ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୁପ୍ରା ରୋଡ ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ

ନର୍ଲା (ମସିହା) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରା ରୋଡ ଉଚ୍ଚ ବିଦ୍ୟାଳୟ ର 1999 ବ୍ୟାଚ ମାଟ୍ରିକ ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ ମହା ସମାରୋହ ରେ ସାନ୍ଦୁଲ ନଦୀ ସ୍ଥିତ ଦହଲ ଆମ୍ବ ତୋଟା ରେ ଆୟୋଜିତ ହୋଇଯାଇଛି | ପୁରାତନ ଛାତ୍ର ଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସମସ୍ତ ଛାତ୍ରୀ ନିଜ ପରିବାର ସହ ଯୋଗ ଦେଇ ଥିବା ବେଳେ, ସେହି ସମୟ ରେ ଶିକ୍ଷା ଦାନ କରୁଥିବା ଉଚ୍ଚ ବିଦ୍ୟାଳୟ ଏବଂ ମଧ୍ୟ ଇଂରାଜୀ ବିଦ୍ୟାଳୟ ର ସମସ୍ତ ଅବସର ପ୍ରାପ୍ତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଏବଂ ସ୍କୁଲ କର୍ମଚାରି ସ ପରିବାର ସହ ଅତିଥି ରୂପେ ଯୋଗ ଦେଇ ଥିଲେ | ଅତିଥି ସ୍ୱାଗତ ଏବଂ ପରିଚୟ ପ୍ରଦାନ ପୁରାତନ ଛାତ୍ର ଗଣେଶ ପୃଷ୍ଟି ଏବଂ ରଂଜିତା ସାହୁ କରିଥିବା ବେଳେ ଗୋବିନ୍ଦ ବ୍ରହ୍ମା ମଞ୍ଚ ପରିଚାଳନା କରିଥିଲେ | ଏହି କାର୍ଯ୍ୟ କ୍ରମ ରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ଙ୍କୁ ପୁଷ୍ପ ଗୁଚ୍ଛ ଏବଂ ସ୍ମୃତି ଫଳକ ଦେଇ ଉପଢୌକନ ପ୍ରଦାନ କରାଯଇଥିବା ବେଳେ ସମସ୍ତ ଛାତ୍ରୀ ଏବଂ ତାଙ୍କ ପରିବାର ଙ୍କୁ ସ୍ମୃତି ଫଳକ ଦେଇ ସମ୍ମାନିତ କରାଯାଇଥିଲା | ସବା ଶେଷ ରେ ପୁରାତନ ଛାତ୍ର ବଳରାମ ବିନିଆ ଏବଂ ଗଣେଶ ଚନ୍ଦ୍ର ପୃଷ୍ଟି ସଂଗୀତ ପରିବେଷଣ କରିଥିବା ବେଳେ ସନ୍ଦୀପ ଶର୍ମା ଏବଂ ଦେବେଶ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ | ସୂଚନା ଯୋଗ୍ୟ ଜେ ଦେଶ ର ପାଞ୍ଚ ଗୋଟି ରାଜ୍ୟ ରୁ ଅତିଥି ଏହି କାର୍ଯ୍ୟ କ୍ରମ କୁ ଯୋଗଦେଇ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ |

ନର୍ଲା ରୁ ଦୀପକ ଠାକୁରଙ୍କ ରିପୋର୍ଟ 

Related posts

ତୃତୀୟ ଇସ୍ପାତ ନାଟ୍ୟମହୋତ୍ସବ ୨୦୨୫ ଡିସେମ୍ବର ୨ ରୁ…..

Sunil Chandra Nayak

ବନବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଲଡୁଗାଁ ଅଷ୍ଟଲକ୍ଷ୍ମୀ ପୂଜା ରେ ଜଗନ୍ନାଥ ମନ୍ଦିର ତୋରଣ ଦେଖିବାକୁ ପ୍ରବଳ ଜନ ସମାଗମ

Sunil Chandra Nayak

Leave a Comment

error: Content is protected !!