ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ଥାନା ପକ୍ଷରୁ ଏକତା ଦୌଡ଼

ଧରାକୋଟ ଥାନା ପକ୍ଷରୁ ଏକତା ଦୌଡ଼

ଆସିକା, ୩୧/୧୦/୨୫ — ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ 150 ତମ ଜୟନ୍ତୀ ପାଳନ ଅବସରରେ ଧରାକୋଟ ଥାନା ତରଫରୁ ଥାନା ଅଧିକାରି ଚନ୍ଦ୍ରିକା ସ୍ବାଇଁ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଏକତା ଦୌଡ଼ ଆୟୋଜିତ ହୋଇଯାଇଛି । ପ୍ରତ୍ୟୁଷରୁ ଜାତୀୟ ରାଜପଥ 59 ର ହନୁମାନ ଦ୍ଵାର ଛକ ଠାରୁ ଦୁଇ ଶହରୁ ଅଧିକ ସଚେତନ ନାଗରିକ,ଯୁବକ,ଛାତ୍ର ସ୍ଵତଃ ପ୍ରବୃତ୍ତ ଭାବରେ ଏହି ଏକତା ଦୌଡ଼ ରେ ଭାଗ ନେଇଥିଲେ । ଏହି ଦୌଡ଼ ଧରାକୋଟ ମିନି ଷ୍ଟାଡିୟମରେ ପହଞ୍ଚିବା ପରେ ସେଠାରେ ସମସ୍ତେ ଏକତା ଏବଂ ଆତ୍ମ ନିର୍ଭର ଭାରତର ଭାବନା କୁ ଜାଗ୍ରତ କରିବା, ସୁସ୍ଥ ଓ ନିଶାମୁକ୍ତ ଭାରତ ଗଠନରେ ଅଂଶୀଦାର ହେବା,ସ୍ୱଦେଶୀ ଚିନ୍ତାଧାରା କୁ ଅପଣେଇବା,ଦେଶର ଏକତା,ସାର୍ବଭଉମତ୍ଵ ଓ ଅଖଣ୍ଡତା କୁ ବଜାୟ ରଖିବା ପାଇଁ ସମସ୍ତେ ଶପଥ ପାଠ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଇନିସ୍ପେକ୍ଟର ବାଲ୍ମୀକି ପ୍ରଧାନ, ଏସ ଆଇ ସସ୍ମିତା ପଣ୍ଡା, ଏ ଏସ ଆଇ ରାଜେନ୍ଦ୍ର ରାଉତ, ଅନିଲ ଶବର, ମୁରଲୀ ଧର ରାଓ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

 

Related posts

ଏନଏମଏମଏସ ପରୀକ୍ଷାରେ ଚଳନା ସ୍କୁଲ ର ୨ ଛାତ୍ରୀଙ୍କ ସଫଳତା 

ଗୋ ପାଳନ ମାଧ୍ୟମରେ ଗ୍ରାମୀଣ ଜୀବିକାରେ ନୂଆ ଆଶା ଓସିପିଏଲ୍ ଓ ସେବକଙ୍କ ସଂଯୁକ୍ତ ପଦକ୍ଷେପରେ ହେମଗିରର ସରବାହାଲ ଗ୍ରାମରେ “ଗୋ ପାଳନ ପ୍ରକଳ୍ପ” ଶୁଭାରମ୍ଭ

Sunil Chandra Nayak

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

Leave a Comment

error: Content is protected !!