ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତା ସମାଚାର

ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଚାଳକ

ବସ୍ତା,22/04 : ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥର ସୋମବାର ଅପରାହ୍ନ 3ଟା ସମୟରେ ବସ୍ତା ବାଇପାସ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ଟ୍ରକ l ଅଳ୍ପକେ ବର୍ତ୍ତିଯାଇଛନ୍ତି ଚାଳକ l ସୂଚନା ଅନୁଯାୟୀ ଉକ୍ତ ଟ୍ରକ ପଶ୍ଚିମବଙ୍ଗ ରୁ ବାହାରି ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ବସ୍ତା ବାଇପାସ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିପଡିଥିଲା l ଫଳରେ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି l ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରୀ ରଖିଛନ୍ତି।

===========================

ଟ୍ରେନରୁ ଖସି ଯୁବକ ମୃତ

ବସ୍ତା,22/04 : ଦକ୍ଷିଣ-ପୂର୍ବ ରେଳ ପଥର ଖଡଗପୁର ଡିଭିଜନର ଅମର୍ଦାରୋଡ ଷ୍ଟେସନର ଅନତି ଦୁରରେ ରେଳ ଧାରଣାରୁ ସୋମବାର ସମୟରେ ଅଜଣା ଯୁବକର ମୃତଦେହ ଉଦ୍ଧାର କରିଛି ରେଳବାଇ ପୋଲିସ,ତେବେ ବିଳମ୍ବୀତ ରାତିରେ କୌଣସି ଯାତ୍ରୀବାହୀ ଟ୍ରେନରୁ ଉକ୍ତ ଯୁବକ ଜଣକ ଖସି ପଡିଥିବା ଅନୁମାନ କରାଯାଉଛି,ଯୁବକ ଜଣକର ପରିଚୟ ମିଳି ନଥିବା ବେଳେ ରେଳବାଇ ପୋଲିସ ଆଜି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି,ଅଧିକାଂଶ ସମୟରେ ରେଳ ଯାତ୍ରୀ ମାନେ ଟ୍ରେନର ଗେଟରେ ବସୁଥିବାରୁ ଏଭଳି ଘଟଣା ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪  ପଞ୍ଚମ ଦିନ ସଂକଳ୍ପ ର ନାଟକ ଏମିତି ବି ହୁଏ ଓ ଆମେ ନାଟୁଆ ର ନାଟକ ଅନ୍ୟ ଆକାଶ ମଞ୍ଚସ୍ଥ 

masiha

କ୍ଷେତ୍ରବାସୀ ମାହାରଙ୍କ ବିୟୋଗରେ ଶୋକସଭା 

masiha

ବଣାଇ ଉପଖଣ୍ଡ!  କୁଲୁକୁତା ଘାଟିରେ ଇଟା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ; ଡ଼୍ରାଇଭର ମୃତ , ୩ ଶ୍ରମିକ ଖଣ୍ଡିଆ ଖାବରା 

Sunil Chandra Nayak

Leave a Comment

error: Content is protected !!