଡ଼ିଆ ଘର ପାଖରେ ଥିବା ଏକ ବିରାଟ ବଡ ଆମ୍ବ ଗଛ ମୁଳୁରୁ ଉପୁଡି ପଡି ତାଙ୍କ ଘର ଉପରେ ପଡିଥିଲା । ଆନନ୍ଦଙ୍କୁ ଭଲ ଘର ମଧ୍ୟ ନଥିଲା ଯୋ ଦ୍ୱାରାକି ୧ ଛୋଟ କୁଡ଼ିଆ ଘର ବାନ୍ଦୀ କାଡ୍ରାକା ଆନନ୍ଦର ଭାଇ କାଡ୍ରାକା ଜିତେନ୍ଦ୍ର, ଆନନ୍ଦର ସ୍ତ୍ରି କାଡ୍ରାକା ମିଶମା ୩ ପ୍ରାଣୀ ରହୁଥିଲେ I କୁଡ଼ିଆ ଘର ଭିତରେ ଥିବା ୩ ବସ୍ତା ଚାଉଳ,୫ ବସ୍ତା ମାଣ୍ଡିଆ,୪ ବସ୍ତା ଧାନ,ଦସଟି ହାଣ୍ଡି,ଦୁଇଟି ଖଟ, ଗୋଟିଏ ଆଲମିରା ଓ ଗୋଟିଏ ପଙ୍ଖା ସମ୍ପୁର୍ଣ ଭାଙ୍ଗି ଯାଇ ମାଟିରେ ମିସି ଯାଇ ଥିବା ବେଳେ କୁଡ଼ିଆ ଘର ଭିତରେ ଥିବା ତିନିଜଣ ଅଳ୍ପକେ ବର୍ତି ଯାଇଥିଲେ । ଘରଟି ସମ୍ପୁର୍ଣ ଭାଙ୍ଗି ଯାଇଥିବାରୁ ସେମାନେ ଏବେ ଏକ ଗଛ ତଳେ ଆଶ୍ରୟ ନେଇଥିବା ଜଣା ପଡିଛି । ଖବର ଶୁଣି ରାଜସ୍ଵ ନିରିକ୍ଷକ ଘଟଣା ସ୍ଥଳରେ ପହଁଚି କ୍ଷୟକ୍ଷତିର ଆକଳନ କଲା ପରେ ସରକାରି ସାହାଯ୍ୟ ଯୋଗାଇ ଦିଆଜିବ ବୋଲି ପ୍ରକାସ କରିଛନ୍ତି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ବାଣିଜ୍ୟ ଦିବସ ପାଳିତ ବିଶ୍ୱ ଅର୍ଥନୀତିର ବିକାଶରେ ବାଣିଜ୍ୟର ଗୁରୁତ୍ୱ ଉପରେ ଆଲୋକପାତ

Sunil Chandra Nayak

ପରିକ୍ରମା ତରଫରୁ ମେଧା ସମ୍ବର୍ଦ୍ଧନା ସମାରୋହ

masiha

ବିଶ୍ୱ କବିତା ଓ ଗଳ୍ପ ଦିବସ ଉପଲକ୍ଷେ କମ୍ଯୁନ୍ ଓଡ଼ିଶା ଦ୍ୱାରା ରାଉରକେଲା ରେ ଓପନ ମାଇକ କାର୍ଯ୍ଯକ୍ରମ

masiha

Leave a Comment

error: Content is protected !!