ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ସୂଚନା ଅଧିକାର ଅଭିଜlନ ପକ୍ଷରୁ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଓ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଓଡିଶା ସୂଚନା ଅଧିକାର ଅଭିଜlନ ପକ୍ଷରୁ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଓ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଜୁନାଗଡ ୧୯/୦୧(ମନୀସ)ଦୁର୍ନୀତି ଓ ଭଷ୍ଟାଚାରମୁକ୍ତ ନୂତନ ଓଡିଶା ଗଠନ ପାଇଁ ଓଡିଶା ସୂଚନା ଅଧିକାର ଅଭିଯାନ ର କଳାହାଣ୍ଡି ଜିଲ୍ଲା ସ୍ତରୀୟ ସମ୍ମିଳନୀ ଓ ଦିନିକିଆ ପ୍ରଶିକ୍ଷଣ ଶିବିର ଜୁନାଗଡ଼ ସ୍ଥିତ ମୋନାର୍ଚ୍ଚ ପ୍ଲେସ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଓଡିଶା ସୂଚନା ଅଧିକାର ଅଭିଜlନ ର ରାଜ୍ୟ ଆବାହକ ଶ୍ରୀମାନ ପ୍ରଦୀପ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବରେ ଯୁଗ୍ମ ଆବାହକ ଶ୍ରୀମାନ ଶ୍ରୀକାନ୍ତ ପାକଲ , ଥୁଆମୁଲ ରାମପୁର କଲେଜ ଅଧ୍ୟକ୍ଷ ଶିକ୍ଷା ବିତ ସତ୍ୟନାରାୟଣ ମୁଣ୍ଡଚିନ୍ନା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଧୁ ମହାନନ୍ଦ, ଆଇନ ଯିବି ଓ ସମାଜ ସେବୀ ଦୁର୍ଗା ପ୍ରସାଦ ନାୟକ, ଆଇନ ଯିବି ଓ ଯୁବ ସେବୀ ଚିତ୍ତରଞ୍ଜନ ନିଆଲ, ସାମ୍ବାଦିକ ଆଦିତ୍ୟ ମହାନ୍ତି ଯୋଗଦାନ କରିଥିଲେ l କେମିତି ସାଧାରଣ ଜନତା ଲୁକ୍କାୟିତ ତଥ୍ୟ ଜାଣିପାରିବେ ସୂଚନା ଅଧିକାର ଆଇନ ର କିଭଳି ସତ ବିନିଯୋଗ କରିବେ ଧାରା ୬ ଧାରା ୮ ଧାରା ୧୯ କଣ ଏଦିଗରେ ଓସା ର ଆବାହକ ତାଲିମ ପ୍ରଦାନ କରିଥିଲେ । ଉକ୍ତ ମହା ସମ୍ମିଳନୀ ରେ କଳାହାଣ୍ଡି ଜିଲ୍ଲାର ଅନେକ ପ୍ରାନ୍ତରୁ ବହୁ ସମାଜିକ କର୍ମୀ, ଆଇନ ଯିବି, ସାମ୍ବାଦିକ , ଅଦିବକ୍ତା , ଶିକ୍ଷ୍ୟାବିତ, ରାଜନୀତିଜ୍ଞ ଉପସ୍ଥିତ ରହି ଅନେକ ବିଷୟ ଉପରେ ଆଲୋଚନା କରିଥିଲେ । ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସୂଚନା ଅଧିକାର କର୍ମୀ ତୁଳସିରାମ ଛତ୍ରୀଆ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପରମାନନ୍ଦ ଠାକୁର ମଞ୍ଚ ପରିଚାଳନା କରିଥିଲେ l ନିକୁଞ୍ଜ ବିହାରୀ ଚଲାନ, ସୁବୋଧ କୁମାର ରଣା, ନରେନ୍ଦ୍ର କ୍ଷିତି, ହେମନ୍ତ ନାୟକ, କ୍ଷୀର ସିନ୍ଧୁ ଗହୀର ପ୍ରମୂଖ ସହଯୋଗ କରିଥିଲେ l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ସମ୍ବଲପୁରରେ ହିନ୍ଦୁମାନଙ୍କୁ ଆକ୍ରମଣ ଘଟଣାରେ ଢେଙ୍କାନାଳ ହିନ୍ଦୁ ଏକତା ମଂଚ ତରଫରୁ ନିନ୍ଦା 

Sunil Chandra Nayak

ବେଳପଡ଼ା ବ୍ଲକ ପ୍ରାଥମିକ ଶିକ୍ଷକ ନୂତନ କାର୍ଯ୍ୟକର୍ତ୍ତା ଚୟନ

masiha

ଡାବୁଗାଁରେ ସ୍ଵାଧୀନତା ଦିବସ ପାଳିତ

masiha

Leave a Comment

error: Content is protected !!