ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଗୁରୁଦ୍ୱାର ରୋଡ୍ ୱାର୍ଡ ନମ୍ବର ୨୫ରେ ପ୍ରାୟ ୫୦ ଘରେ ପାଣି ଜମିଛି

ରାଉରକେଲା ଗୁରୁଦ୍ୱାର ରୋଡ୍ ୱାର୍ଡ ନମ୍ବର ୨୫ରେ ପ୍ରାୟ ୫୦ ଘରେ ପାଣି ଜମିଛି

ରାଉରକେଲା ୧୦/୮, ସ୍ମାର୍ଟ ସିଟି ରାଉରକେଲା ସହରର ଥିବା ୨୫ ନମ୍ବର ଓ୍ବାର୍ଡ ଗୁରୁଦ୍ଵାର ରୋଡରେ ପ୍ରାୟ ୫୦ ଘରେ ବର୍ଷା ପାଣି ଜମି ରହିଥିବା ଅଭିଯୋଗ ହୋଇଛି। ରାଉରକେଲା ମହାନଗର ନିଗମ (RMC)ର ଡ୍ରେନ୍ ପୁନଃ ନିର୍ମାଣ ସମୟରେ ବଡ ବଡ଼ ଡ୍ରେନଗୁଡିକୁ ସଂକୁଚିତ କରାଯାଇଥିବା ଯୋଗୁଁ, ଲଗାଣ ବର୍ଷା ଯୋଗୁଁ ଏପରି ପରିସ୍ଥିତି ଉପୁଜିଛି ବୋଲି ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି। ଏଥିସହିତ ଡ୍ରେନଗୁଡିକରୁ ବର୍ଷା ପାଣି ସହିତ ମଇଳା ପାଣି ଘରେ ପ୍ରବେଶ କରୁଛି। ଫଳରେ ବାସଗୃହ ଭିତରେ ଆଲମାରୀରେ ରଖାଯାଇଥିବା ପୋଷାକ, ପିଲାମାନଙ୍କର ପୁସ୍ତକ, ନୋଟ୍‌ବୁକ୍, ଘରକରଣା ଜିନିଷପତ୍ର ଇତ୍ୟାଦି ନଷ୍ଟ ହୋଇଛି। ପ୍ରତିବର୍ଷ ବର୍ଷା ଋତୁରେ ଘଟୁଥିବା ସମସ୍ୟା ଯୋଗୁଁ ଲୋକମାନେ ଚିନ୍ତିତ ରହିଛନ୍ତି। ଲଗାଣ ବର୍ଷା ଯୋଗୁଁ ପିଲାମାନଙ୍କୁ ସ୍କୁଲରୁ ଛୁଟି ଦେବାକୁ ପଡୁଛି।

      ଏଥିସହିତ ଗୋପବନ୍ଧୁପାଲ୍ଲି ସନ୍ନିକଟ ରାଉରକେଲା ରେଳ ଷ୍ଟେସନ୍ ଦ୍ବିତୀୟ ପ୍ରବେଶପଥ ସମ୍ମୁଖରେ ଥିବା ପାର୍କିଂ ସ୍ଥଳ ସମ୍ପୂର୍ଣ୍ଣ ବର୍ଷା ପାଣିରେ ବୁଡ଼ି ରହିଛି ବୋଲି ସ୍ଥାନୀୟ ଲୋକେ ଏବଂ ରେଳଯାତ୍ରୀ ଅଭିଯୋଗ କରିଛନ୍ତି। ରାଉରକେଲା ମହାନଗର ନିଗମ ପକ୍ଷରୁ ଏହାର ତୁରନ୍ତ ପ୍ରତିକାର କରାଯିବା ପାଇଁ ଦାବି କରାଯାଇଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସିୱ।ଇଏସଡ଼ି ତରଫରୁ ଦେଶୀ କୁକୁଡ଼ା ଫାର୍ମ ପାଇଁ ପ୍ରୟାସ

Sunil Chandra Nayak

ମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ

masiha

ହଷ୍ଟେଲ ଫି ପୁଣି ଆଦାୟକୁ ନେଇ ତାତିଲା ଭଞ୍ଜବିହାର : ଛାତ୍ରଛାତ୍ରୀ ଆନ୍ଦୋଳନ ପାଇଁ ହେଉଛନ୍ତି ସଜବାଜ 

Leave a Comment

error: Content is protected !!