ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ଓ ଆଇଆଇପିଏମ୍ କାଂସବାହାଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଦାନପ୍ରଦାନ କାର୍ଯ୍ୟକ୍ରମ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ଓ ଆଇଆଇପିଏମ୍ କାଂସବାହାଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଦାନପ୍ରଦାନ କାର୍ଯ୍ୟକ୍ରମ

ରାଉରକେଲା:ସରକାରୀ ନିର୍ଦ୍ଦେଶାବଳୀ ଏବଂ ପାଠ୍ୟକ୍ରମରେ ଉତ୍କର୍ଷତା ଆଣିବା ଉଦ୍ଦେଶ୍ୟରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ଓ ଆଇଆଇପିଏମ୍, କାଂସବାହାଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଦାନପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ସସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାକୁ ଆଇଆଇପିଏମ୍, କାଂସବାହାଲର ୪୦ଜଣ ବିବିଏ ଏବଂ ଏମବିଏ ଛାତ୍ରଛାତ୍ରୀ ଗସ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସ୍ନାତକ ବାଣିଜ୍ୟ ବର୍ଗର ୪୦ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ବୁଧବାର ଦିନ ତମାମ ଏହି ଆଦାନ ପ୍ରଦାନ କାର୍ଯ୍ୟକ୍ରମ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ଅଧ୍ୟକ୍ଷ ପ୍ରଫେସର ଡ. ବିଜୟ କୁମାର ବେହେରାଙ୍କ ତତ୍ତ୍ୱାବଧାନ ଏବଂ କାର୍ଯ୍ୟକ୍ରମ ସଂଯୋଜକ ସହକାରୀ ପ୍ରଫେସର ଧିରେନ କୁମାର ମହନ୍ତଙ୍କ ଦ୍ୱାରା ହୋଇଥିଲା। ପ୍ରଥମେ ଏକ ସ୍ୱାଗତ ସଭା ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଫେସର ଡ. ବେହେରା ସ୍ୱାଗତ କରିବା ସହ ଏହିଭଳି କାର୍ଯ୍ୟକ୍ରମ ଆୟୋଜନର ଆବଶ୍ୟକତା ଏବଂ ଗୁରୁତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ। ସଂଯୋଜକ ଶ୍ରୀ ମହନ୍ତ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହାପରେ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ସହକାରୀ ପ୍ରଫେସର ଭବାନୀ ଶଙ୍କର ରାଉତ ପ୍ରଥମ ପୁଞ୍ଜିନିବେଶ କରୁଥିବା ଗ୍ରାହକମାନଙ୍କ ପାଇଁ ଉପାଦେୟ ସୂଚନା ଦେବା ସହ ପୁଞ୍ଜି ବଜାର ଓ କ୍ଷୁଦ୍ର ପୁଞ୍ଜି ନିବେଶ ସମ୍ପର୍କରେ ଆଲୋଚନା କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଇଂରାଜୀ ବିଭାଗର ସହକାରୀ ପ୍ରଫେସର ପ୍ରଦୀପ ଟପ୍ପୋ ବିଭିନ୍ନ ଉଦ୍ୟୋଗ ମାନଙ୍କରେ ପ୍ରଭାବଶାଳୀ ଯୋଗାଯୋଗ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ବାଣିଜ୍ୟ ବିଭାଗର ଅଧ୍ୟାପକ ରାମକୃଷ୍ଣ ଗୌଡ଼ ନେତୃତ୍ୱ ନେବାର କୌଶଳ ଏବଂ ନେତୃତ୍ୱ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ସଂଯୋଜକ ଶ୍ରୀ ମହନ୍ତଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟର ବିଭିନ୍ନ ବିଭାଗ ଏବଂ ପରୀକ୍ଷାଗାର ଭ୍ରମଣ କରି ସେଠାରେ ହେଉଥିବା ବିଭିନ୍ନ କାର୍ଯ୍ୟଶୈଳୀ ଓ ପାଠ୍ୟକ୍ରମ ଅଧ୍ୟୟନ ସମ୍ପର୍କରେ ଅବଗତ ହୋଇଥିଲେ। ସମସ୍ତ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ପାଠ୍ୟକ୍ରମ ମୁଖ୍ୟ ଡ. ଦୀପକ କୁମାର ସିଂହ ଏବଂ ଆଭ୍ୟନ୍ତରୀଣ ଗୁଣବତ୍ତା ସେଲ୍ ର ସଂଯୋଜକ ଚୌଧୁରୀ ପ୍ରଦୋଶ ରଞ୍ଜନଙ୍କ ସକ୍ରୀୟ ସହଯୋଗରେ ସମ୍ପନ୍ନ ହୋଇଥିଲା। ଏହିଭଳି କାର୍ଯ୍ୟକ୍ରମ ଉଭୟ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଭାବ ଓ ବିଚାର ଏବଂ ପାଠ୍ୟକ୍ରମ ସମ୍ପର୍କୀତ ଚିନ୍ତନର ଆଦାନ ପ୍ରଦାନ ହୋଇଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆକ୍ରମଣର ଶିକାର ହେଲେ ଜିଲ୍ଲାପରିଷଦଙ୍କ ସ୍ବାମୀ 

Sunil Chandra Nayak

ପ୍ରକାଶ ପାଇଲା ମେଧାଅନ୍ବେଷଣ ଫଳାଫଳ

masiha

ଅଫୁଟା ବାଣ ଫୁଟାଇ ୪ ଶିଶୁ ଆହତ 

masiha

Leave a Comment

error: Content is protected !!