ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ବହାରର ମହାନ ନେତା ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ଉପଲକ୍ଷେ ପଥପ୍ରାନ୍ତ ସଭା

ଢେଙ୍କାନାଳ(ମ ସୀ ହା)୧୯/୦୫_ଏ ଯୁଗର ବିଶିଷ୍ଟ ମାର୍କ୍ସବାଦୀ ଦାର୍ଶନିକ, ସର୍ବହରା ଶ୍ରେଣୀର ମହାନ ନେତା ତଥା ଏସ୍‌.ୟୁ.ସି.ଆଇ(ସି)ର ପ୍ରତିଷ୍ଠାତା ସାଧାରଣ ସମ୍ପାଦକ ଶିବଦାସ ଘୋଷଙ୍କର ଜନ୍ମ ଶତବର୍ଷ ଏକ ବର୍ଷ ବ୍ୟାପୀ ପାଳନ କରାଯାଉଛି । କମ୍ରେଡ ଶିବଦାସ ଘୋଷଙ୍କ ଶିକ୍ଷା ଓ ସଂଗ୍ରାମକୁ ଜନଗଣଙ୍କ ମଧ୍ୟକୁ ନେଇଯିବା ପାଇଁ ବର୍ଷ ତମାମ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ଏହି ଉପଲକ୍ଷେ ଗତ ତିନିଦିନ ଧରି ସ୍ଥାନୀୟ ଢେଙ୍କାନାଳ ଟାଉନର ଗଣେଶ ବଜାର, ମୀନା ବଜାର, ଚନ୍ଦନ ବଜାର, କୁଞ୍ଜକାନ୍ତ ଇତ୍ୟାଦି ଅଂଚଳରେ ତାଙ୍କର ଉଦ୍ଧୃତି ପ୍ରଦର୍ଶନୀ, ବୁକ୍‌ଷ୍ଟଲ କରାଯିବା ସହ ପଥପ୍ରାନ୍ତସଭା ଅନୁଷ୍ଠିତ ହୋଇଯାଇଛି । ପାର୍ଟିର ଓଡିଶା ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ବିଶ୍ୱାବସୁ ଦାସଙ୍କ ସମେତ ସଂଗଠକ ବବି ବଳବନ୍ତରାୟ, ଭାଗ୍ୟରବି ଦାସ, ବିନୋଦ ସେଠୀ, ତରୁଣସେନ ନାୟକ, ଇଶା ଧର, ଶୁଭସ୍ମିତା ସାହୁ, ଜ୍ୟୋସ୍ନାରାଣୀ ଦାସ ପ୍ରମୁଖ ଏହି କାର୍ଯ୍ୟକମକୁ ପରିଚାଳନା କରିଥିଲେ ।

  ପଥପ୍ରାନ୍ତ ସଭାରେ ବକ୍ତାମାନେ ସେମାନଙ୍କ ବକ୍ତବ୍ୟରେ କହିଥିଲେ ଯେ, କୋଟି କୋଟି ଶୋଷିତ ଓ ନିର୍ଯ୍ୟାତିତ ଲୋକମାନଙ୍କ ପ୍ରତି ଥିବା ଗଭୀର ଆବେଗ ଓ ଭଲପାଇବା ଯୋଗୁଁ ସେମାନଙ୍କୁ ପୁଞ୍ଜିବାଦୀ ଶୋଷଣରୁ ମୁକ୍ତ କରିବା ତଥା ଆନ୍ତର୍ଜାତିକ କମ୍ୟୁନିଷ୍ଟ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ପାଇଁ କମ୍ରେଡ ଶିବଦାସ ଘୋଷ ଆମ ଦେଶର ମାଟିରେ ମାର୍କ୍ସବାଦକୁ ବିଶେଷୀକୃତ ଓ ଉନ୍ନତ କରିବା ସହ ଯଥାର୍ଥ କମ୍ୟୁନିଷ୍ଟ ପାର୍ଟି ଏସ୍‌.ୟୁ.ସି.ଆଇ.(ସି)କୁ ଗଢିତୋଳିଥିଲେ । ସଂପ୍ରତି ଦେଖାଦେଇଥିବା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଚରମ ଅର୍ଥନୈତିକ, ରାଜନୈତିକ ତଥା ସାଂସ୍କୃତିକ ସଙ୍କଟ ସମୟରେ ତାଙ୍କ ଶିକ୍ଷାକୁ ପାଥେୟ କରି ଦରଦାମ ବୃଦ୍ଧି, ବେକାରୀ, ଶିକ୍ଷା ଓ ସ୍ୱାସ୍ଥ୍ୟର ବ୍ୟବସାୟୀକରଣ, ସାମ୍ପ୍ରଦାୟିକ ହିଂସା, ନାରୀ ନିର୍ଯାତନା ଇତ୍ୟାଦିରୁ ମୁକ୍ତି ଏବଂ ଛାତ୍ର, ଯୁବକ, କୃଷକ ଓ ଶ୍ରମିକ ତଥା ସମାଜର ସର୍ବସ୍ତରର ଜନସାଧାରଣଙ୍କ ଅଧିକାରର ସୁରକ୍ଷା ପାଇଁ ସାମାଜିକ ପରିବର୍ତ୍ତନର ଧାରାକୁ ତ୍ୱରାନ୍ୱିତ କରିବା ହିଁ ସମୟର ଆହ୍ୱାନ । 

 ଆସନ୍ତା ଜୁନ ୨୫ ତରିଖ ଦିନ ସକାଳ ୧୦.୩୦ ଘଟିକାରେ ସ୍ଥାନୀୟ ଜିଲ୍ଲା ଲେଖକ ସଂସଦ ଠାରେ ଶିକ୍ଷା ସମସ୍ୟା ସଂପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ବୋଲ ସଂଗଠକ ବିନୋଦ ସେଠୀ ସୂଚନା ଦେଇଛନ୍ତି ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଥମୁନି ଦାଦନ ଶ୍ରମିକଙ୍କ ଦୁଃଖ, ଠିକାଦାର ଙ୍କ ବର୍ବରତା, ଅଧରାତିରେ ଘରୁ ଉଠାଇ ନେବା ଅଭିଯୋଗ

masiha

ମୟୂରଭଂଜ ଜିଲ୍ଲାର ନବ ନିଯୁକ୍ତ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ଯକ୍ଷ ଡାଃ ବୁଢ଼ାନ ମୁର୍ମୁ ଙ୍କୁ ରାଇରଙ୍ଗପୁର ରେ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

ରାଉରକେଲାରେ ମହିଳାଙ୍କ ସୁରକ୍ଷା ପାଇଁ ସାମାଜିକ ସଂଗଠନ ଗୁଡ଼ିକ ର ସ୍ୱର ଉତ୍ତୋଳନ 

masiha

Leave a Comment

error: Content is protected !!