ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାଳିକା ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ଉଦଘାଟନ ଓ ୧୦୦ ଶଯ୍ୟା ବିଶିଷ୍ଟ ବାଳକ ହଷ୍ଟେଲର ନିର୍ମାଣ ପାଇଁ ଶୁଭାରମ୍ଭ

ବନ୍ଧୁଗାଁ ତା ୨୪/୬/୩ ଆଜି ବନ୍ଧୁଗାଁ ବ୍ଲକ ନିଲାବାଡି ପଞ୍ଚାୟତ ଗାଦାବାଲସା ଗ୍ରାମ ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ତିନି କୋଟି ଟଙ୍କାରେ ନିର୍ମିତ ୧୦୦ ଶଯ୍ୟା ବିଶିଷ୍ଟ ବାଳିକା ହଷ୍ଟେଲ ଓ ନୂତନ ଭାବେ ନିର୍ମାଣ ହେବାକୁ ଥିବା ୧୦୦ ଶଯ୍ୟା ବିଶିଷ୍ଟ ବାଳକ ହଷ୍ଟେଲକୁ ୫ ଘଣ୍ଟା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ କରିଥିଲେ। ଶୁଭାରମ୍ଭ ସମୟରେ ପିୱିଡି (PWD) ଏସ ଡି ଓ ପ୍ରଦୀପ୍ତ କୁମାର ପରିଡ଼ା, ଜେ ଇ ଭାଗିରଥି ପାଡୀ ଓ ସ୍କୁଲର ସମସ୍ତ ଶିକ୍ଷକ ଉପସ୍ଥିତ ରହି ଥିଲେ। ନୂତନ ଭାବେ ନିର୍ମାଣ ହୋଇଥିବା ହଷ୍ଟେଲର ଅନେକ କାର୍ଯ୍ୟ ଶେଷ ହୋଇ ନ ଥିବା ବେଳେ ନିମ୍ନ ମାନର କାର୍ଯ୍ୟ ହୋଇଥିବା ଦେଖିବାକୁ ମିଳିଛି। ଆଜି ବନ୍ଧୁଗାଁ ବ୍ଲକର ଅନେକ ଉପାନ୍ତ ଗାଁ ଗୁଡିକରୁ ଆଦିବାସୀ ଓ ହରିଜନ ପୁଅଝିଅ ଏହି ସ୍କୁଲରେ ପାଠ ପଢିବା ପାଇଁ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିଲେ। ଆଜି ଏହା ନିର୍ମାଣ ହେବା ପରେ ଅନେକ ବାଳିକା ହଷ୍ଟେଲ ରେ ରହି ପାଠ ପଢିବା ର ସୁଯୋଗ ପାଇବେ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଡୁଡୁକାଠେଙ୍ଗା ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କ ପରଲୋକ

Sunil Chandra Nayak

ଝରାଡିହି ଵହଳଦା ରୋଡ଼ ଷ୍ଟେସନରେ ଟ୍ରେନ ଦୁର୍ଘଟଣାରେ ବୃଦ୍ଧ ମୃତ

masiha

ଉପଖଣ୍ଡ ସ୍ତରୀୟ 75 ତମ ଗଣତନ୍ତ୍ର ଦିବସ

masiha

Leave a Comment

error: Content is protected !!