ବନ୍ଧୁଗାଁ,୨୦।୦୫।୨୩, // ବର୍ଷା ପବନରେ ଗଛ ଉପୁଡି ପଡି ଏକ ଘର ଉପରେ ପଡିବାରୁ କୁଡ଼ିଆ ଘରଟି ସମ୍ପୁର୍ଣ ନଷ୍ଟ ହୋଇ ଯାଇଥିବା ବେଳେ ଘର ଭିତରେ ଥିବା ଗୋଟିଏ ପରିବାରର ତିନିଜଣଙ୍କ ଜୀବନ ଅଳ୍ପକେ ବର୍ତ୍ତି ଜାଇଛି । ଏଇ ଭଳି ଘଟଣା କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର କାବ୍ରୀବାଡି ପଞ୍ଚାୟତ ଅନ୍ତର୍ଗତ ସୁଲଫଲମୁଣ୍ଡା ଗ୍ରାମ ଠାରେ ଘଟିଛି । ଶୁକ୍ରବାର ସନ୍ଧ୍ୟା ଛଅଟା ବେଳେ ପ୍ରବଳ ବର୍ଷା ପବନ ହୋଇଥିଲା । ଫଳରେ ଆନନ୍ଦ କାଡ୍ରାକାଙ୍କ କୁଡ଼ିଆ ଘର ପାଖରେ ଥିବା ଏକ ବିରାଟ ବଡ ଆମ୍ବ ଗଛ ମୁଳୁରୁ ଉପୁଡି ପଡି ତାଙ୍କ ଘର ଉପରେ ପଡିଥିଲା । ଆନନ୍ଦଙ୍କୁ ଭଲ ଘର ମଧ୍ୟ ନଥିଲା ଯୋ ଦ୍ୱାରାକି ୧ ଛୋଟ କୁଡ଼ିଆ ଘର ବାନ୍ଦୀ କାଡ୍ରାକା ଆନନ୍ଦର ଭାଇ କାଡ୍ରାକା ଜିତେନ୍ଦ୍ର, ଆନନ୍ଦର ସ୍ତ୍ରି କାଡ୍ରାକା ମିଶମା ୩ ପ୍ରାଣୀ ରହୁଥିଲେ I କୁଡ଼ିଆ ଘର ଭିତରେ ଥିବା ୩ ବସ୍ତା ଚାଉଳ,୫ ବସ୍ତା ମାଣ୍ଡିଆ,୪ ବସ୍ତା ଧାନ,ଦସଟି ହାଣ୍ଡି,ଦୁଇଟି ଖଟ, ଗୋଟିଏ ଆଲମିରା ଓ ଗୋଟିଏ ପଙ୍ଖା ସମ୍ପୁର୍ଣ ଭାଙ୍ଗି ଯାଇ ମାଟିରେ ମିସି ଯାଇ ଥିବା ବେଳେ କୁଡ଼ିଆ ଘର ଭିତରେ ଥିବା ତିନିଜଣ ଅଳ୍ପକେ ବର୍ତି ଯାଇଥିଲେ । ଘରଟି ସମ୍ପୁର୍ଣ ଭାଙ୍ଗି ଯାଇଥିବାରୁ ସେମାନେ ଏବେ ଏକ ଗଛ ତଳେ ଆଶ୍ରୟ ନେଇଥିବା ଜଣା ପଡିଛି । ଖବର ଶୁଣି ରାଜସ୍ଵ ନିରିକ୍ଷକ ଘଟଣା ସ୍ଥଳରେ ପହଁଚି କ୍ଷୟକ୍ଷତିର ଆକଳନ କଲା ପରେ ସରକାରି ସାହାଯ୍ୟ ଯୋଗାଇ ଦିଆଜିବ ବୋଲି ପ୍ରକାସ କରିଛନ୍ତି ।