ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଧର୍ମଗଡ ଗ୍ରସ୍ତ ,ଭଣ୍ଡାର ଘରଣୀ ମନ୍ଦିର ର ଉନ୍ନତି କରଣ ପାଇଁ ପ୍ରାୟ ୧ କୋଟି ୯ ଲକ୍ଷ ଟଙ୍କା ର ଅନୁଦାନ ଘୋଷଣା

ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି କେ ପାଣ୍ଡିଆନ ଦୁଇ ଦିନିଆ କଳାହାଣ୍ଡି ଗସ୍ତ ରେ ଆସିଥିବା ବେଳେ ଆଜି ଧର୍ମଗଡ ରେ ପହଞ୍ଚି ଥିଲେ। ପ୍ରଥମେ ସେ ଧର୍ମଗଡ ର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀ ଙ୍କ ମନ୍ଦିର କୁ ଯାଇ ମା ଙ୍କ ଦର୍ଶନ କରିବା ସହ ମନ୍ଦିର ର ଉନ୍ନତି କରଣ ପାଇଁ ପ୍ରାୟ ୧ କୋଟି ୯ ଲକ୍ଷ ଟଙ୍କା ର ଅନୁଦାନ ଘୋଷଣା କରିଥିଲେ ! 

ଏହା ପରେ ସ୍ଥାନୀୟ ଯଶୋଦା ଅନାଥାଶ୍ରମ କୁ ଯାଇ ସେଠାରେ ଆନ୍ତେବାସି ଙ୍କ ସହ ସମୟ ବିତାଇବା ସହ ସେଠାରେ ସେମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ ! ଏହା ପରେ ସ୍ଥାନୀୟ କଳାହାଣ୍ଡି ଉତ୍ସବ ପଡିଆ ଠାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ଭାବ ବିହ୍ବଳ ହୋଇ ପଡ଼ିଥିଲେ ! କାରଣ ସେ ଧର୍ମଗଡ ରେ ପ୍ରଥମ ଉପ ଜିଲ୍ଲାପାଳ ଭାବରେ ତାଙ୍କ ର ଚାକିରି ଜୀବନ ଆରମ୍ଭ କରିଥିଲେ ! ଏହି ସଭାରେ ୨୦ ବର୍ଷ ତଳ ର ସ୍ମୃତି କୁ ମନେ ପକାଇବା ସହ ଏହି ମାଟି ରୁ ମୋର ଜନ୍ମ କହିଲେ କୌଣସି ଅତ୍ୟୁକ୍ତି ହେବ ନାହିଁ କାରଣ ଏହି ମାଟି ରୁ ମୁ ଓଡିଆ ଭାଷା ଶିଖିଥିଲି ।ଏବଂ ଧର୍ମଗଡ ଠାରେ ପ୍ରଥମ ଥର ପାଇଁ କଳାହାଣ୍ଡି ଉତ୍ସବ ଆରମ୍ଭ କରିବାରେ ମୁ ଏକ ଅଂଶ ବିଶେଷ ଥିଲି ! ଏବଂ ଧର୍ମଗଡ ଲୋକ ଙ୍କ ଭଲ ପାଇବା ଆଜି ବି ମୋତେ ବହୁ ଆନନ୍ଦ ଦିଏ ବୋଲି ପ୍ରକାଶ କରିଥିଲେ ! ଏହା ପରେ ସେ ମିଶନ ଶକ୍ତି ମହିଳା ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା କରିଥିଲେ। ଏହା ପରେ ଇଣ୍ଡୋର୍ ଷ୍ଟାଡିୟମ୍ କୁ ଯାଇ ପିଲା ମାନଙ୍କ ସହ ବ୍ୟାଡ ମିଣ୍ଟନ ଖେଳି ଥିଲେ ! ପରେ ସ୍ଥାନୟ ପଞ୍ଚାୟତ କଲେଜ୍ ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।ଏହାପରେ ଆକସ୍ମିକ ଭାବେ ଧର୍ମଗଡ ସରକାରୀ ଡ଼ାକ୍ତରଖାନା ପରିସରରେ ଥିବା ରେଡକ୍ରସ୍ ବ୍ଲଡ଼ ବ୍ୟାଙ୍କ ପରିଦର୍ଶନ କରି ଡାକ୍ତରଖାନାର ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ସହ ସ୍ବାସ୍ଥ୍ୟ ସେବା ସମ୍ପର୍କିତ ଆଲୋଚନା କରିଥଲେ। ସୂଚନା ଯୋଗ୍ୟଯେ, ଶ୍ରୀ ପାଣ୍ଡିଆନ ୨୦୦୩ ମସିହାରେ ଧର୍ମଗଡ ଉପଜିଲ୍ଲାପାଳ ଥିବା ସମୟରେ ମାତ୍ର ୪୫ ଦିନ ମଧ୍ୟରେ ଉକ୍ତ ରେଡକ୍ରସ୍ ବ୍ଲଡ଼ ବ୍ୟାଙ୍କ ନିର୍ମାଣ ଓ କାର୍ଯ୍ୟକାରି କରିଥଲେ।

