ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟାଟା-ବାଦାମପାହାଡ ଟ୍ରେନ ରୁ ଦୁଇ ନାବାଳକ ଉଦ୍ଧାର

ମୟୂରଭଞ୍ଜ:- ୧୧/୦୩/୨୩; (ମସିହା) ମୟୁରଭଞ୍ଜ ଜିଲ୍ଲା ତିରିଂ’ଥାନା ଅନ୍ତର୍ଗତ ବହଳଦାରୋଡ ରେଳ ଷ୍ଟେସନ ରୁ ଟାଟା-ବାଦାମପାହାଡ ଟ୍ରେନରେ ସମ୍ପର୍କିୟଙ୍କ ଘରକୁ ଯିବା ଉଦ୍ଧେଶ୍ୟରେ ବସିଥିବା ଦୁଇ ଆଦିବାସୀ ନାବାଳକ’ଙ୍କୁ ଉଦ୍ଧାର କରିଛି ଝରାଡିହି ଫାଣ୍ଡି ପୋଲିସ୍।

   ସୂଚନା ଅନୁସାରେ ଯଶିପୁର ଥାନା ଅନ୍ତର୍ଗତ ଉସ୍କି ଆଶ୍ରମ ସ୍କୁଲ ରୁ ଦୁଇଜଣ ନାବାଳକ ଛାତ୍ର କାହାରିକୁ ନଜଣାଇ ଟାଟା ନଗର ସ୍ଥିତ ପିଉସି ଘରକୁ ଯିବା ଉଦ୍ଧେଶ୍ୟରେ ବାଦାମପାହାଡ ଷ୍ଟେସନରୁ ଟାଟା-ବାଦାମପାହାଡ ପାସେଞ୍ଜର ଟ୍ରେନ ରେ ଚଢି ଯାଇଥିଲେ। ପରେ ଉକ୍ତ ନାବାଳକ’ଙ୍କୁ ଖୋଜା ଚାଲିଥିବାବେଳେ ପ୍ରତ୍ୟକ୍ଷ ଦର୍ଶିଙ୍କ ଠାରୁ ଟ୍ରେନରେ ଚଢିଥିବା ଜାଣିପାରି ପ୍ରଥମେ ରାଇରଙ୍ଗପୁର ଓ ପରେ ବହଳଦାରୋଡ (ଝରାଡିହି) ଷ୍ଟେସନ କୁ ଖବର ଦିଆଯାଇଥିଲା। ବହଳଦାରୋଡ ଷ୍ଟେସନ ମାଷ୍ଟର’ଙ୍କ ତତ୍ବାବଧାନରେ ରେଳ କର୍ମଚାରୀ ମାନେ ନାବାଳକ ଦୁଇଜଣ’ଙ୍କୁ ଉଦ୍ଧାର କରି ଷ୍ଟେସନରେ ରଖିଥିଲେ। ପରେ ଝରାଡିହି ଫାଣ୍ଡି ଅଧିକାରୀ ବିଜୟ କୁମାର ନାୟକ ଉକ୍ତ ନାବାଳକ ଛାତ୍ର ଦୁଇଜଣଙ୍କୁ ଫାଣ୍ଡି ନେଇ ଆସିବା ପରେ ଯଶିପୁର ଥାନା ସହ ଯୋଗାଯୋଗ କରିଥିଲେ। ଯଶିପୁର ଥାନା ଅନ୍ତର୍ଗତ ଶିମିଳିପାଳ ଅଞ୍ଚଳର ଗୁଡରା ଗ୍ରାମ କୋଚା ସାହି ର ବିନୋଦ ହେମ୍ବ୍ରମ’ଙ୍କ ପୁଅ ଘାଷିଆ ହେମ୍ବ୍ରମ (୮) ଓ ମାରାଂ ସାହିର ସ୍ବର୍ଗତ ସୁରଜ ହେମ୍ବ୍ରମଙ୍କ ବାପା ମାଆ ଛେଉଣ୍ଡ ପୁଅ ଠାକୁରା ହେମ୍ବ୍ରମ (୧୨) ଯାହାର ବାପା ମୃତ୍ୟୁବରଣ କରିଥିବାବେଳେ ମାଆ ଅନ୍ୟତ୍ର ବିବାହ କରିଛି। ପରେ ଉସ୍କି ଆଶ୍ରମ ସ୍କୁଲ ର ପ୍ରଧାନ ଶିକ୍ଷକ ଦୁଇଜଣ ସହକାରୀ ଶିକ୍ଷକଙ୍କ ସହିତ ଝରାଡିହି ଫାଣ୍ଡି ପହଞ୍ଚି ଉକ୍ତ ନାବାଳକ ଛାତ୍ର ଦୁଇ ଜଣଙ୍କୁ ନିଜ ହେପାଜତରେ ନେଇ ଯାଇଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କୁଡୁମୀ ଜାତି ଭାଇଭଉଣୀ ଙ୍କୁ ଶ୍ରୀ ବିଦ୍ୟାଧର ମହାନ୍ତ ତମ୍ବାହରା ଙ୍କ ବାର୍ତ୍ତା

Sunil Chandra Nayak

କୌଳିକ ବୃତ୍ତି ରେ ଆଧୁନିକତା ର ଛାପ : ଟେରାକୋଟା କ୍ରାଫ୍ଟସ ତାଲିମ  

Sunil Chandra Nayak

ପିଡିଏସ ଚାଉଳ ଓ ଭତ୍ତା ଯୋଗାଣ ଦାବିରେ ପିଇଓଙ୍କୁ ତାଲା ପକାଇଲେ ଲଡୁଗାଁ ପଞ୍ଚାୟତ ହିତାଧିକାରୀ

masiha

Leave a Comment

error: Content is protected !!