ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଣ୍ଡିତ ପଦ୍ମଭୂଷଣ ନୀଳକଣ୍ଠ ଦାସ ଙ୍କ ଜୟନ୍ତୀ ପାଳନ 

ପଣ୍ଡିତ ପଦ୍ମଭୂଷଣ ନୀଳକଣ୍ଠ ଦାସ ଙ୍କ ଜୟନ୍ତୀ ପାଳନ 

ରାଉରକେଲା: ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ଓଏସଏପି ସରକାରୀ ଉଚ୍ଚ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୪୩ ତମ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ମଞ୍ଚର ସାଧାରଣ ସମ୍ପାଦକ ତଥା କାର୍ଯ୍ୟକ୍ରମର ଆବାହକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ଚୈ।ଧୁରୀ ସଭାପତିତ୍ବ କରିଥିଲାବେଳେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି, କବି ଗୈ।ତମ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପଣ୍ଡିତ ନୀଳକଣ୍ଠ ଙ୍କ ଜୀବନାଦର୍ଶ, ସାହିତ୍ୟ କୃତି ସମ୍ପର୍କରେ ଆଲୋଚନା କରିଥିଲେ। ଆବାହକ ଶ୍ରୀ ମହାପାତ୍ର, ମୁଖ୍ୟଅତିଥି ଶ୍ରୀ ରାଉତ, ସମ୍ମାନିତ ଅତିଥି ଶ୍ରୀ ଦାସ ନୀଳକଣ୍ଠଙ୍କ ସମ୍ପର୍କରେ ବକ୍ତବ୍ୟରେ କହିଲେ ଯେ ସେ ଥିଲେ ସଂସ୍କାର ଆନ୍ଦୋଳନର ଜନକ, ପଣ୍ଡିତ ଏକାଧାରାରେ ବାଗ୍ମୀ, ଶିକ୍ଷାବିତ,କବି, ସମୀକ୍ଷକ, ପ୍ରାବନ୍ଧିକ, ସ୍ବାଧୀନତା ସଂଗ୍ରାମୀ,ଶିଶୁ ସାହିତ୍ୟିକ, ବ୍ୟବସ୍ଥାପକ, ରାଜନେତା,ଆଜନ୍ମ ବିପ୍ଳବୀ ଓ ସଂସ୍କାରବାଦୀ ଥିଲେ। ଅଛୁଆଁ ଭେଦଭାବକୁ ସେ ଆଜନ୍ମ ବିରୋଧ କରୁଥିଲେ। ଓଡ଼ିଆ ଭାଷା କୁ ସ୍ବତନ୍ତ୍ର ମର୍ଯ୍ୟାଦା ପାଇଁ ତାଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ଥଲା। ସମାଜ,ନବଭାରତ ପତ୍ରିକା ର ସମ୍ପାଦକ ସହ କାବ୍ୟ କବିତା, ଖାରବେଳ, କୋଣାର୍କେ, ରାମଚଣ୍ଡୀ ରେ ରାତି, ରାମଚଣ୍ଡୀ ରେ ସକାଳ,ମାୟାଦେବୀ ଆଦି ଭାଷା ସାହିତ୍ୟ କୁ ରୁଦ୍ଧିମନ୍ତ କରିଛି ବୋଲି ଅତିଥି ମାନେ ମତ ରଖିଥିଲେ। ଏହି ଅବସରରେ ଛାତ୍ରୀ ଖୁସି ଓରାମ ପଣ୍ଡିତଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସେହିପରି ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ବିଦ୍ୟାଳୟର ପୂର୍ଣ୍ଣଚନ୍ଦ୍ର ବେହେରା କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସଂଗୀତାରାଣୀ ବିଶ୍ବାଳ, ମୈ।ସୁମୀ ମିତ୍ର, ରବିନାରାୟଣ ପାତ୍ର,ମାନସ ସାହୁ,ପ୍ରତାପ କୁମାର ପ୍ରଧାନ ଓ ବିକାଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଚୈ।ଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାପ୍ରଶାସନ ପକ୍ଷରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି 

Sunil Chandra Nayak

ନୀଲମ ଫାଉଣ୍ଡେସନର ବିଶ୍ବଶାନ୍ତି ମହାଯଜ୍ଞ

Sunil Chandra Nayak

ଏସପିଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ ,ବସ୍ତାର ସମସ୍ୟା ସମାଧାନ ହେଉ

masiha

Leave a Comment

error: Content is protected !!