ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଣି ଟ୍ୟାଙ୍କରକୁ ପଛପଟୁ ଧକ୍କାଦେଲା ଟ୍ରକ: ଦୁଇ ଗୁରୁତର

କାମାକ୍ଷାନଗର (ମନିସ )4/4/23 // ଜାତୀୟରାଜପଥ ୫୩ ର ରୋଡ଼ ଡିଭାଉଡର ରେ ଲଗାଯାଇଥିବା ଫୁଲଗଛରେ ପାଣି ଦେବାବେଳେ ପାଣି ଟ୍ୟାଙ୍କରକୁ ପଛପଟୁ ଧକ୍କାଦେଲା ଦଶଚକିଆ କୋଇଲା ବୋଝାଇ ଟ୍ରକ। ଘଟଣା ସ୍ଥଳରେ ପାଣିଟାଙ୍କି ଗାଡ଼ିର ଡ଼୍ରାଇଭର ଏବଂ ଗଛରେ ପାଣି ଦେଉଥିବା କର୍ମଚାରୀ ଦୁର୍ଘଟଣା ରେ ଗୁରୁତର । ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ କୋହ୍ଲସାହି ଦେଇ ଯାଇଥିବା ଓଭରବ୍ରିଜ ନିକଟରେ। ଘଟଣାରୁ ଜଣାପଡ଼ିଛି , ଆଜି ପ୍ରାୟ ଦିନ ୧୦ଟା ସମୟରେ ଜାତୀୟରାଜପଥ କୁ ଭାଗ କରୁଥିବା ଡିଭାଇଡର ରେ ଲାଗିଥିବା ଫୁଲଗଛରେ ବାଲାଜି କଂସ୍ତ୍ରକ୍ସନ୍ କମ୍ପାନୀ ପକ୍ଷରୁ ଶ୍ରମିକମାନେ ମାନେ ପାଣି ଦେଉଥିଲେ। ସେହି ସମୟରେ କାମାକ୍ଷାନଗର ପଟରୁ ଏକ ଦଶଚକିଆ OD35B 7717 ନମ୍ୱର କୋଇଲା ବୋଝେଇ ଟ୍ରକ ଆସି ପାଣିଟାଙ୍କି ପଛପଟରୁ ମାଡ କରିଥିଲା। ଫଳରେ ଟ୍ୟାଙ୍କରଟି ଦ୍ରୁତ ଗତିରେ ଗଡିଯିବା ସହ ଗାଡ଼ି ଚାଳକ କାଇଁଶିରି ଗ୍ରାମର ଅରୁଣ କୁମାର ସାହୁ, ବୟସ ୫୧ ଏବଂ ରାମକୃଷ୍ଣପୁର ର ରାଜେଶ ଜେନା ,ବୟସ ୩୩ l

ଦୁଇଜଣ ଶ୍ରମିକଙ୍କୁ ମାଡ କରି ୧୦୦ ମିଟର ଦୂଳରେ ଥିବା ଏକ ଇଲେକ୍ଟ୍ରି ଖୁଣ୍ଟରେ ମାଡ ହୋଇଥିଲା। ତେବେ ଘଟଣା ସ୍ଥଳରୁ କୋଇଲା ବୋଝେଇ ଟ୍ରକ ଚାଳକ ଫେରାର ହୋଇଯାଇଥିବା ବେଳେ, ଦୁର୍ଘଟଣାର ଶିକାର ହୋଇଥିବା ଉଭୟଙ୍କୁ ଭୁବନ ଅଗ୍ନିଶମ ବାହିନୀ ଦ୍ବାରା ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଅର୍ଜୁନଙ୍କର କାନମୂଳିରେ ଆଘାତ ହୋଇଥିବାରୁ ସେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ ହୋଇଛନ୍ତି। ଘଟଣାସ୍ଥଳର ଭୁବନ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କଳାହାଣ୍ଡି ର ଗୃହରକ୍ଷୀ ମଧୁସୂଦନ ପଣ୍ଡା ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ସମ୍ମାନୀତ

masiha

ଧର୍ମପରାୟଣ ବ୍ୟକ୍ତି ସ୍ବର୍ଗତଃ କୀର୍ତ୍ତନ ସ୍ବାଇଁଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ

masiha

ସମାଜସେବୀ ପ୍ରଦୀପ ପାଢ଼ୀଙ୍କ ଅକାଳ ବିୟୋଗ

masiha

Leave a Comment

error: Content is protected !!