ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ୍ମଦିନ ରେ ରକ୍ତଦାନ କଲେ ବହୁଜନ ସଂଗ୍ରାମ ସମିତି ସଭାପତି 

ଜନ୍ମଦିନ ରେ ରକ୍ତଦାନ କଲେ ବହୁଜନ ସଂଗ୍ରାମ ସମିତି ସଭାପତି 

ଜୁନାଗଡ଼,୫/୯(ମନିସ) ଆଧୁନିକ ଯୁଗରେ ପ୍ରାୟତଃ ଲୋକେ ବାଜା, ବାଣ, ଭୋଜିଭାତ,ଲାଇଟ ସାଉଣ୍ଡ, ଗୀତ ନାଚ ଆସର ଜମାଇ ଖୁବ ଆଡମ୍ବରର ସହ ଜନ୍ମଦିନ ଉତ୍ସବ ପାଳନ କରିଥାନ୍ତି। ହେଲେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ନିଜ ଜନ୍ମଦିନ ଉତ୍ସବ ରେ ବହୁଜନ ସଂଗ୍ରାମ ସଭାପତି ରଂଜଜାଲ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା କାସିବାହାଲ ଗ୍ରାମର ଶିକ୍ଲିନ ରୋଗୀ ସୁରଜ ମହାନନ୍ଦ ଙ୍କୁ ଅତ୍ୟନ୍ତ ଜରୁରୀ ସମୟରେ ବି ପଜିଟିଭ୍ ବର୍ଗର ରକ୍ତ ଆବଶ୍ୟକତା ଥିବାରୁ ଅନେକ ଲୋକ ମାନଙ୍କ ସହିତ ଯୋଗାଯୋଗ କରିଥିଲେ କିନ୍ତୁ ରକ୍ତ ଯୋଗାଡ଼ ହୋଇ ପାରି ନଥିଲା।‌ଶେଷରେ ବହୁଜନ ସଂଗ୍ରାମ ସମିତି ସଭାପତି ରଞ୍ଜନ କୁମାର ଜାଲ ଜୁନାଗଡ଼ ରୁ ଆସି ନିଜ ଜନ୍ମଦିନ ରେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ରକ୍ତଦାନ କରି ଏକ ନିଆରା ଢଙ୍ଗରେ ଉତ୍ସବ ମନାଇ ଆଜିର ସମାଜ ଯୁବପିଢ଼ିଙ୍କୁ ପ୍ରେରଣା ଓ ଉତ୍ସାହ ପ୍ରଦାନ କରିଛନ୍ତି । ଶ୍ରୀ ଜାଲଙ୍କ ମହନିୟ କାର୍ଯ୍ୟ ପାଇଁ ତାଙ୍କୁ ଶୁଭେଚ୍ଛା ଓ ବିଭିନ୍ନ ମହଳରେ ପ୍ରଶଂସା କରାଯାଉଥିବା ବେଳେ ଏଭଳି ଏକ ସେବାରେ ସୁଯୋଗ ପାଇ ଶ୍ରୀ ଜାଲ ଆତ୍ମସନ୍ତୋଷ ଲାଭ କରିଥିବା ପ୍ରକାଶ କରିଛନ୍ତି। ରକ୍ତଦାନ ସମୟରେ ସମାଜସେବୀ ଢଗ ନାଏକ, ରାଜେନ୍ଦ୍ର ଦୁରିଆ,ରଜନୀକାନ୍ତ ନାଏକ, ଅମୀର ତାଣ୍ଡି ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ଉତ୍ସାହୀତ କରିଥିଲେ। ପୂର୍ବରୁ କରୋନା ମହାମାରୀ ସମୟରେ ଗାଁ ଗାଁ ବୁଲି ଶୁଖିଲା ଖାଦ୍ୟ ଓ ଆର୍ଥିକ ସହାୟତା, ମାନସିକ ବିକୃତ ବୃଦ୍ଧ, ବୃଦ୍ଧା, ମହିଳା ମାନଙ୍କୁ ଥଇଥାନ, ଅନାଥ ଶିଶୁ ଙ୍କୁ ଥଇଥାନ ସହିତ ପାଠ ପଢା ରେ ଆର୍ଥିକ ସହାୟତା, ଦୁର୍ଘଟଣା ଗ୍ରସ୍ତ ରୋଗୀଙ୍କୁ ଆଶୁଚିକିତ୍ସା ଯୋଗେଇଦେବା ସହିତ ଆର୍ଥିକ ସହାୟତା, ଗରିବ ଙ୍କ ମସିହା, ଦଳିତ ନିଷ୍ପେସିତ ତଥା ସମାଜର ଅନୁନ୍ନତ ବର୍ଗ ଅସହାୟ, ଗରିବ,ନିଃସହାୟ ଲୋକଙ୍କ ହକ ଓ ଅଧିକାର ର ଲଢେଇ କରୁଥିଲେ ଶ୍ରୀ ଜାଲ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଙ୍କ କାର୍ଯ୍ୟାଳୟ ର ବରିଷ୍ଠ ରାଜସ୍ୱ ସହାୟକ ରମେଶ ଚନ୍ଦ୍ର ଶେଖର ପଟ୍ଟନାୟକ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ସାତ ଘଣ୍ଟା ରେ ମୃତ୍ୟୁ     

masiha

ନବରଙ୍ଗ ପୁର ଜିଲ୍ଲା ଓ ୟୁ ଜେ କର୍ମକର୍ତ୍ତା ଚୟନ ସହ ପୂର୍ଣ୍ଣାଙ୍ଗ ହେଲା ନିର୍ବାଚନ ପ୍ରକ୍ରିୟା

Sunil Chandra Nayak

ବନ୍ଧୁଗାଁ ବ୍ଲକର ଚାଷୀ ହାଇବ୍ରିଡ଼ ମକା ଚାଷକରି ସ୍ୱାଭଲମ୍ଭି ହୋଉଛନ୍ତି 

Sunil Chandra Nayak

Leave a Comment

error: Content is protected !!