ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଆଳତୁମା ଗ୍ରାମର ପ୍ରତିଷ୍ଠିତ ପାର୍ଶ୍ଵଦେଵୀ ମା ଵ୍ରାହ୍ମଣୀଦେଵୀଙ୍କ ଶକ୍ତି ପୀଠରେ ବୈଶାଖ ପୂର୍ଣ୍ଣିମା ପର୍ବ ଅନୁଷ୍ଠିତ

କାମାକ୍ଷାନଗର -(ମନିସ )6/5/23 // ଯାନି ଯାତରା ପର୍ବ ପର୍ବାଣୀ ମେଳା କୀର୍ତ୍ତନରେ ସର୍ବାଗ୍ରେ ଥିବା ଗ୍ରାମ ହେଉଛି ଭାଇଚାରାର ଅନନ୍ୟ‌ ଉଦାହରଣ ଆଳତୁମା ଗ୍ରାମ । ଆଜି ଆଳତୁମା ଗ୍ରାମର ପ୍ରତିଷ୍ଠିତ ପାର୍ଶ୍ଵଦେଵୀ ମା ଵ୍ରାହ୍ମଣୀଦେଵୀଙ୍କ ଶକ୍ତି ପୀଠ ଠାରେ ପୀଠ ଟ୍ରଷ୍ଟି କମିଟିର ଵରେଣ୍ୟ ସଭାପତି ଅବସରପ୍ରାପ୍ତ ଶିକ୍ଷକ ଅକ୍ଷୟ କୁମାର ଷେଣ୍ଢ ପ୍ରତ୍ୟେକ୍ଷ ତତ୍ବାବଧାନରେ ଚଳିତ ବର୍ଷର ବୈଶାଖ ପୂର୍ଣ୍ଣିମା ପର୍ବ ବଡ଼ ଧୁମ୍ ଧାମ୍ ରେ ଅନୁଷ୍ଠିତ ହୋଇଯାଇଅଛି।

ଡାକିଲେ ଓଅ କରନ୍ତି ମା ଵ୍ରାହ୍ମଣୀଦେଵୀ , କାହିଁ କେତେ ଆଵାହମାନ କାଳରୁ ମା ଵ୍ରାହ୍ମଣୀଦେଵୀଙ୍କ ପ୍ରତି ଗ୍ରାମର ଆବାଳ ବୃଦ୍ଧ ଵନୀତାଙ୍କ ଅତୁଟ ଭକ୍ତି ଶ୍ରଦ୍ଧା ଆସ୍ଥା ରହି ଆସିଛି । ଏହି ଅଵସରରେ ଆଜି ଗ୍ରାମର ଗ୍ରାମସଭା-ଉପସଭାପତି ସନ୍ତୋଷ ମହାନ୍ତି, ରାଜ୍ୟ ପୁରସ୍କୃତ ଚିତ୍ରଶିଳ୍ପୀ ପ୍ରଦୀପ ଷେଣ୍ଢଙ୍କ ଠାରୁ ଆରମ୍ଭ କରି ଗ୍ରାମର ମା ଭଉଣୀ ମାନେ ଏଵଂ ସମସ୍ତ ଗ୍ରାମଵାସୀ ମା ଙ୍କ ଦିବ୍ୟ ଦୁର୍ଲଭ ଦର୍ଶନ ସହ ମା ଙ୍କ ପାଖେ ଘୋଡ଼ା ପ୍ରଦାନ କରି ହରିନାମ ସଂକୀର୍ତ୍ତନ ଆସରରେ ନିଜକୁ ସମର୍ପିତ କରିଥିଲେ ତତ୍‌ସହ ଗ୍ରାମର କଲ୍ୟାଣ ଏଵଂ ସର୍ଵୋପରି ଜଗତଵାସୀ ଓ ପ୍ରାଣୀ ଜଗତର କଲ୍ୟାଣ କାମନା କରିଥିଲେ।ପରିଶେଷରେ ହରିହାଟରେ ମା ଙ୍କ ପ୍ରସାଦ ସେବନ କରି ଗ୍ରାମବାସୀ କୃତ୍ୟ କୃତ୍ୟ ହୋଇଥିଲେ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବୋରିଗାଁ ରେ ତିନି ମାସ ପରେ ବାଲିଯାତ୍ରା  ହେଲା ଉଦଯାପିତ

ହିଞ୍ଜିଳି ରେ ଧୁମ ଧାମ ରେ ପାଳିତ ହେଲା ସରସ୍ବତୀ ପୂଜା

Sunil Chandra Nayak

ଆଜି ହେଉଛି ସାବିତ୍ରୀ ଓଷା : ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଓଷା ପାଳିଲେ ସଧବାନାରୀ

Leave a Comment

error: Content is protected !!