ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଟକ ସଦର କନ୍ଦରପୁର ଗ୍ରାମରେ ଭାଗବତ ମେଳଣ ଅନୁଷ୍ଠିତ

କଟକ ସଦର କନ୍ଦରପୁର ଗ୍ରାମରେ ଭାଗବତ ମେଳଣ ଅନୁଷ୍ଠିତ

କଟକ : କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମର ଗ୍ରାମଦେବତୀ ମା’ କୁଲେଇଶୁଣୀ ମନ୍ଦିର ପ୍ରାଙ୍ଗଣରେ ଭାଗବତ ମେଳଣ ଅନୁଷ୍ଠିତ ହୋଇଯାଇଛି। କନ୍ଦରପୁର ଗ୍ରାମର ଅଧିକାରୀ ଜଟାଧାରୀ ରାଉତଙ୍କ ନିର୍ଦ୍ଦେଶରେ ଏବଂ କାଳନ୍ଦୀ ଚରଣ ସ୍ୱାଇଁ ଓ ସମିତି ସଭ୍ୟ ସାରଦା ପ୍ରସନ୍ନ ସ୍ୱାଇଁଙ୍କ ତତ୍ତ୍ଵାବଧାନରେ ମୋଟ ୧୯ଟି ସୁସଜ୍ଜିତ ବିମାନ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ସମୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି ଭାଗବତ ମେଳଣ ଉତ୍ସବକୁ ଗ୍ରାମର ପ୍ରକାଶ ସ୍ୱାଇଁ,ପ୍ରଶାନ୍ତ ତରାଇ,ସର୍ଦାରି ସ୍ୱାଇଁ,ସମ୍ବିତ ସ୍ୱାଇଁ,ଅରୁଣ ପ୍ରଧାନ, ପ୍ରଶାନ୍ତ ସ୍ୱାଇଁ,ଅମୂଲ୍ୟ ତରାଇ,ବିକି ଓଝା,ବବୁଲ ସ୍ୱାଇଁ,ମକୁ ସ୍ୱାଇଁ, ଶ୍ରୀଧର ସ୍ୱାଇଁ,ଶଶିକାନ୍ତ ସ୍ୱାଇଁ,ନିଲୁ ସାହୁ,ଶ୍ରୀହରି ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଭୂଷଳ ତଳସାହି ରାସ୍ତା ଅତି ଶୋଚନୀୟ 

Sunil Chandra Nayak

ଡାବୁଗାଁରେ ପୋଲିଂ ଅଧିକାରୀ ମାନଙ୍କୁ ତାଲିମ

masiha

ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଏବଂ ଧାରଣା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!