ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକ-କର୍ମଚାରୀଙ୍କ ୪ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ଶିକ୍ଷକ-କର୍ମଚାରୀଙ୍କ ୪ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ହିଞ୍ଜିଳିକାଟୁ,୫/୮ ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ କମିଟି (OSCTECC) ପକ୍ଷରୁ ବୁଧବାର ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଡ଼ଙ୍ଗୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ୪ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ମାରକପତ୍ରରେ କମିଟି ପକ୍ଷରୁ ଦର୍ଶାଯାଇଛି ଯେ, ବ୍ଲକ୍ ଗ୍ରାଣ୍ଟ ବ୍ୟବସ୍ଥା ବିଲୋପ ପରେ ପ୍ରଚଳିତ GIA-୨୦୧୭ ନୀତିରେ ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ସେବା ସର୍ତ୍ତ ଓ ପେନ୍‌ସନ୍‌ର ବ୍ୟବସ୍ଥା ନ ଥିବାରୁ ହଜାର ହଜାର ଶିକ୍ଷକ ଓ କର୍ମଚାରୀ ଅବସର ପରେ ଆର୍ଥିକ ଅନିଶ୍ଚିତତାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟର ୧୯୪ଟି ଯୋଗ୍ୟ ଉଚ୍ଚ ବିଦ୍ୟାଳୟ ଏପର୍ଯ୍ୟନ୍ତ ସରକାରୀ ଅନୁଦାନରୁ ବଞ୍ଚିତ ରହିଥିବାରୁ ସେଠାରେ କାର୍ଯ୍ୟରତ ଶିକ୍ଷକମାନେ ଦୀର୍ଘ ବର୍ଷ ସେବା ପରେ ମଧ୍ୟ ବେତନ ଓ ପେନ୍‌ସନ୍‌ରୁ ବଞ୍ଚିତ ହେଉଥିବା ବେଳେ ଛାତ୍ରଛାତ୍ରୀମାନେ ମଧ୍ୟ ବିଭିନ୍ନ ସରକାରୀ କଲ୍ୟାଣମୂଳକ ସୁବିଧା ପାଇପାରୁ ନାହାନ୍ତି। କମିଟି ଆହୁରି କହିଛି ଯେ, ପେନ୍‌ସନ୍, ସେବା ସର୍ତ୍ତ ଓ GIA କାର୍ଯ୍ୟକାରୀ ଦାବି ନେଇ ବାରମ୍ବାର ସରକାରଙ୍କ ଦୃଷ୍ଟିଆକର୍ଷଣ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସକାରାତ୍ମକ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ତେଣୁ ଶିକ୍ଷକ ଓ କର୍ମଚାରୀଙ୍କ ଦୀର୍ଘଦିନର ନ୍ୟାୟସଙ୍ଗତ ଦାବି ପ୍ରତି ସହାନୁଭୂତିଶୀଳ ମନୋଭାବ ପୋଷଣ କରି ଶୀଘ୍ର ସମାଧାନ କରିବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି। ସ୍ମାରକପତ୍ରରେ ସମସ୍ତ ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ GIA ଅଧୀନରେ ସାମିଲ କରି ପେନ୍‌ସନ୍ ଓ ସେବା ସର୍ତ୍ତ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ଖାଲି ପଡ଼ିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ, ଅବସର ବୟସକୁ ୬୨ ବର୍ଷକୁ ବୃଦ୍ଧି, ଗ୍ରେଡ୍ ପେ ଅସଙ୍ଗତି ଦୂର କରି ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି କଳ୍ପିତ ବେତନ ବୃଦ୍ଧି ପ୍ରଦାନ ଏବଂ ସମସ୍ତ ଅନୁଦାନପ୍ରାପ୍ତ ଓ ନୂତନ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନକୁ ସରକାରୀକରଣ କରି ପୁରୁଣା ପେନ୍‌ସନ୍ ଯୋଜନା (OPS) ଲାଗୁ କରିବାକୁ ଦାବି କରାଯାଇଛି। ସ୍ମାରକପତ୍ର ପ୍ରଦାନ ବେଳେ ସମନ୍ୱୟ କମିଟିର ନେତୃବୃନ୍ଦ ସୀମାଞ୍ଚଳ ମହାରଣା, ଗୋପୀନାଥ ସାହୁ, ଲଲିତମୋହନ ପାଠୀ, ଯଜ୍ଞନାରାୟଣ ପାଢ଼ୀ, ବାବୁଲାଲ ସ୍ୱାଇଁ ଏବଂ ଉପେନ୍ଦ୍ର କୁମାର ପଣ୍ଡା ପ୍ରମୁଖଙ୍କ ସମେତ ବହୁ ଶିକ୍ଷକ ଉପସ୍ଥିତ ଥିଲେ।

Related posts

” ଯଶନେ ଏ ଦସ୍ତାର ବନ୍ଦା” କାର୍ଯ୍ୟକ୍ରମରେ ଜଲସା ର ଜଲବା

Sunil Chandra Nayak

ରାଉରକେଲା ଓକିଲ ସଂଘ ଓ କଳିଙ୍ଗ ବିଶ୍ବବିଦ୍ୟାଳୟ ପକ୍ଷରୁ ସାଇବର ଆଇନ୍ ଉପରେ ଆଲୋଚନାଚକ୍ର

ଶିକ୍ଷକ ଅଭାବ, ଶିକ୍ଷାଦାନ ବ୍ୟାହାତ , ଶିକ୍ଷକ ନିଯୁକ୍ତି ନେଇ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଲେ ଗ୍ରାମବାସୀ 

Leave a Comment

error: Content is protected !!