ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ରାମେଶ୍ୱର ମନ୍ଦିର ର ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଉପଲକ୍ଷେ ବିଶ୍ୱ ଶାନ୍ତି ମହାଯଜ୍ଞ ଏବଂ ଶିବ ବିବାହ 

ଶ୍ରୀ ରାମେଶ୍ୱର ମନ୍ଦିର ର ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଉପଲକ୍ଷେ ବିଶ୍ୱ ଶାନ୍ତି ମହାଯଜ୍ଞ ଏବଂ ଶିବ ବିବାହ 

 ବାସ୍ତୁବିତ ଡଃ ମନୋଜ ଲେଙ୍କା ଙ୍କୁ ସ୍ୱତନ୍ତ୍ର ସମ୍ମାନ 

କଟକ : ସିଏମସି ୫୯ ୱାର୍ଡ ଅନ୍ତର୍ଗତ ରାମନଗର ଗ୍ରାମର ଶ୍ରୀ ଶ୍ରୀ ରାମେଶ୍ୱରଙ୍କ ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଉପଲକ୍ଷେ ବେଦଜ୍ଞ ବ୍ରାହ୍ମଣଙ୍କ ଦ୍ୱାରା ବିଶ୍ୱ ଶାନ୍ତି ମହାଯଜ୍ଞ ମହାଆଡମ୍ବରରେ ପାଳିତ ହୋଇଯାଇଛି l ଅଧିବାସ ଦିନ ପାଞ୍ଚ ଶହରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଦ୍ୱାରା ଏକ ବିରାଟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା l ପ୍ରତ୍ୟେହ ସୂର୍ଯ୍ୟପୂଜା, ଗୋ ପୂଜା,ଓଡିଶୀ ସଂକୀର୍ତନ, ନାମ,ଗୀତl ପାଠ,ନାରାୟଣ ସେବା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୁସୁମlଞ୍ଜଳି ଅର୍ପଣ କରିଥିଲେ l ଅଗ୍ରଣୀ ଆଧ୍ୟାତ୍ମିକ ପତ୍ରିକା ” ଦିବ୍ୟାଲୋକ ସନ୍ଧାନେ “ର ସମ୍ପାଦକ ଶ୍ରୀ ସନ୍ନ୍ୟାସୀ ଜୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ସଦର ବିଧାୟକ ଇଂ.ପ୍ରକାଶ ଚନ୍ଦ୍ର ସେଠୀ,ପୂର୍ବତନ ବିଧାୟକ ଚନ୍ଦ୍ରସାରଥୀ ବେହେରା,ବିଜେପି ରାଜ୍ୟ ଉପ ସଭାପତି ଗୋଲୋକ ମହାପାତ୍ର, ଅର୍ଗୁସ ଟିଭି ସମ୍ପାଦକ ସଞ୍ଜୟ ଜେନା,ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳ,ବାସ୍ତୁବିତ ଡଃ.ମନୋଜ ଲେଙ୍କା,କର୍ପୋରେଟର ମମତା ମହାନ୍ତି,ବିଧାୟକ ପ୍ରତିନିଧି ସ୍ୱାଧୀନଚେତା ମହାନ୍ତି, ସମାଜସେବୀ ପୀତବାସ ମହାପାତ୍ର, ପ୍ରମୋଦ କୁମାର ମହାପାତ୍ର,ସଦର ଥାନାଞ୍ଚଳ ଶାନ୍ତି କମିଟି କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି ବିଭିନ୍ନ ଗ୍ରାମର ମୁରବୀ ତଥା ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ରାମେଶ୍ୱରଙ୍କ କୃପା ଭିକ୍ଷା କରିଥିଲେ l ମନ୍ଦିର ନିମନ୍ତେ ବିଶେଷ ଅବଦାନ ଥିବାରୁ ଆନ୍ତର୍ଜାତିକ ବାସ୍ତୁ ବିଶେଷଜ୍ଞ ଡଃ. ମନୋଜ ଲେଙ୍କାଙ୍କୁ ‘ଶ୍ରୀରାମେଶ୍ୱର କୃପାଶିଷ ସମ୍ମାନ ସନନ୍ଦ’ରେ ସମ୍ମାନିତ କରାଯାଇଥିଲା l ଜାଗର ଦିନ ଶିବ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଶିବ ପାର୍ବତୀଙ୍କ ଚଳନ୍ତି ପ୍ରତିମାଙ୍କୁ ଏକ ସୁସଜ୍ଜିତ ପାଲିଙ୍କି ରେ ବସାଇ ଖୋଳ କୀର୍ତ୍ତନ ସହ ବିରାଟ ଶୋଭାଯାତ୍ରା ତେଲେଙ୍ଗାପେଣ୍ଠ ବଜାର ଅତିକ୍ରମ କରି ଗ୍ରାମରେ ପହଂଚି ଥିଲା ଏବଂ ପରେ ବିବାହ କାର୍ଯ୍ୟକ୍ରମ ଯଥାରୀତି ସମ୍ପାଦିତ ହୋଇଥିଲା l ବିବାହ ଦେଖିବାକୁ ବିଭିନ୍ନ ଅଂଚଳ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା l ସନ୍ଧ୍ୟାରେ ପୂର୍ଣ୍ଣାହୁତି ହେବା ସହ ରାତ୍ରି ଏଗାର ଟାରେ ମହାଦୀପ ଉଠିଥିଲା l l ବିଭିନ୍ନ ସଂଧ୍ୟlରେ ଭଜନ, ନୃତ୍ୟlଞ୍ଜଳି ସହ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ପୂର୍ବତନ ସଭାପତି ସ୍ବର୍ଗତ ପ୍ରହଲ୍ଲାଦ ନାୟକଙ୍କ ସ୍ମୃତିରେ ତାଙ୍କ ପୁତ୍ର ସମାଜସେବୀ ପ୍ରଭାତ ନାୟକ ଓ ବର୍ତ୍ତମାନର ଗ୍ରାମ ସଭାପତି ପ୍ରକାଶ ନାୟକଙ୍କ ଦ୍ୱାରା ଗ୍ରାମର ସମସ୍ତ ପୂର୍ବତନ ସଭାପତି, ସମ୍ପାଦକ,ଉପଦେଷ୍ଟା ତଥା କମିଟି ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା l ଶ୍ରୀରାମେଶ୍ୱର ଟ୍ରଷ୍ଟ ତଥା ଗ୍ରାମବାସୀଙ୍କ ଦ୍ୱାରା ତ୍ରିଦିବସବ୍ୟାପୀ ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରାଯାଇଥିଲା l 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଉତ୍ସବ ଉପଲକ୍ଷେ ଗଣଦୌଡ ପ୍ରତିଯୋଗିତା

Sunil Chandra Nayak

ଶାନ୍ତପୁର ସରପଞ୍ଚଙ୍କ ଦୁଃଖଦ ମ୍ରୁତ୍ୟୁ, ଅଞ୍ଚଳରେ ଶୋକର ଛାୟା

Sunil Chandra Nayak

ସ୍ୱତନ୍ତ୍ର ସଘନ ସଂଶୋଧନ ସଂପର୍କିତ ଆଭାସୀ ବୈଠକ l ବିଭ୍ରାନ୍ତକାରୀ ସୂଚନାର ତ୍ୱରିତ ମୁକାବିଲା ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱାରୋପ 

Sunil Chandra Nayak

Leave a Comment

error: Content is protected !!