 ଦୀର୍ଘ ୨୦ ବର୍ଷ ର ବ୍ୟବଧାନ ପରେ ନିଜ ପ୍ରିୟ ଉପ ଜିଲ୍ଲାପାଳ ଙ୍କୁ ପାଖ ରେ ଦେଖି ଧର୍ମଗଡ ବାସୀ ଙ୍କ ଆଖିରେ ଲୁହ ଆସି ଯାଇଥିଲା ! ଯାହାକି ପାଣ୍ଡିୟାନ ଙ୍କ ଆଖିରେ ମଧ୍ୟ ଲୁହ ଦେଖି ବାକୁ ମିଳିଥିଲା।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବଙ୍କ କଳାହାଣ୍ଡି ଜିଲ୍ଲାରେ ଦ୍ୱିତୀୟ ଦିନରେ ମଧ୍ୟ ବିଭିନ୍ନ ପ୍ରକଳ୍ପ ର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି l ସକାଳ ୬ଘଣ୍ଟାରୁ ଭଟାଙ୍ଗପଦର ଇକୋ ଟୁରିଜମ ରୁ ବାହାରି ପିପଲ ନାଲା ପ୍ରକଳ୍ପ ପରେ ଭଟାଙ୍ଗପଦର ହାଇସ୍କୁଲଯାଇ ସେଠାରେ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରି ସେଠାରୁ ହେଲିକେପଟର ଯୋଗେ ଥୁଆମୂଳ ରାମପୁର ମାଁ ମାଣିକେଶ୍ବରୀ ମନ୍ଦିର ଯାଇ ମାଁ ଙ୍କ ଦର୍ଶନ କରିବା ସହିତ ମନ୍ଦିର ନିର୍ମାଣର ସମୀକ୍ଷା କରିଥିଲେ ! ପରେ ସେଠାରୁ କଲେଜ ଆଉ କିଛି ପ୍ରକଳ୍ପ ର ସମୀକ୍ଷା କରିବା ପରେ କଳମପୁର ଆସି ସେଠାରୁ ଇନ୍ଦ୍ରାବତୀ ମଙ୍ଗଳପୁର ବ୍ୟାରେଜ ନିକଟରେ ପ୍ରସ୍ତାବିତ ଇନ୍ଦ୍ରାବତୀ ପାର୍କ ଏବଂ ମ୍ୟୁଜିୟମ କାର୍ଯ୍ୟର ସମୀକ୍ଷା କରିଥିଲେ। ପରେ କଳାହାଣ୍ଡି ର ଲାଇଫଲାଇନ କୁହାଯାଉଥିବା ଇନ୍ଦ୍ରାବତୀ କେନାଲ କାର୍ଯ୍ୟର ପରିଦର୍ଶନ କରି ସେଠାରୁ ଆମପାଣି ବୁଢାରାଜା ମନ୍ଦିର ଦର୍ଶନ କରିଥିଲେ ! ଏହା ପରେ କଳାହାଣ୍ଡି ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଡୋକରି ଚଞ୍ଚରା କୁ ଯାଇ ତାହାର ଉନ୍ନତିକରଣ ପ୍ରକ୍ରିୟାର ସମୀକ୍ଷା କରିଥିଲେ । ଏବଂ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଜନ ଆରୋଗ୍ୟ ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

ପ୍ରାଥମିକ କୃଷି ସମବାୟ ସମିତିର ଋଣମେଳା

Sunil Chandra Nayak

Swabhav Swachchta – Sanskaar Swachchta: Walkathon Organised by Waltair Division

Sunil Chandra Nayak

Leave a Comment

error: Content is protected !!