ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର କାଳୀନ ସମ୍ବର୍ଦ୍ଧନା ସଭା

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ଆଜି କୁସୁମୁଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଧ୍ୟରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଲକ୍ଷ୍ମୀପୁର ବ୍ଲକ ସଭାପତି ଦୟା ଗରଡ଼ା ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ବିଡ଼ିଓ ପ୍ରୀତି ରଞ୍ଜନ ରଥ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀପୁର ବିଇଓ କୈଳାସ ଚନ୍ଦ୍ର ବେହେରା, ଏବିଇଓ ପ୍ରୀୟମ୍ବତା ପାତ୍ର, ଆଞ୍ଚଳିକ ଶିକ୍ଷକ ସଂଘ ସମ୍ପାଦକ ସୁରେନ୍ଦ୍ର କୁଳଦୀପ, କୋରାପୁଟ ଶିକ୍ଷକ ସଂଘ ସଭାପତି ତ୍ରିନାଥ ହରିଜନ, ଜିଲ୍ଲା ଶିକ୍ଷକ ସଂଘ ଉପ ସଭାପତି ବୈଜନ୍ତି ମାଳା ଖସ୍ଲା ପ୍ରମୁଖ ଯୋଗଦେଇ ଥିବାବେଳେ ଲକ୍ଷ୍ମୀପୁର ବ୍ଲକ ଶିକ୍ଷକ ସଂଘର ସମ୍ପାଦକ ନିରଞ୍ଜନ ନାୟକ, ଉପ ସଭାନେତ୍ରୀ ପ୍ରମିଲା ଏକ୍କା, ପ୍ରମୁଖ ଉପସ୍ଥିତ ଲକ୍ଷ୍ମୀପୁର ବ୍ଲକ ପ୍ରାଥମିକ ଶିକ୍ଷକରୁ ଅବସର ନେଇଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ହେଲେ ହରି ଚନ୍ଦ୍ର ବିଷୋୟୀ, ପ୍ରକାଶ ଚନ୍ଦ୍ର ଚୋଉଦରୀ , ଭଗବାନ ଖଟେଇ, ବିରେନ୍ କୋର, ଅଞ୍ଜଳି ମହାପାତ୍ର, ଲବଙ୍ଗ ଲତା ବେହେରା, ପ୍ରଫୁଲ୍ଲ କୁମାର ମହାପାତ୍ର, ଦମୟନ୍ତୀ ସାମଲ, କଳ୍ପନା ମଞ୍ଜୁରୀ ପରିଡ଼ା,ଗୋଲାପ ବାଳା ସ୍ୱାଇଁ ଅବସର ଦଶ ଜଣ ଶିକ୍ଷକଙ୍କୁ ସଭାରେ ସମ୍ବର୍ଦ୍ଧନା ସଭାରେ ସମ୍ମାନିତ କରାଯାଇ ଭୋଜି ଭାତ ଆୟୋଜନ କରିଥିଲେ ଲକ୍ଷ୍ମୀପୁର ପ୍ରାଥମିକ ଶିକ୍ଷକ ସଂଘ ତରଫରୁ। ଏହି ସମୟରେ ଅବସର ଶିକ୍ଷୟିତ୍ରୀ କଳ୍ପନା ମଞ୍ଜୁରୀ ପରିଡ଼ା ଭାବପ୍ରବଣ ହୋଇ ନିଜ ଅଭିଭାଷଣରେ କୋରାପୁଟ ଜିଲ୍ଲାକୁ ନିଜ ହୃଦୟ ସହ ଭଲ ପାଉଛି ବୋଲି କହିବା ସହ ମୋ ଜୀବନ ଦେଶ ପାଇଁ ସମର୍ପିତ କରିଦେବି ବୋଲି କହିଥିଲେ ଏହି ସମୟରେ ପ୍ରକାଶ ଚନ୍ଦ୍ର ଚୈଉଦରୀ ତାଙ୍କ ଅଭିଭାଷଣ ତାଙ୍କ ଚାକିରୀ ଜୀବନରେ ତାଙ୍କୁ ଅଫିସର ମାନେ ଯେଉଁ ଭଳି ହୋଇରାଣ କରିଥିଲେ ବର୍ତ୍ତମାନ ମଧ୍ୟ ମୁଁ ଅବସର ନେବା ପରେ ମଧ୍ୟ ମୋର ଅବସର କାଗଜ ପତ୍ର ନିମନ୍ତେ ହୋଇରାଣ କରୁଛନ୍ତି ବୋଲି କାନ୍ଦି କାନ୍ଦି କହିଥିଲା। ସେହିପରି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବିଇଓ କହିଥିଲେ କି ତାରା ମାନଙ୍କ ଭିତରେ ଯେମିତି ଦୃଭ ତାର ଯେମିତି ଆମେ ଶିକ୍ଷକ ମାନେ ମଧ୍ୟ ସମାଜ ପାଇଁ ସେହିପରି କାମ କରିବା ଆବଶ୍ୟକ ବୋଲି କହିଥିଲେ। ସେହିପରି ଆଞ୍ଚଳିକ ଶିକ୍ଷକ ସଂଘ ସମ୍ପାଦକ ସୁରେନ୍ଦ୍ର କୁଳଦୀପ କହିଥିଲେ କି ଶିକ୍ଷକ ନିଜ କର୍ତ୍ତବ୍ୟ କରି ଚାଲନ୍ତୁ ଆମେ ସଂଘ ଆପଣ ମାନଙ୍କ ଯେପରି ନିକଟରେ ପଦ୍ଧନିତି ଯେପରି କରାଗଲା ସେହି ପରି ସବୁ କାର୍ଯ୍ୟ କରାଯିବ ବୋଲି କହିଥିଲେ।ସଭାଟିକୁ ଶିକ୍ଷକ ବିଜୟ କୁମାର ପାଣିଗ୍ରାହୀ ସୁନ୍ଦର ଭାବେ ପରିଚାଳନା କରିଥିଲେ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଉତ୍କଳ ହସ୍‌ପିଟାଲରେ ଲାପାରୋସ୍କୋପି ଉଦ୍‌ଘାଟିତ

masiha

ଆଭ୍ୟନ୍ତରିଣ ଅଭିଯୋଗ କମିଟି ଗଠନ ନେଇ ସଚେତନତା

Sunil Chandra Nayak

ବୈକୁଣ୍ଠ ଘାଟରେ ସଫେଇ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!