ତେନ୍ତୁଳିଖୁଣ୍ଟି ୨୦/୦୫/୨୩ – ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ରେ ୧୨ ଟି ଗ୍ରାମ ପଞ୍ଚାୟତ ରହିଥିବା ବେଳେ ଗୋଟିଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିସ୍ନା ହାଣ୍ଡି ରେ ଖୋଲି ଥିବା ବେଳେ ଦୁଇଟି ଉଚ୍ଚ ବିଦ୍ୟାଳୟ ଅପଗ୍ରେଡ ପାଇଁ ସରକାରଙ୍କ ଅନୁମତି ପତ୍ର ମିଳିଛି। ସେଥିରେ ନବରଙ୍ଗପୁର ବିନୋଦ ବିହାରୀ ମହାବିଦ୍ୟାଳୟ ଯାହାକି ନନ୍ଦାହାଣ୍ଡି ବ୍ଲକ୍ ରେ ରହିଛି ମିଶିଲେ ଚାରିଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ।
ଅପରପକ୍ଷେ ତେନ୍ତୁଳିଖୁଣ୍ଟି ବ୍ଲକ ରେ ୨୦ ଟି ଉଚ୍ଚ ବିଦ୍ୟାଳୟ ଥିବା ବେଳେ କେବଳ ଗୋଟିଏ ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି,ଏଠି କଳା ରେ 256 ଓ ବିଜ୍ଞାନ ରେ 128 ସିଟ ଆଉ ଗୋଟିଏ ଘରୋଇ ଅରବିନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି ,ଯେଉଁଠି କେବଳ ଯୁକ୍ତ ଦୁଇ ବିଜ୍ଞାନ 64 ସିଟ ରହିଛି। ଜିଲ୍ଲାର ସାକ୍ଷରତା ହାର ତେନ୍ତୁଳିଖୁଣ୍ଟି ବ୍ଲକ ସର୍ବାଧିକ । ଚଳିତ ମାଟ୍ରିକ ପରୀକ୍ଷା ଫଳାଫଳ ରେ 98 ପ୍ରତିଶତ କୃତକାର୍ଯ୍ୟ ହୋଇଛନ୍ତି ବିଦ୍ୟାର୍ଥୀ। ପାସ ଛାତ୍ର ଛାତ୍ରୀ ଅଧିକାଂଶ ତଫସିଲ ଭୁକ୍ତ ଜାତି ଓ ଜନଜାତି ର । ରାଜ୍ୟରେ ମଧ୍ୟ ଯୁକ୍ତଦୁଇ ସିଟ ତୁଳନାରେ ପାସ ହାର ଅଧିକ। ଏହି ପରିପ୍ରେକ୍ଷୀରେ ସବୁ ପାସ ଛାତ୍ର ଛାତ୍ରୀ ଉଚ୍ଚ ଶିକ୍ଷା ପାଇବେ ତ? ନା ପାଠରେ ଡୋରି ବାନ୍ଧିବେ!
ବ୍ଲକ୍ ର ପୂଜାରିଗୁଡା ଓ ପାତ୍ରପୁଟ ଉଚ୍ଚ ବିଦ୍ୟାଳୟ ଅପଗ୍ରେଡ ପାଇଁ ପ୍ରସ୍ତାବ ଯାଇଥିଲା । କିନ୍ତୁ ଅନୁମତି ମିଳିନି। ତେନ୍ତୁଳିଖୁଣ୍ଟି ବ୍ୟତୀତ ଜିଲ୍ଲା ର ପ୍ରତ୍ୟେକ ବ୍ଲକ ରେ ତଫସିଲ ଭୁକ୍ତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପରିଚାଳିତ ଶିକ୍ଷାନୁଷ୍ଠାନ ରେ ଯୁକ୍ତ ଦୁଇ ଖୋଲାଯାଇଛି। ବ୍ଲକ ପିଛା ଗୋଟିଏ ରୁ୨ଟି ଖୋଲିଛି ତେନ୍ତୁଳିଖୁଣ୍ଟି ବ୍ୟତୀତ ଅନ୍ୟ ବ୍ଲକ୍ ରେ। ବିଧାୟକ ଙ୍କ ଗ୍ରାମ ପାତ୍ର ପୁଟ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ଯୁକ୍ତ ଦୁଇ ଖୋଲା ଯାଇନି । ଏହା କାହାର ଅପାରଗତା ଜନତା ଙ୍କ ନା ବିଧାୟକ ଙ୍କ ? ବିଧାୟକ ସଦାଶିବ ପ୍ରଧାନୀ ଙ୍କୁ ପଚାରି ବାରୁ କହିଲେ ପାତ୍ର ପୁଟ ରେ ଆଗାମୀ ଦିନରେ ଖୋଲିବ କିନ୍ତୁ ଚଳିତ ଶିକ୍ଷା ବର୍ଷ ରେ କି ଆସନ୍ତା ଶିକ୍ଷା ବର୍ଷ ରେ ସ୍ପଷ୍ଟ କଲେନି। ତେନ୍ତୁଳିଖୁଣ୍ଟି ର ୧୨୨୪ ଜଣ ମାଟ୍ରିକ୍ ପାସ କରିଥିବା ଛାତ୍ର ଛାତ୍ରୀ ଉଚ୍ଚ ଶିକ୍ଷା ପାଇଁ ସିଟ୍ ପାଇବେ ତ? ଗରୀବ ଆଦିବାସୀ ଦଳିତ ଛାତ୍ରୀ ସିଟ୍ ନ ପାଇ ପାଠ ଛାଡିବେନି ତ? ସୂଚନା ଥାଉକି ୨୦୧୮ରେ କାମତା ଗ୍ରାମରେ ମହାବିଦ୍ୟାଳୟ ଖୋଲିବାକୁ ପ୍ରସ୍ତାବ ରହିଥିବା ବର୍ତ୍ତମାନ ର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମନୋହର ରନ୍ଧାରୀ କହିଥିଲେ। ବର୍ତ୍ତମାନ ତାଙ୍କ ନିର୍ବାଚନ ମଣ୍ଡଳୀ ଡାବୁଗାଁ ହେବା ପରେ ଏହା ପାଣିର ଗାର ଭଳି ହୋଇଥିବା ଶୁଣିବାକୁ ମିଳୁଛି। ଏ ନେଇ କିଛି ପୁରୁଣା କାଳିଆ ବିଜେଡ଼ି ନେତା କହିଛନ୍ତି କି ବିଧାୟକ ମନୋହର ରନ୍ଧାରୀ ଅନ୍ୟ ନିର୍ବାଚନ ମଣ୍ଡଳୀ ରେ ଉଭା ହେବା ପରେ ତେନ୍ତୁଳିଖୁଣ୍ଟି ବ୍ଲକ୍ କୁ ଏଭଳି ଫଳ ଭାଗିବାକୁ ପଡୁଛି ବୋଲି କହିଛନ୍ତି।ତେବେ ଏ ନେଇ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମନୋହର ରନ୍ଧାରୀ କୁ ପଚାରି ବାରୁ ସେ ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ଅଧିକାରୀ ଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି।