ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ପୌରପାଳିକାର ସମସ୍ତଙ୍କ ଓ୍ଵାର୍ଡରେ ଔଷଧୀୟ ମଶାରୀ ବଣ୍ଟନ ସାଂସଦ ଓ ବିଧାୟକଙ୍କ ଦ୍ଵାରା ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ 

ରାଇରଙ୍ଗପୁର ପୌରପାଳିକାର ସମସ୍ତଙ୍କ ଓ୍ଵାର୍ଡରେ ଔଷଧୀୟ ମଶାରୀ ବଣ୍ଟନ ସାଂସଦ ଓ ବିଧାୟକଙ୍କ ଦ୍ଵାରା ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ 

 ମୟୂରଭଂଜ- ୨୪/୦୬ — କିଛି ବର୍ଷ ପରେ ପୁଣି ମେଲେରିଆ ତାହାର କାୟା ବିସ୍ତାର କରିବାକୁ ଆରମ୍ଭ କରିଛି । ଡାକ୍ତରଖାନାକୁ ବହୁ ସଂଖ୍ୟାରେ ମେଲେରିଆ ଆକ୍ରାନ୍ତ ରୋଗୀ ସଂଖ୍ୟା ବଢ଼ିବାରେ ଲାଗିଛି ।ଯାହାକୁ ନେଇ ସରକାର ଚିନ୍ତିତ ।ଏବେ ବର୍ଷା ଋତୁ ଆରମ୍ଭ ହୋଇଯାଇଛି ।ଚାରିଆଡେ ନାଳ,ନର୍ଦ୍ଦମା,ନଞ୍ଜୁରୀ,ଖାଲି କମାଲ,ଜଙ୍ଗଲ,ବୁଦା ଚାରିଆଡ଼େ ପାଣି ସହିତ ଘଞ୍ଚ ଜଙ୍ଗଲ ଓ ବୁଦା ।ବିଶେଷତଂ‌ପାହାଡିଆ ଦୁର୍ଗମ ଅଂଚଳରେ ମେଲେରିଆ ରୋଗୀ ବେଶି ଦେଖାଯାଉଛନ୍ତି ।ମେଲେରିଆ ଆକ୍ରାନ୍ତରେ‌କୁସୁମି ଵ୍ଳଖର‌ଧାଙ୍ଗିଡିମୁତା ଗ୍ରାମର ଜନୈକ ଯୁବକ ମୃତ୍ୟୁ ହୋଇଛି ।ମେଲେରିଆ କୁ କିଛିଟା ପ୍ରତିହତ କରିବାକୁ ହେଲେ ନାଳ,ନର୍ଦମା,ପରିଷ୍କାର ପରିଚ୍ଛନ୍ନ ରଖିବା,ଘର ପାଖ ପରିଷ୍କାର ଓ ପରିଛନ୍ନ‌ରଖିବା,ଗରମ ଉଷୁମ ପାଣି ପିଇବା ,ଘରେ ମଶା ଧୂଆଁ ଦେବା ଇତ୍ୟାଦି ।ତଦସହ‌ଜ୍ଵର ହେଲେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କ ପରାମର୍ଶ ନେବା ଇତ୍ୟାଦି ।ସ୍ବାସ୍ଥ୍ୟ ବିଭାଗ ତରଫରୁ ରାଇରଙ୍ଗପୁର‌ ମହୁଲଡିହ ଅଙ୍ଗନବାଡି କେନ୍ଦ୍ରରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ମୟୂରଭଂଜ ସାଂସଦ ନବ ଚରଣ ମାଝୀ,ରାଇରଙ୍ଗପୁର ବିଧାୟକ ଜଲେନ ନାଏକ,ରାଇରଙ୍ଗପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରବୀନ୍ଦ୍ର‌ନାଥ ମାରାଣ୍ଡି,ହସ୍ପିଟାଲ ମେନେଜର ଅଶୋକ ଗୋଛାୟତ ପ୍ରମୁଖ ଯୋଗଦେଇ ଶୁଭାରମ୍ଭ କରିଥିଲେ ।ଅତିଥିଗଣ କହିଥିଲେ କୌଣସି ମେଲେରିଆ ଆକ୍ରାନ୍ତ କାରୀ ଯେଭଳି ଔଷଧ ଏବଂ ଔଷଧୀୟ ମଶାରୀ ପାଇବାରୁ ବଞ୍ଚିତ ହୁଅନ୍ତି ,ସେଥିପ୍ରତି ସମସ୍ତେ‌ଧ୍ଯାନ‌ଦେଵା ଉଚିତ ।ସମସ୍ତେ ମଶାରୀ ଟାଙ୍ଗି ଶୁଅନ୍ତୁ, ଉଷୁମ ପାଣି ଦିଅନ୍ତୁ,ଗରମ ଖାଦ।ମ ଖାଆନ୍ତୁ ।ଘର ଭିତର ବାହାର ବଗିଚା ସଫା କରିବା ସହ ପଡୋଶୀ କୁ ମଧ୍ୟ ସଚେତନ କରନ୍ତୁ ।ମେଲେରିଆ ନିଶ୍ଚିତ ହାରେଗା ।ଆଜିଠାରୁ ରାଇରଙ୍ଗପୁର‌ ପୌରପାଳିକା ଅନ୍ତର୍ଗତ ସମସ୍ତ ଓ୍ବାର୍ଡବାସୀଙ୍କ ପାଇଁ ମଶାରୀ ବଣ୍ଟନ ଶୁଭାରମ୍ଭ ହୋଇଛି ।

 ମୟୂରଭଂଜରୁ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ସରପଞ୍ଚଙ୍କ ଖାତାକୁ ମନରେଗା ଟଙ୍କା? ଚିଚିଆ ପଞ୍ଚାୟତରେ ଉଠିଲା ପ୍ରଶ୍ନ 

No-Confidence Motion Brought Against Rayagada Municipality Vice-Chairperson by 19 Councillors

Sunil Chandra Nayak

ମାନସୀ ରେସିଡେନ୍ସିଆଲ ସ୍କୁଲର ସଫଳତା  ଜଗା ଆପଟ ୯୦.୩୩% (ଏ୧ ଗ୍ରେଡ)ରଖି ଟପ୍ପର

masiha

Leave a Comment

error: Content is protected !!