ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରୀୟ ମତଦାତା ଦିବସ ପାଇଁ ପ୍ରସ୍ତୁତି ବୈଠକ 

ରାଷ୍ଟ୍ରୀୟ ମତଦାତା ଦିବସ ପାଇଁ ପ୍ରସ୍ତୁତି ବୈଠକ 

ନବରଙ୍ଗପୁର:( ତା ୧୮.୧.୨୦୨୫)(ରବି ନାରାୟଣ ମହାନ୍ତି) ଆଜି ସ୍ଥାନୀୟ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୫ ତାରିଖ ରେ ହେବାକୁଥିବା ରାଷ୍ଟ୍ରୀୟ ମତଦାତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ନବୀନ ଚନ୍ଦ୍ର ନାୟକ, ସି ଡି ଓ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ୍, ଡେପୁଟି କଲେକ୍ଟର ମିରା ନାୟକ ଉପସ୍ଥିତ ଥିଲେ। ମତଦାତା ଦିବସ ପାଳନ ଅବସରରେ ଜିଲ୍ଲାରେ ସମସ୍ତ ବ୍ଲକସ୍ତରୀୟ ଓ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ନୂଆ ପଂଜିକୃତ ଭୋଟରମାନଙ୍କୁ ସମ୍ଭର୍ଦ୍ଧନା କରାଯିବ।ଭୋଟର ସଚେତନତା କାର୍ଯ୍ୟକ୍ରମ ସହ ସ୍କୁଲ୍ ଓ କଲେଜ ଛାତ୍ର ଛାତ୍ରୀ ମାନଂକ ମଧ୍ୟରେ ଚିତ୍ରାଙ୍କନ, ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ।୨୫ ତାରିଖ ଦିନ ସ୍ଥାନୀୟ ଉପ ଜିଲ୍ଲାପାଳ ନବରଙ୍ଗପୁର ଙ୍କ କାର୍ଯ୍ୟଳୟ ଠାରୁ ଏକ ଭୋଟର ସଚେତନତା ଶୋଭାଯାତ୍ରା ସ୍ଥାନୀୟ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ,ଏନ୍ ସି ସି, ସ୍କାଉଟ, ଗାଇଡ,ନେହେରୁ ଯୁବ କେନ୍ଦ୍ର ସଭ୍ୟ,ସରକାରୀ ଅଧିକାରୀ, ମୁଁ ବି ମିତା ର ସଭ୍ୟା,ସ୍ଵେଚ୍ଛାସେବୀ ଅନୁଷ୍ଠାନ ର ସଭ୍ୟମାନଙ୍କୁ ନେଇ ମିଶନ ଶକ୍ତି ସମ୍ମିଳନୀ ଗୃହ ପର୍ଯ୍ୟନ୍ତ ପହଞ୍ଚିବ ଏବଂ ସେଠାରେ ଶପଥ ପାଠ,ସଭା ସହ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ।ପ୍ରସ୍ତୁତି ବୈଠକ ରେ ବିଭିନ୍ନ କଲେଜ୍ ର କର୍ମକର୍ତା,ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ,ଡି ପି ଏମ, ଏନ୍ ଏଚ ଏମ ସୁଶାନ୍ତ ପ୍ରହରାଜ,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା,ଜିଲ୍ଲା ସଂସ୍କୃତି ଅଧିକାରୀ ଘାଶିଆ ହରିଜନ,ପୌରପାଳିକା ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି, ବିଭିନ୍ନ ବ୍ଲକର ବି ଡି ଓ , ବିଭାଗୀୟ ଅଧିକାରୀଙ୍କ ସମେତ ନିର୍ବାଚନ ଶାଖା ର କର୍ମଚାରୀ ଉପସ୍ଥିତ ଥିଲେ। ଡେପୁଟୀ କଲେକ୍ଟର ( ନିର୍ବାଚନ) ପି ମନସ୍ମିତା ବୈଠକ କୁ ପରିଚାଳନା ସହ ଧନ୍ୟବାଦ୍ ଦେଇଥିଲେ। 

( ମ ନି ସ ) 

Related posts

ଜାମଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

ଜିଲ୍ଲାସ୍ତରୀୟ ପlଣି ପଞ୍ଚାୟତ ପକ୍ଷ ୨୦୨୪-୨୫ ସମ୍ମିଳନୀ ଅନୁଷ୍ଠିତ 

masiha

ଦକ୍ଷତାଭିତ୍ତିକ ତାଲିମ ଦ୍ୱାରା ପୀଡିତାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଆମର ମୂଳ ଲକ୍ଷ୍ୟ :ଉପମୁଖ୍ୟମନ୍ତ୍ରୀ

masiha

Leave a Comment

error: Content is protected !!