ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହାରେ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ମିଶନ ଶକ୍ତି ଗୃହ ଠାରେ ଆର୍ଥିକ ସାକ୍ଷରତା ସଚେତନତା ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି l ଉତ୍କଳ ଗ୍ରାମୀଣ ବ୍ୟାଙ୍କ ତେରେସିଂହା ଶାଖା ପକ୍ଷରୁ ଆୟୋଜିତ ଏହି ଶିବିରରେ ଶାଖା ପରିଚାଳକ ଦିନମଣି ନାଏକ ଉପସ୍ଥିତ ରହି ବ୍ୟାଙ୍କର ବିଭିନ୍ନ ଯୋଜନା ଯଥା- ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ ଇତ୍ୟାଦି ଯୋଜନା ସମ୍ପର୍କରେ ଉପସ୍ଥିତ ସଦସ୍ୟାମାନଙ୍କୁ ଅବଗତ କରାଇଥିଲେ l ଉକ୍ତ ଶିବିରରେ ତେରେସିଂହା ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ସଭାନେତ୍ରୀ ପଦ୍ମିନୀ ବାଗ, ସିଆରପି ଜମ୍ବୁବତୀ ନାଏକ, ତେରେସିଂହା ଆଞ୍ଚଳିକ ମଞ୍ଚ(ଚ) ସମ୍ପାଦିକା ଭାଗ୍ୟବତୀ ବାଗଙ୍କ ସମେତ ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ ଯୋଗ ଦେଇଥିଲେ l ଏଥିରେ ବ୍ୟାଙ୍କ କ୍ୟାସିୟର ରବିନ୍ଦ୍ର ବାର୍ଲା, ସୁଶାନ୍ତ ରଣା ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ହିନ୍ଦୀ ଦିବସ ପାଳନ

masiha

ନୂତନ ବିଡ଼ିଓଙ୍କ ଯୋଗଦାନ

masiha

ବନ୍ଦେ ମାତରଂ ଜାତୀୟ ଗୀତ ଦେଶ ଭକ୍ତି, ରାଷ୍ଟ୍ର ପ୍ରେମ, ସାହସ, ଏକତା ଓ ପ୍ରତିବାଦର ପ୍ରତୀକ – ଜୁଏଲ ଓରାମ 

Sunil Chandra Nayak

Leave a Comment

error: Content is protected !!