ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିବ୍ୟାଙ୍ଗଙ୍କ ଆଗ୍ରହ ପଛରେ ହାର ମାନିଛି ପାଠପଢା, ଦଶମ ଶ୍ରେଣୀର ପରୀକ୍ଷାରେ ସାହାଯ୍ୟ କରୁଛନ୍ତି ଅନ୍ୟ ଜଣେ ନବମ ଶ୍ରେଣୀର ଛାତ୍ରୀ

ନବରଙ୍ଗପୁର–(ମସିହା) ଦିବ୍ୟାଙ୍ଗଙ୍କ ଆଗ୍ରହ ପଛରେ ହାର ମାନିଛି ପାଠପଢା, ଚଳିତ ବର୍ଷର ଦଶମ ଶ୍ରେଣୀରେ ପରୀକ୍ଷା ଦେଉଛନ୍ତି ଏହି ଦିବ୍ୟାଙ୍ଗ ଛାତ୍ରୀ ଜଣକ ।ନିଜର ଇଚ୍ଛା ଶକ୍ତି ବଳରେ ପାଠ ପ୍ରତି ଆଗ୍ରହ ଦେଖାଇ ଅନ୍ୟ ପାଇଁ ଉଦାହରଣ ସ୍ୱରୂପ ହୋଇପାରିଛନ୍ତି ।ଏହି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପଡାଲଗୁଡା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ବତୀ ଯାନୀ । ବତୀ ଯାନୀ ଦିବ୍ୟାଙ୍ଗ ହୋଇଥିବା ହେତୁ ଅନ୍ୟ ଜଣେ ସାହାଯ୍ୟ କରିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଉଚ୍ଚ ବିଭାଗ ଠାରୁ ଅନୁମତି ଆଣିଥିଲେ । ନବରଙ୍ଗପୁର ଆରସିଡି ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଉଛନ୍ତି ।ପରୀକ୍ଷାରେ ସାହାଯ୍ୟ କରୁଛନ୍ତି ସେହି ପଡ଼ାଲଗୁଡା ବିଦ୍ୟାଳୟ ର ନବମ ଶ୍ରେଣୀର ଛାତ୍ରୀ ମନୋରମା ଗୌଡ଼ ।ମନୋରମା ବି ତାଙ୍କ ପରୀକ୍ଷା ଦେଉଥିବା ହେତୁ ସେ ଖୁସି ଅଛନ୍ତି ବୋଲି କହିଥିଲେ ।ପ୍ରଧାନ ଶିକ୍ଷକ ମଧ୍ୟ ବତୀଙ୍କ ର ଇଛା ଦେଖି ଶିକ୍ଷା ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଠାରୁ ଆଦେଶନାମା ଆଣିବାକୁ ସକ୍ଷମ ହୋଇଥିଲେ ।ପିଲାବେଳରୁ ଦିବ୍ୟାଙ୍ଗ ହୋଇ ମଧ୍ୟ ପାଠ ପଢ଼ାରେ ଅବହେଳା କରି ନାହାନ୍ତି ସେ । ବତୀଙ୍କର ପାଠ ପଢା ଆଗ୍ରହ ଦେଖି ଶିକ୍ଷକ ବି ଢେର ପ୍ରଶଂସା କରନ୍ତି । ତାଙ୍କ ଇଛା ଦେଖି ପରିବାର ଲୋକ ବି ସାହାଯ୍ୟ କରନ୍ତି ପାଠ ପ୍ରତି ।ପରିବାର ଲୋକ କୁଲି ମଜୁରୀ କରି ପ୍ରତିପୋଷଣ ହୋଉଥିବା ବେଳେ ବତୀଙ୍କୁ ସକାଳେ ସ୍କୁଲ ଛାଡ଼ିଥାନ୍ତି ଓ ସ୍କୁଲ ଶେଷ ପରେ ଆଣିବାକୁ ଯାଇଥାନ୍ତି ।ବତୀଙ୍କର ଏଭଳି କାର୍ଯ୍ୟକୁ ସାଧାରଣରେ ମଧ୍ୟ ଢେର ପ୍ରଶଂସା କରାଯାଉଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମଧ୍ୟ ପ୍ରଶଂସା କରିବା ସହିତ ତାଙ୍କ ଭବିଷ୍ୟତ ଜୀବନ ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରିଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଗୋରେଖନାଥ ସାହୁଙ୍କ ପୁସ୍ତକ ‘ସୋନାଲି’ଲୋକାର୍ପିତ

Sunil Chandra Nayak

କଙ୍କଡାହାଡ ବ୍ଲକରେ ଚତୁର୍ଥ ସମିତି ସାଧାରଣ ଅଧିବେଶନ ଅନୁଷ୍ଠିତ

Sunil Chandra Nayak

ଆସା ପକ୍ଷରୁ ବିଭିନ୍ନ ଦାବିରେ ରେଳରୋକ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!